Advertisement
Photo Details/zeeodisha/odisha2858997
photoDetails0hindi

Lucky Zodiac Sign: ୨୯ ଜୁଲାଇରେ ଶିବଯୋଗ, ୫ ରାଶିର ଭାଗ୍ୟ ଉଜ୍ୱଳ

Top 5 Lucky Zodiac Sign, 29 July 2025: ଦିନଟିରେ ଗଠନ ହୋଇଥିବା ଶୁଭଯୋଗ ପ୍ରଭାବରେ ମେଷ ସମେତ ମୋଟ ୫ଟି ରାଶି ପାଇଁ ଦିନଟି ଭାଗ୍ୟଶାଳୀ ସାବ୍ୟସ୍ତ ହେବ। 

1/7

ମେଷ. ମିଥୁନ, ସିଂହ, ତୁଳା ଏବଂ ମକର ରାଶିର ବ୍ୟକ୍ତିବିଶେଷ କେଉଁ କ୍ଷେତ୍ରରେ ଶୁଭଫଳ ପାଇବେ ଆସନ୍ତୁ ଜାଣିବା

2/7

ମେଷ ରାଶି

ଆପଣଙ୍କ ପାଇଁ ଦିନଟି ଶୁଭ ସାବ୍ୟସ୍ତ ହେବ । କଠିନ ପରିଶ୍ରମର ଉପଯୁକ୍ତ ଲାଭ ମିଳିବ। ବ୍ୟବସାୟ ବଢାଇବାର ଯୋଜନା ସଫଳ ହେବ। କୌଣସି ସ୍ଥାନରୁ ପୁଞ୍ଜି ଆଣିବାକୁ ଚେଷ୍ଟା କରୁଥିଲେ ତାହା ସମ୍ଭବ ହୋଇପାରିବ । ସ୍ୱାସ୍ଥ୍ୟ ଦୃଷ୍ଟିରୁ ଏକ ଭଲ ଦିନ । କୌଣସି କୋର୍ଟ କଚେରୀ ମାମଲାରେ ଫସି ରହିଥିଲେ ଆଶାଠାରୁ ଭଲ ଫଳାଫଳ ମିଳିପାରେ। ନିଜ କାର୍ଯ୍ୟଗୁଡ଼ିକୁ ଭଲ ଭାବରେ ସମ୍ପାଦନ କରିବେ। ପରିବାରରେ ସୁଖ ଏବଂ ଶାନ୍ତିର ବାତାବରଣ ରହିବ। ଜୀବନସାଥୀଙ୍କ ସହିତ ସମ୍ପର୍କ ମଜବୁତ ରହିବ। ପରିବାରରୁ ପୂର୍ଣ୍ଣ ସମର୍ଥନ ପାଇବେ।

3/7

ମିଥୁନ ରାଶି

ଆପଣଙ୍କ ପାଇଁ ମଙ୍ଗଳବାର ଆଶାଠାରୁ ଭଲ ଫଳାଫଳ ଆଣିଦେବ। କର୍ମକ୍ଷେତ୍ରରେ ଆପଣଙ୍କ ଆତ୍ମବିଶ୍ୱାସ ଏବଂ ସୃଜନଶୀଳତାରୁ ଲାଭ ପାଇବେ। ଉଚ୍ଚ ଅଧିକାରୀମାନେ ଆପଣଙ୍କ ଚିନ୍ତାଧାରାକୁ ଗୁରୁତ୍ୱ ଦେବେ । ଛାତ୍ରଛାତ୍ରୀମାନଙ୍କ ଦିନଟି ଭଲ ଫଳାଫଳ ଆଣିବ। କଠିନ ପରିଶ୍ରମ ଅନୁସାରେ ଭଲ ଫଳାଫଳ ପାଇବେ। ମାନସିକ ଭାବରେ ସୁଦୃଢ଼ ଅନୁଭବ କରିବେ। ଅତୀତରେ କରିଥିବା ପ୍ରୟାସ ଲାଭଦାୟକ ପ୍ରମାଣିତ ହେବ। ନିବେଶ ସମ୍ବନ୍ଧୀୟ କାମ କରୁଥିଲେ ଦିନଟି ଅନୁକୂଳ । ପରିବାରରେ ସୁଖଦ ପରିବେଶ ରହିବ। ଜୀବନସାଥୀଙ୍କ ସହିତ ସମ୍ପର୍କରେ ଉତ୍ତମ ସମନ୍ୱୟ ରହିବ। ପିଲାମାନଙ୍କଠାରୁ ଶୁଭ ଖବର ମିଳିପାରେ।

4/7

ସିଂହ ରାଶି

ଆପଣଙ୍କ ପାଇଁ ମଙ୍ଗଳବାର ବହୁତ ବିଶେଷ ହେବ । ପରିବାରର ପୂର୍ଣ୍ଣ ସମର୍ଥନ ପାଇବେ। ଆପଣଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ବ୍ୟବସାୟକୁ ଅଧିକ ସମୟ ଦେଇପାରିବେ । ଘରୋଇ ଚିନ୍ତାରୁ ଦୂରେଇ ରହିପାରିବେ। ଆପଣଙ୍କ ଏକ ପୁରୁଣା ଇଚ୍ଛା ପୂରଣ ହୋଇପାରେ। ସମ୍ବଳ ବୃଦ୍ଧି କରିବା ଦିଗରେ ଧ୍ୟାନ ଦେବେ। ବ୍ୟବସାୟରେ ଭଲ ଲାଭଜନକ ଚୁକ୍ତି ମିଳିପାରେ । ନିକଟତମ ବନ୍ଧୁଙ୍କ ସାହାଯ୍ୟ ପାଇପାରିବେ। କଠିନ ପରିଶ୍ରମ ଫଳପ୍ରଦ ହେବ । ଅଧିକ ଟଙ୍କା ରୋଜଗାର କରିବାରେ ସଫଳ ହେବେ। ସଠିକ ସ୍ଥାନରେ ଟଙ୍କା ନିବେଶ କରିବା ଦିଗରେ ଆଗକୁ ବଢ଼ବେ। ପରିବାରରେ ହସଖୁସିର ପରିବେଶ ରହିବ। ପ୍ରତ୍ୟେକ ପଦକ୍ଷେପରେ ଜୀବନସାଥୀଙ୍କ ଠାରୁ ସମର୍ଥନ ପାଇବେ।

5/7

ତୁଳା ରାଶି

ଆପଣଙ୍କ ପାଇଁ ମଙ୍ଗଳବାର ଏକ ଅନୁକୂଳ ଦିନ । ପ୍ରଭୁ ହନୁମାନଜୀଙ୍କ ଆଶୀର୍ବାଦ ଆପଣ ପାଇବେ । ହସ୍ପିଟାଲ, ମେଡିକାଲ ଷ୍ଟୋର, ଲ୍ୟାବ ଇତ୍ୟାଦି କ୍ଷେତ୍ରରେ କାମ କରୁଥିଲେ ଆଶାଠାରୁ ଭଲ ଫଳାଫଳ ପାଇବେ। ବିଦେଶ ସମ୍ବନ୍ଧୀୟ କାମରେ ସକାରାତ୍ମକ ଫଳାଫଳ ମିଳିପାରେ । ଆମଦାନୀ ରପ୍ତାନି ସମ୍ବନ୍ଧୀୟ କାମରେ ଭଲ ଲାଭ ମିଳିବ । କ୍ୟାରିଅର ପାଇଁ ବିଦେଶ ଯିବାକୁ ଚେଷ୍ଟା କରୁଥିଲେ ବାଧା ଦୂର ହୋଇଯିବ। ବ୍ୟବସାୟରେ କ୍ଷତିର ସମ୍ମୁଖୀନ ହେଉଥିଲେ ପରିସ୍ଥିତି ପରିବର୍ତ୍ତନ ହେବ । ଆଧ୍ୟାତ୍ମିକ କାର୍ଯ୍ୟରେ ସାମିଲ ହୋଇପାରନ୍ତି । ପରିବାରରୁ ପୂର୍ଣ୍ଣ ସମର୍ଥନ ମିଳିବ। ବୈବାହିକ ଜୀବନ ସୁଖମୟ ହେବ।

6/7

ମକର ରାଶି

ଆପଣଙ୍କ ପାଇଁ ଦିନଟି ଭାଗ୍ୟଶାଳୀ ହେବାକୁ ଯାଉଛି। ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ । ଅଟକି ରହିଥିବା କାମ ଗୁଡିକ ଆଗକୁ ବଢିବ । ଆପଣଙ୍କର ଟଙ୍କା ବଜାରରେ ଫସି ରହିଥିଲେ ତାହା ପାଇପାରିବେ। ନିଜ ସୁବିଧା ଟଙ୍କା ଖର୍ଚ୍ଚ କରିବେ। ବ୍ୟବସାୟ ଦୃଷ୍ଟିରୁ ଦିନଟି ଅନୁକୂଳ । ବରିଷ୍ଠ ଲୋକଙ୍କ ଅଭିଜ୍ଞତାରୁ ମାର୍ଗଦର୍ଶନ ପାଇବେ । ବ୍ୟବସାୟିକ ଦୃଷ୍ଟିକୋଣରୁ ଦୂରଯାତ୍ରା କରିପାରନ୍ତି । ଆପଣଙ୍କର ମାନ ସମ୍ମାନ ବୃଦ୍ଧି ପାଇବ । ପରିବାରରେ ଖୁସିର ପରିବେଶ ରହିବ । ଜୀବନସାଥୀଙ୍କ ସମର୍ଥନ ପାଇବେ । ନିଜ କାମ ପ୍ରତି ଅଧିକ ଧ୍ୟାନ ଦେବେ।

7/7

Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ ।

;