Advertisement
Photo Details/zeeodisha/odisha2835099
photoDetails0hindi

Odisha Weather Report: ୨୩ରୁ ଲଘୁଚାପ, ପ୍ରବଳ ବର୍ଷା ସମ୍ଭାବନା

Odisha Weather Report: ରାଜ୍ୟରେ ବର୍ଷା କମିଛି। ଆସନ୍ତା ଦୁଇ ଦିନ ରାଜ୍ୟରେ କାଁ ଭାଁ ସ୍ୱଳ୍ପ ବର୍ଷା ହୋଇପାରେ। ୧୩ ଓ ୧୪ରେ ଅଧିକାଂଶ ସ୍ଥାନରେ ଲଘୁଚାପ ଜନିତ ବର୍ଷା ହୋଇପାରେ। ୧୫ରୁ ବର୍ଷା କମିବ। ୨୦ରୁ ୨୨ ଯାଏଁ ଖରା ଓ ତାତି ବଢ଼ିବ। କିନ୍ତୁ ୨୩ରେ ପୁଣି ସୃଷ୍ଟି ହେବ ଘୁର୍ଣ୍ଣିବଳୟ। ପୁଣି ଥରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ।

1/8

୨୩ରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରେ ଏକ ଲଘୁଚାପ ହୋଇପାରେ। ୨୨ ତାରିଖ ଯାଏ ବଜ୍ରପାତର ଆଶଙ୍କା ଅଛି। 

2/8

କିନ୍ତୁ ୨୨ ତାରିଖ ଯାଏ ବାଲେଶ୍ୱର, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବଲାଙ୍ଗିର, ନୂଆପଡ଼ା ଓ କଳାହାଣ୍ଡିରେ ଚାଷ ପାଇଁ ପର୍ଯ୍ୟାପ୍ତ ବର୍ଷା ହେବ। 

3/8

ଦକ୍ଷିଣ ଉପକୂଳରେ ବର୍ଷା ନିଅଣ୍ଟିଆ ରହିପାରେ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି।

4/8

ସେହିପରି ଲଘୁଚାପ ସୃଷ୍ଟି ହେଲେ ୧୭ରୁ ୨୪ ତାରିଖ ଯାଏ ରାଜ୍ୟରେ ଅଧିକ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି। ୧୧ ଓ ୧୨ ତାରିଖରେ ଉତ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ। 

5/8

୧୩ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ରେ ଅଧିକ ବର୍ଷା ସମ୍ଭାବନା ଅଛି। ୧୪ ତାରିଖରେ ମୟୂରଭଞ୍ଜରେ ଅଧିକ ବର୍ଷା ହୋଇପାରେ। ଉତ୍ତର ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ଅଛି।

6/8

ଆସନ୍ତା ୧୩ ରୁ ୧୫ ତାରିଖ  ପର୍ଯ୍ୟନ୍ତ ବର୍ଷାର ସମ୍ଭାବନା ରହିଛି । ଆସନ୍ତା ୧୫ ତାରିଖ ପରେ କମିବ ବର୍ଷାର ବିସ୍ତୃତି । 

7/8

ବର୍ତ୍ତମାନ ଏକ ଘୁର୍ଣ୍ଣିବଳୟ ଝାଡ଼ଖଣ୍ଡ ଉପରେ ରହିଛି । ଯେଉଁଥିପାଇଁ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । 

8/8

ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁରରେ ଭାରି ବର୍ଷା ହୋଇପାରେ । ଆଜି ତଥା ୧୧ ଓ ୧୨ ତାରିଖରେ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।

;