Shani Nakshatra Gochar: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୧୮ ଅଗଷ୍ଟ ୨୦୨୫ ରେ, ନ୍ୟାୟ ଏବଂ କର୍ମଫଳ ଦାତା ଶନି ଦେବ ପୁଣି ଥରେ ଗତି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହି ଦିନ, ଶନି ଦେବ ଉତ୍ତର ଭାଦ୍ରପଦ ନକ୍ଷତ୍ରରେ ଚଳନ କରିବେ । ଏହା ମୀନ ରାଶି ଅଧିନରେ ଆସୁଛି ।
ଏହି ବର୍ଷ, ଶନିଙ୍କ ଏହି ନକ୍ଷତ୍ର ପରିବର୍ତ୍ତନ ୫ଟି ରାଶି ପାଇଁ ଅତ୍ୟନ୍ତ ଶୁଭ ହେବ ବୋଲି ଜ୍ୟୋତିର୍ବିଦ ଆକଳନ କରୁଛନ୍ତି ।
ବୃଷ ରାଶି
ଶନିଙ୍କ ଏହି ଚଳନ ଆପଣଙ୍କ ପାଇଁ ଶୁଭଫଳ ଆଣିବାକୁ ଯାଉଛି । ଶନି ଦେବଙ୍କ ଆଶୀର୍ବାଦରେ କ୍ୟାରିୟରରେ ଆପଣ ଉନ୍ନତି କରିବାକୁ ଲାଗିବେ । କୌଣସି ସ୍ଥାନରେ ଟଙ୍କା ଅଟକି ରହିଥିଲେ ତାହା ଫେରି ପାଇବାର ସମ୍ଭାବନା ରହିଛି । ଦୀର୍ଘଦିନ ଧରି ସ୍ୱାସ୍ଥ୍ୟ ସମସ୍ୟା ଭୋଗୁଥିଲେ ସେଥିରୁ ଧିରେ ଧିରେ ମୁକ୍ତି ପାଇବେ । ଜୀବନସାଥୀଙ୍କ ସମର୍ଥନ ପାଇବେ।
ମିଥୁନ ରାଶି
ଶନିଙ୍କ ଏହି ନକ୍ଷତ୍ର ଚଳନ ଆପଣଙ୍କୁ ଆର୍ଥିକ ଶକ୍ତି ପ୍ରଦାନ କରିବ। ପ୍ରତିଯୋଗିତାମୂଳକ ପରୀକ୍ଷାରେ ଆପଣ ଶୁଭ ଫଳାଫଳ ପାଇପାରିବେ। ନୂତନ ଚାକିରି ଖୋଜୁଥିଲେ ସଫଳତା ମିଳିବାର ସମ୍ଭାବନା ଅଧିକ । ବ୍ୟବସାୟରେ ଅଧିକ ଲାଭ ହେବାର ସମ୍ଭାବନା ରହିଛି ।
ସିଂହ ରାଶି
ଏହି ପରିବର୍ତ୍ତନ ଆପଣଙ୍କ ପାଇଁ ଭାଗ୍ୟବାନ ପ୍ରମାଣିତ ହେବ। ଆପଣଙ୍କ ଅନେକ ସ୍ଥଗିତ କାର୍ଯ୍ୟ ସଫଳତାର ସହ ଶେଷ ହେବ। ସମାଜରେ ଆପଣଙ୍କ ମାନ ସମ୍ମାନ ବଢିବ । ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଚିନ୍ତା ଥିଲେ ସେଥିରୁ ମୁକ୍ତି ପାଇବେ। ସମ୍ପତ୍ତିରେ ନିବେଶ କରିବାକୁ ଚାହୁଁଥିଲେ ସମୟ ଅନୁକୂଳ ।
କନ୍ୟା ରାଶି
କ୍ୟାରିୟର ଏବଂ ବ୍ୟବସାୟରେ ଆପଣଙ୍କୁ ଭଲ ଲାଭ ମିଳିବ। ଚାକିରି ଖୋଜୁଥିଲେ ଲକ୍ଷ୍ୟ ସହଜରେ ପୂରଣ ହୋଇଯିବ। ଆପଣଙ୍କୁ ପଦୋନ୍ନତି ମିଳିବାର ସମ୍ଭାବନା ରହିଛି । ବରିଷ୍ଠ ଅଧିକାରୀଙ୍କ ସମର୍ଥନ ଆପଣଙ୍କ ପ୍ରତି ରହିବ । ନୂତନ ସମ୍ପତ୍ତି କିଣିବାକୁ ଚାହୁଁଥିଲେ ସମୟ ଶୁଭ । କୌଣସି ପ୍ରକାରର ଚାପ କିମ୍ୱା ପାରିବାରିକ କଳହ ଥିଲେ ସେଥିରୁ ମୁକ୍ତି ମିଳିବ।
ତୁଳା ରାଶି
ଆପଣଙ୍କ ପାଇଁ ସମୟ ବହୁତ ଶୁଭ ସାବ୍ୟସ୍ତ ହେବ। ଆପଣଙ୍କ ଆଖପାଖରେ ସକାରାତ୍ମକ ଶକ୍ତି ଅନୁଭବ କରିବେ। ବ୍ୟବସାୟରେ ଖ୍ୟାତି ଅର୍ଜନ କରିବେ । ଧନ ସମ୍ପତ୍ତି ବୃଦ୍ଧି ହେବାକୁ ଲାଗିବ। ପରିବାରରେ ଶାନ୍ତି ପାଇବେ । ସନ୍ତାନଙ୍କ ପ୍ରଗତି କାରଣରୁ ମନ ଖୁସି ରହିବ।
Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ ।
ट्रेन्डिंग फोटोज़