Advertisement
Photo Details/zeeodisha/odisha2870352
photoDetails0hindi

Odisha Weather Updates: ଉତ୍ତର ଭାରତରେ ବର୍ଷା ବିତ୍ପାତ, ଓଡ଼ିଶାରେ ୩ ଜିଲ୍ଲାରେ ବର୍ଷା ପାଇଁ ଆର୍ଲଟ ଜାରି

ଭୁବନେଶ୍ବର: ଦେଶର ଅନେକ ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ବେଶ୍ ସକ୍ରିୟ ଅଛି। ବିଶେଷକରି ଉତ୍ତର, ପୂର୍ବ ଏବଂ ମଧ୍ୟ ଭାରତରେ ମୌସୁମୀ ପ୍ରବଳ ବର୍ଷା କରୁଛି। ଉତ୍ତର ଭାରତରେ ପ୍ରବଳପୁ ଅତି ପ୍ରବଳ ବର୍ଷା ହେଉଥିବା ବେଳେ ଓଡ଼ିଶାରେ ବର୍ଷାର ପରିମାଣ କମ ରହିଛି। 

1/8

ପାଣିପାଗ ବିଭାଗ ଆଗାମୀ 2-3 ଦିନ ମଧ୍ୟରେ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ହେବ ବୋଲି ଚେତାବନୀ ଦେଇଛି, ଯାହା ଯୋଗୁଁ ଉତ୍ତରାଖଣ୍ଡରେ ରେଡ୍ ଆଲର୍ଟ ମଧ୍ୟ ଜାରି କରାଯାଇଛି। 

2/8

ଅନେକ ସ୍ଥାନରେ ମେଘ ଫାଟିବା ଏବଂ ଭୂସ୍ଖଳନର ରିପୋର୍ଟ ଆସିଛି। 

3/8

ସେହିପରି ରାଜ୍ୟରେ ଏବେ ଅନେକାଂଶ ସ୍ଥାନରେ ପାଗ ମେଘୁଆ ରହିଛି। 

4/8

ସୁନ୍ଦରଗଡ଼ରେ ୩୯.୮ ମିମି, ସୋନପୁରରେ ୨୪.୮ ମିମି, ଝାରସୁଗୁଡ଼ାରେ ୨୨.୨, ହାରାକୁଦରେ ୬.୨ ମିମି ଲେଖାଏଁ ବର୍ଷା ହୋଇଯାଇଛି । 

5/8

ଆଜି କେନ୍ଦୁଝର, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାର କିଛି କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇପାରେ।

6/8

ଏଥିସହ ଉପକୂଳ ଓ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ବି ହାଲୁକା ବର୍ଷା ହୋଇପାରେ। 

7/8

ରାଜ୍ୟରେ ଏହିଭଳି ୧୦ ତାରିଖ ଯାଏ କାଁ ଭାଁ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । 

8/8

ଦକ୍ଷିଣ ବାଂଲାଦେଶ ଓ ସଂଲଗ୍ନ ଅଞ୍ଚଳରେ ୮ ତାରିଖ ଆଡ଼କୁ ଏକ ଉପର ବାୟୁମଣ୍ଡଳସ୍ତରୀୟ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛନ୍ତି।

;