Advertisement
Photo Details/zeeodisha/odisha2703806
photoDetails0hindi

Weather Update: ଆଜି ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ୧୫ ଜିଲ୍ଲାକୁ ୟେଲୋ ଆଲର୍ଟ, ୫୦ କିମି ବେଗରେ ବହିବ ପବନ

Weather Update: କାଳବୈଶାଖି ପ୍ରଭାବରୁ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି। ରାଜ୍ୟରେ କିଛି ସ୍ଥାନରେ ଘଡ଼ଘଡି ସହ ବର୍ଷା ପବନ ହୋଇଛି। ଆସନ୍ତା ୪ ତାରିଖ ଅର୍ଥାତ୍ ଶୁକ୍ରବାର ଯାଏଁ ବିଭିନ୍ନ ଜିଲ୍ଲାକୁ କାଳବୈଶାଖି ଆଶଙ୍କା ରହିଛି।

1/8

ତେଣୁ ଆସନ୍ତା ୪ ଦିନ ଯାଏଁ ତାପମାତ୍ରାରେ ସେପରି କିଛି ପରିବର୍ତ୍ତନ ହେବା ସମ୍ଭାବନା ନାହିଁ। କେବଳ ବୌଦ୍ଧ ଓ ବଲାଙ୍ଗୀର ଜିଲ୍ଲାରେ ୪୦ ଡିଗ୍ରୀ ସେଲସିୟସ୍ କିମ୍ବା ତା ଠାରୁ ଅଧିକ ତାପମାତ୍ରା ରହିବ। 

ALSO READ: Today Horoscope: ଆଜି ଏହି ରାଶିମାନଙ୍କ ପାଇଁ ଦିନଟି ରହିବ ଶୁଭ, ଏମାନେ ରୁହନ୍ତୁ ସତର୍କ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଗୁରୁବାର?

ALSO READ: Surya Gochar 2025: ଏପ୍ରିଲ ୧୪ରେ ସୂର୍ଯ୍ୟଙ୍କ ଚଳନ, ସୁନାପରି ଚମକିବ ଏହିସବୁ ରାଶିଙ୍କ ଭାଗ୍ୟ

 

2/8

କନ୍ଧମାଳରେ ବଡ଼ ଧରଣର କାଳବୈଶାଖି ହୋଇଛି। ଏଥିସହ କୋରାପୁଟ୍ ଓ କେନ୍ଦୁଝରରେ ମଧ୍ୟ ବର୍ଷା ହୋଇଛି। 

3/8

ଭୁବନେଶ୍ବର ପାଣିପାଗ କେନ୍ଦ୍ରର  ପୂର୍ବାନୁମାନ ଅନୁଯାୟୀ,  ଆଜି(ଗୁରୁବାର) ୧୫ ଜିଲ୍ଲାକୁ ବିଜୁଳି -ଘଡ଼ଘଡି଼ ସହ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି। 

4/8

ସେହି ଜିଲ୍ଲା ଗୁଡିକ ହେଲା-ମୟୂରଭଂଜ, କେନ୍ଦୁଝର,ସୁନ୍ଦରଗଡ,ଝାରସୁଗୁଡା, ବରଗଡ଼, ସମ୍ବଲପୁର, ସୋନପୁର, ବଲାଙ୍ଗୀର, ନୂଆପଡା, କଳାହାଣ୍ତି, କନ୍ଧମାଳ, ନବରଙ୍ଗପୁର, କୋରାପୁଟ୍, ମାଲକାନଗିରି ଓ ରାୟଗଡାରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହେବାର ସମ୍ଭାବନା ରହିଛି। 

5/8

ଏଥିସହ ବିଜୁଳି ଘଡ଼ଘଡି଼ ହେବା ସହ ପବନ ବହିବ। 

6/8

ତେବେ, ପବନର ବେଗ ୪୦ ରୁ ୫୦ କିମି ବେଗରେ ରହିବା ସହ ବଜ୍ରପାତର ସତର୍କ ଜାରି କରାଯାଇଛି। 

7/8

ସେହିପରି, ଆସନ୍ତାକାଲି ବାଲେଶ୍ବର, ଭଦ୍ରକ, ଯାଜପୁର , କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଂଜାମ, ଗଜପତି, ମୟୂରଭଂଜ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର,ବୌଦ୍ଧ, କନ୍ଧମାଳ, ରାୟଗଡା, କୋରାପୁଟ୍ ଓ ମାଲକାନଗିରି ଆଦି ସ୍ଥାନରେ ବର୍ଷା ହେବା ସହ ପବନ ବହିବା ନେଇ ପୂର୍ବାନୁମାନ କରାଯାଇଛି।  

 

8/8

ଗତକାଲି ବୌଦ୍ଧ ଜିଲ୍ଲାରେ ସର୍ବାଧିକ ତାପମାତ୍ରା ୪୧ ଡିଗ୍ରୀ ରେକର୍ଡ଼ କରାଯାଇଛି। 

 

;