ବୁଧ ୨୨ ଜୁନ ରାତି ୯ଟା୧୭ ରେ ମିଥୁନ ରାଶିରୁ ବାହାରି କର୍କଟ ରାଶିରେ ଚଳନ କରିବେ। କର୍କଟ ରାଶିର ଶାସକ ହେଉଛନ୍ତି ଚନ୍ଦ୍ର । ଏହି କାରଣରୁ କିଛି ରାଶିର ବ୍ୟକ୍ତିବିଶେଷ ଶୁଭଫଳ ପାଇବେ।
ମେଷ, ମିଥୁନ, କନ୍ୟା ଏବଂ ଧନୁ ରାଶିର ବ୍ୟକ୍ତିବିଶେଷ କେଉଁ କ୍ଷେତ୍ରରେ ଶୁଭଫଳ ପାଇବେ ଆସନ୍ତୁ ଜାଣିବା
ମେଷ ରାଶି
ବୁଧର ରାଶି ପରିବର୍ତ୍ତନ ଆପଣଙ୍କ କ୍ଷେତ୍ରରେ ବହୁତ ଗଭୀର ପ୍ରଭାବ ପକାଇବ। ବୁଧ ତୃତୀୟ ଏବଂ ଷଷ୍ଠ ଘରର କର୍ତ୍ତା । ଜୁନ୍ ୨୨ ରେ ଆପଣଙ୍କ ଚତୁର୍ଥ ଘରେ ବୁଧ ରାଶି ପରିବର୍ତ୍ତନ କରିବେ । କୁଣ୍ଡଳୀର ଚତୁର୍ଥ ଘର ମା, ସୁଖ ଏବଂ ବାହନ ସହିତ ଜଡିତ। ଚତୁର୍ଥ ଘରେ ବୁଧର ଚଳନ ବହୁତ ଲାଭଦାୟକ ପ୍ରମାଣିତ ହୁଏ । ବୁଧଙ୍କ ଚଳନର ଶୁଭ ଫଳ ଆପଣ ପାଇବେ । କାହା ସହିତ ସମ୍ପର୍କ ଖରାପ ଥିଲେ ସମ୍ପର୍କରେ ଉନ୍ନତି ଦେଖିପାରିବେ। ଜମି ଏବଂ ସମ୍ପତ୍ତି ସହିତ ଜଡିତ ବାଦ ବିବାଦ ଥିଲେ ସମାଧନ ହୋଇଯିବ । ପ୍ରଭାବଶାଳୀ ଲୋକଙ୍କ ସହିତ ସାକ୍ଷାତ କରିପାରନ୍ତି।
ମିଥୁନ ରାଶି
ବୁଧଙ୍କ ଚଳନ ଆପଣଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିବ। ଚତୁର୍ଥ ଏବଂ ପ୍ରଥମ ଘରର କର୍ତ୍ତା ହେଉଛନ୍ତି ବୁଧ । ଆପଣଙ୍କ ଦ୍ୱିତୀୟ ଘରେ ବୁଧଙ୍କ ଚଳନ ବହୁତ ଲାଭଦାୟକ ପ୍ରମାଣିତ ହେବ। କୁଣ୍ଡଳୀର ଦ୍ୱିତୀୟ ଘର ହେଉଛି ଧନର ଘର। ଏହି ଚଳନ ଆପଣଙ୍କ ଆର୍ଥିକ ପରିସ୍ଥିତିରେ ଅନୁକୂଳ ଫଳାଫଳ ଦେବ। ଭୌତିକ ସୁଖ ସୁବିଧାରେ ବୃଦ୍ଧି ଘଟିବ। ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଯିବ।
କନ୍ୟା ରାଶି
ଆପଣଙ୍କ ପାଇଁ ବୁଧଙ୍କ ଚଳନ ଲାଭଦାୟକ ପ୍ରମାଣିତ ହେବ। ଆପଣଙ୍କ ପାଇଁ ବୁଧ ଦଶମ ଘର ଅର୍ଥାତ୍ କର୍ମ ଘରର ଏବଂ ଲଗ୍ନ ଘରର ସ୍ୱାମୀ। କର୍କଟ ରାଶିରେ ବୁଧଙ୍କ ଚଳନ ଏକାଦଶ ଘରେ ଘଟିବ। ବୁଧକୁ ବହୁତ ଲାଭଦାୟକ ବୋଲି ବିବେଚନା କରାଯାଏ। ତେଣୁ ଏହି ଚଳନ ଲାଭ ଏବଂ ଆୟର ସୁଯୋଗ ବୃଦ୍ଧି କରିବ। ଭୌତିକ ସୁଖ ସୁବିଧାରେ ବୃଦ୍ଧି ହେବାର ସମ୍ଭାବନା ଅଛି। ଚାକିରି କରୁଥିଲେ ପଦୋନ୍ନତି ହେବାର ସମ୍ଭାବନା ଅଛି। ନିଜ ଲକ୍ଷ୍ୟ ହାସଲ କରିବାରେ ସଫଳତା ପାଇବେ।
ଧନୁ ରାଶି
ଆପଣଙ୍କ ରାଶିର ବୁଧ ସପ୍ତମ ଏବଂ ଦଶମ ଘରର ଅଧିପତି । ରାଶି ପରିବର୍ତ୍ତନ ପରେ ଏହା ଆପଣଙ୍କ ଅଷ୍ଟମ ଘରେ ଚଳନ କରିବେ। କୁଣ୍ଡଳୀର ଅଷ୍ଟମ ଘରକୁ ଭଲ ବୋଲି ବିବେଚନା କରାଯାଏ ନାହିଁ । ଏହା ଦୁଃଖ ଏବଂ ମୃତ୍ୟୁର ଘର। କିନ୍ତୁ ଏଠାରେ ବୁଧଙ୍କ ଚଳନ କିଛି ଭଲ ଫଳାଫଳ ଦେଇପାରେ । ଆପଣଙ୍କ କଠିନ ପରିଶ୍ରମ କାରଣରୁ ଭଲ ଫଳାଫଳ ପାଇବେ। ଆର୍ଥିକ ଲାଭର ସୁଯୋଗ ରହିଛି ।
Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ ।
ट्रेन्डिंग फोटोज़