Odisha Weather Report: ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ପାଶ୍ବବର୍ତ୍ତୀ ଓଡି଼ଶା ଏବଂ ପଶ୍ଚିମବଙ୍ଗ ଉପକୂଳ ଅଞ୍ଚଳ ଉପରେ ଲଘୁଚାପ ରହିଛି। ଏହା ଉତ୍ତର ଓଡି଼ଶା ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ, ଝାଡଖଣ୍ତ, ଛତିଶଗଡ଼ ଆଡ଼କୁ ଗତି କରିବ। ଏହାର ପ୍ରଭାବରେ ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ଅନେକ ସ୍ଥାନରେ ବର୍ଷା ସହ ଉତ୍ତର ଓଡି଼ଶା ଏବଂ ପାଖ ଜିଲ୍ଲା ମାନଙ୍କରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେବେ, ଆସନ୍ତୁ ଜାଣିବା ଆଜି କେଉଁ କେଉଁ ସ୍ଥାନରେ ବର୍ଷା ନେଇ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ...
ଆଜି ରଥଯାତ୍ରାରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ,ଆଜି ଅନେକ ସ୍ଥାନରେ ଘଡ଼ଘଡି଼ ସହ ପ୍ରବଳ ବର୍ଷାହୋଇପାରେ।
ବିଶେଷକରି, ମୟୂରଭଂଜ, କେନ୍ଦୁଝର, ସୁନ୍ଦରଗଡ ଓ ଝାରସୁଗୁଡାରେ ପ୍ରବଳ ବର୍ଷା, ବଜ୍ରପାତ ଏବଂ ୩୦-୪୦ କିମି ବେଗରେ ପବନ ବହିବାର ଆଶଙ୍କା ରହିଛି।
ସେହିପରି, ବାଲେଶ୍ବର, ଭଦ୍ରକ, ଯାଜପୁକ,ପୁରୀ, କଟକ,କେନ୍ଦ୍ରାପଡା, ଖୋର୍ଦ୍ଧା, ନୟାଗଡ଼, ଗଂଜାମ, ଗଜପତିରେ ଘଡଘଡ଼ି ସହ ୩୦ ରୁ ୪୦ କିମି ବେଗରେ ପବନ ହୋଇପାରେ।
ପୁରୀରେ ମେଘୁଆ ପାଗ ରହିବା ସହ ଅସରାଏ ବର୍ଷା ହେବାର ସମ୍ଭାବନା ରହିଛି।
ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅନେକ ସ୍ଥାନରେ ବର୍ଷା ଓ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ଜୁଲାଇ ୧ ଓ ୨ ରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
୩ ରୁ ୧୦ ତାରିଖ ଭିତରେ ସାରା ଭାରତରେ ବର୍ଷା ହେବାର ସମ୍ଭାବନା ରହିଛି। ଜୁନ୍ ପହିଲାରୁ ଆଜି ସୁଧା ଓଡି଼ଶାରେ ହାରାହାରି ୧୭୨.୨ ମିଲି ମିଟର ବର୍ଷା ହୋଇଥିବା ରେକର୍ଡ଼ ହୋଇଛି।
ट्रेन्डिंग फोटोज़