Advertisement
Photo Details/zeeodisha/odisha2763866
photoDetails0hindi

Odisha Weather Updates: କାଳବୈଶାଖି ପାଇଁ ଆର୍ଲଟ ଜାରି, ଲଘୁଚାପ ନେବ ବାତ୍ୟା ରୂପ !

Odisha Weather Updates: ଭୁବନେଶ୍ୱର: ରାଜ୍ୟରେ ଭୀଷଣ ଗୁଳୁଗୁଳି ଅନୁଭବ ହେବ। ଦେଶର ଦକ୍ଷିଣ ପୂର୍ବ ଦିଗରୁ ଜଳୀୟବାଷ୍ପ ଆସିବ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ସୁନ୍ଦରଗଡ଼, ଝାରସୁଗୁଡ଼ା, ନବରଙ୍ଗପୁର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ହୋଇପାରେ। ବିଜୁଳି ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ହେବାର ସମ୍ଭାବନା ରହିଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। 

1/7

ସେପଟେ ଆରବ ସାଗରରେ ସୃଷ୍ଟି ହେଉଥିବା ଲଘୁଚାପ ୨୫ ତାରିଖରେ ବାତ୍ୟା ରୂପ ନେଇପାରେ। ୨୭ରେ ଭୀଷଣ ବାତ୍ୟା ରୂପ ନେବାର ଆଶଙ୍କା ଅଛି। ଏହା ୨୯ ତାରିଖରେ ଗୁଜୁରାଟ ଉପକୂଳ ଛୁଇଁପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛନ୍ତି। 

2/7

ସେହିପରି ପୁଣି ୨୭ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରର ଥାଇଲାଣ୍ଡ ଉପକୂଳରେ ଏକ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ୨୮ରେ ଏହା ଲଘୁଚାପ ଓ ୨୯ରେ ଅବପାତରେ ପରିଣତ ହେବ। ୨୯ ଓ ୩୦ ତାରିଖ ବେଳକୁ ଏହା ବାଂଲାଦେଶ ଓ ପଶ୍ଚିମବଙ୍ଗ ଉପକୂଳ ଛୁଇଁବ ବୋଲି ସେ ଆକଳନ କରିଛନ୍ତି। ତେବେ ଏହା ପ୍ରାଥମିକ ଆକଳନ ଓ ପରେ ଏହା ବଦଳିପାରେ ବୋଲି ସେ ସ୍ପଷ୍ଟ କରିଛନ୍ତି

3/7

ସେହିପରି ପାଣିପାଗ ବିଶେଷଜ୍ଞ କହିଛନ୍ତି କି ଦେଶଷର ଦକ୍ଷିଣ ପୂର୍ବ ଦିଗରୁ ଜଳୀୟବାଷ୍ପ ଭରା ପବନ ଆସୁଛି। ଯାହାର ପ୍ରଭାବରେ ରାଜ୍ୟରେ ପ୍ରବଳ ଗୁଳୁଗୁଳି ଅନୁଭୂତ ହେବାର ସମ୍ଭାବନା ରହିଛି। ଆଗକୁ ମୌସୁମୀ ପାଇଁ ପାଗ ଅନୁକୂଳ ରହିଛି। ମୌସୁମୀ ଆସିବା ଆଗରୁ ପ୍ରବଳ ଗୁଳୁଗୁଳି ହୁଏ। ମୌସୁମୀ ପହଞ୍ଚିଲେ ଗରମ କମ୍ ହୋଇଥାଏ।  ଏଣୁ ଆଗକୁ ଆହୁରି ଭୀଷଣ ଗୁଳୁଗୁଳି ହୋଇପାରେ ବୋଲି ସେ ଆକଳନ କରିଛନ୍ତି।

4/7

ସୋମବାର ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ଵର, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା ଓ ଗଜପତିରେ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। 

5/7

ଜୋର୍‌ରେ ପବନ ବହିବା ସହ ୪୦ରୁ ୫୦ କିମି ବେଗରେ ଝଟ୍‌କା ବି ଦେଇପାରେ। ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ବଲାଙ୍ଗୀର ଓ ନୂଆପଡ଼ାରେ ଘଡ଼ଘଡ଼ି ଓ ବର୍ଷା ସହିତ ୩୦ରୁ ୪୦ କିମି ବେଗରେ ପବନ ବହିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

6/7

ମଙ୍ଗଳବାର ୨୦ ତାରିଖରେ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ଗଜପତି ଓ ଗଞ୍ଜାମରେ ବର୍ଷା ଓ ଘଡ଼ଘଡ଼ି ସହିତ ୩୦ରୁ ୪୦ କିମି ବେଗରେ ପବନ ବହିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। 

7/7

୨୧, ୨୨, ୨୩ ଓ ୨୪ ତାରିଖରେ ମଧ୍ୟ ଦକ୍ଷିଣ ଓଡ଼ିଶା ଉତ୍ତର ଓଡ଼ିଶା ଓ ଅନ୍ୟ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

;