Advertisement
Photo Details/zeeodisha/odisha2871965
photoDetails0hindi

Odisha Weather Updates: ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜୀବନ, ୧୩ରୁ ଲଘୁଚାପ ବର୍ଷା

Odisha Weather Updates: ଭୁବନେଶ୍ୱର: ଶ୍ରାବଣ ମାସରେ ବର୍ଷା ବଦଳରେ ଗୁଳୁଗୁଳୁରେ ହନ୍ତସନ୍ତ ହେଉଛନ୍ତି ରାଜ୍ୟବାସୀ।ବର୍ଷା ପ୍ରକୋପ ବି କମିଯାଇଛି । ତେବେ ଆଗାମୀ ୧୩ ତାରିଖ ବେଳକୁ ଆଉ ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଓଡ଼ିଶା ଉପକୂଳରେ ଦାନା ବାନ୍ଧିବା  ସମ୍ଭାବନା ଅଛି । ଏହା ପ୍ରଭାବରେ  ରାଜ୍ୟରେ ଭଲ ବର୍ଷା ହେବ । ୨୦  ତାରିଖ ବେଳକୁ ପୁଣି ଏକ ଘୂର୍ଣ୍ଣିବଳୟ  କିମ୍ବା ଲଘୁଚାପ ସୃଷ୍ଟି ହୋଇପାରେ ।  

1/9

ରାଜ୍ୟରେ ଗୁରୁବାର  ପାରଳାଖେମୁଣ୍ଡି ତାପମାତ୍ରା ୩୭ ଡିଗ୍ରୀ,  ବୌଦ୍ଧ ୩୬.୮, ଟିଟିଲାଗଡ଼ ୩୬.୫,  ପୁରୀ ୩୫.୩, ସମ୍ବଲପୁର ୩୫.୨,  ଛତ୍ରପୁର ୩୫, ଭବାନୀପାଟଣା  ୩୪.୮, ଭୁବନେଶ୍ୱର ୩୪.୪,  ଗୋପାଳପୁର ୩୪.୪, ହୀରାକୁଦ  ୩୪.୧ ଡିଗ୍ରୀ ସେଲସିୟସ୍‌ ଥିଲା । 

2/9

ଅଧିକାଂଶ ସ୍ଥାନରେ ପାରଦ ୩୩  ଡିଗ୍ରୀ ପାର୍‌ କରିଥିଲା । ଆର୍ଦ୍ରତା  ପରିମାଣ ସକାଳେ ୮୦-୯୦%  ଥିବାବେଳେ ଅପରାହ୍ନରେ  ୭୦-୯୦% ଭିତରେ ରହୁଛି ।  ଟିଟିଲାଗଡ଼ରେ ସ୍ୱାଭାବିକଠାରୁ ସାଢ଼େ  ୫ ଡିଗ୍ରୀ ତାତି ଅଧିକ ଥିବା ବେଳେ  ଉପକୂଳ ଓଡ଼ିଶାର ପୁରୀରେ ୩.୮  ଡିଗ୍ରୀ ଅଧିକ ଥିଲା । 

3/9

ଗୁରୁବାର ସନ୍ଧ୍ୟା ସୁଦ୍ଧା ଅନୁଗୁଳ, ଛତ୍ରପୁର, ବଲାଙ୍ଗିର, ଖୋର୍ଦ୍ଧା, ହୀରାକୁଦ, ଟିଟିଲାଗଡ଼ ସମେତ ବିଭିନ୍ନ ସ୍ଥାନରେ ହାଲୁକାରୁ  ମଧ୍ୟମ ବର୍ଷା ହୋଇଥିଲା । 

4/9

ପାଣିପାଗ ବିଶେଷଜ୍ଞ  କହିଛନ୍ତି, ମୌସୁମୀ ବର୍ତ୍ତମାନ ଦୁର୍ବଳ ଅଛି । ଅନେକ  ସ୍ଥାନରେ ସପ୍ତାହେରୁ ଅଧିକ ସମୟ ହେବ ବର୍ଷା  ହୋଇନାହିଁ । 

5/9

ପାଣିପାଗ ବିଭାଗର ବିସ୍ତାରିତ ପୂର୍ବାନୁମାନ  ଅନୁସାରେ, ୧୩ ତାରିଖ ବେଳକୁ ଉତ୍ତର-ପଶ୍ଚିମ  ବଙ୍ଗୋପସାଗରର ଓଡ଼ିଶା ଉପକୂଳରେ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଅଛି । 

6/9

ସେହିପରି ପରବର୍ତ୍ତୀ ସପ୍ତାହରେ (୨୦-୨୧ ତାରିଖ ବେଳକୁ) ଆଉ ଏକ ଘୂର୍ଣ୍ଣିବଳୟ କିମ୍ବା ଲଘୁଚାପ ଉତ୍ତର ପଶ୍ଚିମ  ବଙ୍ଗୋପସାଗରର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ  ଦାନା ବାନ୍ଧିପାରେ । ଏମିତି ହେଲେ ରାଜ୍ୟରେ ବର୍ଷା ବଢ଼ିବ । 

7/9

ରାଜ୍ୟରେ ଗତ ଦେଢ଼ ସପ୍ତାହ ହେବ ବର୍ଷା କମ୍‌ ରହିଛି । ଜୁନ୍‌ ପହିଲାରୁ ଏବେ ସୁଦ୍ଧା ରାଜ୍ୟରେ  ହାରାହାରି ୬୩୪ ମିଲିମିଟର ବର୍ଷା ହୋଇଛି।  

8/9

ମାତ୍ର ୯ଟି ଜିଲ୍ଲାରେ  ବର୍ଷା ନିଅଣ୍ଟିଆ ରହିଛି । ପୁରୀରେ ସର୍ବାଧିକ ୪୩% ବର୍ଷା କମ୍‌ ଥିବା ବେଳେ ଗଜପତିରେ ୩୯%, ରାୟଗଡ଼ାରେ ୩୨%, ଗଞ୍ଜାମରେ ୩୧%, କଳାହାଣ୍ଡିରେ  ୩୧%, ଖୋର୍ଦ୍ଧାରେ ୨୬%, ନୂଆପଡ଼ାରେ ୨୧%, ବଲାଙ୍ଗିରରେ ୨୩%. ନବରଙ୍ଗପୁରରେ ୨୩%  ବର୍ଷା କମ୍‌ ହୋଇଛି । 

9/9

ସୁନ୍ଦରଗଡ଼, ଦେବଗଡ଼,  କେନ୍ଦୁଝର, ମୟୂରଭଞ୍ଜ, ବୌଦ୍ଧରେ ବର୍ଷା ଅଧିକ  ଥିବା ବେଳେ ୧୬ ଜିଲ୍ଲାରେ ବର୍ଷା ସ୍ୱାଭାବିକ ଅଛି।

;