Rashifal 14 June 2025: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ମୋଟ ୧୨ଟି ରାଶି ବିଷୟରେ ବର୍ଣ୍ଣନା କରାଯାଇଛି। ପ୍ରତ୍ୟେକ ରାଶିର ଗୋଟିଏ ଲେଖାଁଏ ଶାସକ ଗ୍ରହ ଥାଏ। ଗ୍ରହ ଏବଂ ନକ୍ଷତ୍ରମାନଙ୍କର ଗତି ଗତିବିଧି ଉପରେ ଆଧାର କରି ରାଶିଫଳ ଆକଳନ କରାଯାଏ। ୧୪ ଜୁନ୍ ୨୦୨୫ ହେଉଛି ଶନିବାର। ହିନ୍ଦୁ ଧର୍ମରେ ଶନିବାର ଦିନ ଭଗବାନ ଶନିଦେବଙ୍କୁ ପୂଜାର୍ଚ୍ଚନା ପାଇଁ ସମର୍ପିତ କରାଯାଇଛି। ତେବେ ଜାଣନ୍ତୁ ୧୪ ଜୁନ୍ ୨୦୨୫ ରେ କେଉଁ ସବୁ ରାଶିର ଲୋକମାନଙ୍କ ପାଇଁ ଲାଭଦାୟକ ରହିବ ଏବଂ କେଉଁ ମାନଙ୍କୁ ଟିକିଏ ସତର୍କ ରହିବାକୁ ପଡିବ।
ମେଷ ରାଶି: ଆଜି ଆପଣ କିଛି ଧାର୍ମିକ କାର୍ଯ୍ୟକଳାପରେ ଜଡିତ ହୋଇପାରନ୍ତି। ଚାକିରି ଓ ବ୍ୟବସାୟ ପାଇଁ ଦିନଟି ଅନୁକୂଳ ରହିବ। ଉଚ୍ଚ ପଦାଧିକାରୀଙ୍କ ସହଯୋଗରେ କାମରେ ରହିଥିବା ବାଧା ଦୂର ହେବ। ପରିବାର ସହିତ ସମୟ ବିତାଇବେ। କାମକୁ ନେଇ ଅଧିକ ଚାପ ନିଅନ୍ତୁ ନାହିଁ। ଅତୀତର ଭୁଲଗୁଡ଼ିକୁ ପୁନରାବୃତ୍ତି କରନ୍ତୁ ନାହିଁ। ଅଫିସ୍ ରାଜନୀତିଠାରୁ ଦୂରଇ ରୁହନ୍ତୁ ଓ ସମସ୍ତ କାର୍ଯ୍ୟକୁ ଏକ ଉଚିତ୍ ଶୌଳୀରେ ସଂପୂର୍ଣ୍ଣ କରିବାକୁ ଚେଷ୍ଟା କରନ୍ତୁ।
ବୃଷ ରାଶି: ଆଜି ଆପଣଙ୍କ ପାଇଁ ବହୁତ ଶୁଭ ଦିନ ରହିବାକୁ ଯାଉଛି। ବୃତ୍ତିଗତ ଜୀବନରେ ଆପଣ ଏକ ଭଲ ଖବର ପାଇପାରନ୍ତି। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଆପଣ ଏକ ନୂତନ ଚାକିରି ଅଫର୍ ପାଇପାରନ୍ତି। ପଦୋନ୍ନତି କିମ୍ବା ମୂଲ୍ୟାଙ୍କନର ସମ୍ଭାବନା ବୃଦ୍ଧି ପାଇବ। ଆପଣ ପୂର୍ବ ଋଣରୁ ମୁକ୍ତି ପାଇବେ। ପାରିବାରିକ ଜୀବନରେ ଖୁସିମୟ ହେବ। ଆପଣଙ୍କ ପ୍ରିୟଜନଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ନିଜ ସାଥୀଙ୍କ ଭାବନାକୁ ସମ୍ମାନ ଦିଅନ୍ତୁ। ତାଙ୍କୁ ସମର୍ଥନ କରନ୍ତୁ। ଏହା ସମ୍ପର୍କରେ ପ୍ରେମ ଓ ମଧୁରତା ବଜାୟ ରଖିବ।
ମିଥୁନ ରାଶି: ଆଜି ଆପଣଙ୍କ ପାରିବାରିକ ଜୀବନ ଖୁସିମୟ ରହିବ। ଘରେ ଧାର୍ମିକ କାର୍ଯ୍ୟ ସଂଗଠିତ ହୋଇପାରେ। ଏକ ନୂତନ ସମ୍ପତ୍ତି କିମ୍ବା ଗାଡି କିଣିବାର ସମ୍ଭାବନା ରହିଛି। ଆଜି ଆପଣଙ୍କ କିଛି ସ୍ୱପ୍ନ ସାକାର ହୋଇପାରେ। ଆଜି ଚାକିରି ଓ ବ୍ୟବସାୟରେ ଅଗ୍ରଗତି ପାଇଁ ଅନେକ ସୁବର୍ଣ୍ଣ ସୁଯୋଗ ପାଇବେ। ବ୍ୟବସାୟରେ ବିସ୍ତାର ହେବ। ଆୟ ବୃଦ୍ଧି ହେବାର ସମ୍ଭାବନା ରହିଛି। ଆପଣଙ୍କ ଇଚ୍ଛା ପୂରଣ ହେବ।
କର୍କଟ ରାଶି: ଆଜି ଆପଣଙ୍କ ପାଇଁ ଏକ ସାଧାରଣ ଦିନ ପରି ରହିବାକୁ ଯାଉଛି। ବ୍ୟବସାୟରେ ଆଜି ଉତ୍ଥାନ-ପତନ ଦେଖିବାକୁ ମିଳିପାରେ। ଆର୍ଥିକ ପ୍ରସଙ୍ଗକୁ ନେଇ ଟିକେ ସାବଧାନ ରୁହନ୍ତୁ। ପରିବାର ସହିତ ମଜାଳିଆ ମୁହୂର୍ତ୍ତଗୁଡିକ ଉପଭୋଗ କରିବେ। ପୁଞ୍ଜି ନିବେଶ ସମ୍ବନ୍ଧୀୟ ନିଷ୍ପତ୍ତି ନିଅନ୍ତୁ। ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ଯଦି ନିବେଶକୁ ନେଇ ଦ୍ୱନ୍ଦ୍ୱ ଅଛି ତେବେ ନିଶ୍ଚିତ ଭାବରେ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ। ପିଲାମାନଙ୍କ ପାଖରୁ ଏକ ଖୁସି ଖବର ପାଇପାରନ୍ତି। ଶତ୍ରୁମାନଙ୍କଠାରୁ ଟିକିଏ ସୁରକ୍ଷିତ ରୁହନ୍ତୁ।
ସିଂହ ରାଶି: ଆଜି ସିଂହ ରାଶିର ଲୋକଙ୍କ ଜୀବନରେ ଅନେକ ଚମତ୍କାର ପରିବର୍ତ୍ତନ ଘଟିବ। ଟଙ୍କା ଆସିବା ବୃଦ୍ଧି ପାଇବ। ସାମାଜିକ ସ୍ଥିତି ଓ ପ୍ରତିଷ୍ଠା ବୃଦ୍ଧି ପାଇବ। ଦୀର୍ଘଦିନ ଧରି ବିଚାରାଧୀନ ଥିବା କାର୍ଯ୍ୟ ସଫଳ ହେବ। ଯଦିଓ ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟକୁ ନେଇ ଆପଣଙ୍କ ଚିନ୍ତିତ ରହିପାରନ୍ତି। ଆଜି କାହାକୁ ଅଧିକ ପରିମାଣର ଧାର ଦିଅନ୍ତୁ ନାହିଁ। ଛାତ୍ରଛାତ୍ରୀମାନେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ପାଇବେ। ସାମାଜିକ କାର୍ଯ୍ୟରେ ଆପଣଙ୍କର ଆଗ୍ରହ ବୃଦ୍ଧି ପାଇବ।
କନ୍ୟା ରାଶି: ଆଜି ଆପଣ ଯାହା ଚାହିଁବେ ତାହା ଉପଲବ୍ଧ ହେବ। ଆପଣ ନିଜ ସାଥୀଙ୍କ ଠାରୁ ସମର୍ଥନ ପାଇବେ। ଦୀର୍ଘ ବିଚାରାଧୀନ ଥିବା କାର୍ଯ୍ୟରେ ଆପଣ ଚାହୁଁଥିବା ସଫଳତା ପାଇବେ। ଏକ ନୂତନ ସମ୍ପତ୍ତି କିମ୍ବା ଗାଡି କିଣିବାର ସମ୍ଭାବନା ରହିଛି। ଯଦିଓ କିଛି ଲୋକ ସେମାନଙ୍କ ପରିବାର ସଦସ୍ୟଙ୍କ ସହିତ ଆଦର୍ଶଗତ ପାର୍ଥକ୍ୟ ଉପୁଜିପାରେ। ଅତୀତର କରିଥିବା ଭୁଲରୁ ଶିକ୍ଷା ନେଇ ଜୀବନରେ ଆଗକୁ ବଢ଼ନ୍ତୁ। ଜୀବନକୁ ପୁନର୍ବାର ଆରମ୍ଭ କରନ୍ତୁ ଓ ଜୀବନର ପ୍ରତ୍ୟେକ ଛୋଟ ଛୋଟ ମୁହୂର୍ତ୍ତକୁ ଉପଭୋଗ କରନ୍ତୁ।
ତୁଳା ରାଶି: ଆଜି ତୁଳା ରାଶିର ଲୋକମାନେ ଶକ୍ତି ଓ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ହେବ। ଜୀବନରେ ନୂଆ ରୋମାଞ୍ଚକର ମୋଡ଼ ଆସିବ। ଯଦିଓ ଟଙ୍କା ପ୍ରସଙ୍ଗରେ ଉତ୍ଥାନ-ପତନର ଲକ୍ଷଣ ଅଛି। ଆୟ ବୃଦ୍ଧି ପାଇଁ ନୂତନ ଉପାୟ ଖୋଜନ୍ତୁ। ଟଙ୍କା ରୋଜଗାର କରିବା ପାଇଁ କଠିନ ପରିଶ୍ରମ ଜାରି ରଖନ୍ତୁ। ଆଜି ବ୍ୟବସାୟରେ ଚାଲିଥିବା ସମସ୍ୟାର ଆଲୋଚନା ମାଧ୍ୟମରେ ସମାଧାନ ହେବ। ନିଜ ଖର୍ଚ୍ଚ ଦେଖି ଚାହିଁ କରନ୍ତୁ। ଶୀଘ୍ର ଯେକୌଣସି ଜିନିଷ କିଣିବା ଠାରୁ ଦୂରେଇ ରୁହନ୍ତୁ।
ବିଛା ରାଶି: ଆଜି ଆପଣଙ୍କ ବୃତ୍ତିଗତ ଜୀବନରେ କିଛି ଚ୍ୟାଲେଞ୍ଜ ବୃଦ୍ଧି ପାଇପାରେ। ବିରୋଧୀମାନେ ସକ୍ରିୟ ରହିବେ। ଯେଉଁ କାରଣରୁ ଅଫିସରେ ସମସ୍ୟା ବଢ଼ିପାରେ। ଆଜି ଅଫିସରେ ଆପଣଙ୍କ ମ୍ୟାନେଜରଙ୍କ ପରାମର୍ଶକୁ ଅଣଦେଖା କରନ୍ତୁ ନାହିଁ। ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଗୁଡ଼ିକ ଉପରେ ଅଧିକ ଗୁରୁତ୍ୱ ଦିଅନ୍ତୁ। ପରିବାର ସଦସ୍ୟଙ୍କ ସହିତ ଅନାବଶ୍ୟକ ଯୁକ୍ତିରୁ ଦୂରେଇ ରୁହନ୍ତୁ। ଖର୍ଚ୍ଚ ନିୟନ୍ତ୍ରଣ କରି ଆପଣ ଆର୍ଥିକ ସ୍ଥିତିକୁ ମଜବୁତ କରିପାରିବେ ଓ ଧନ ବୃଦ୍ଧି ହେବାର ସମ୍ଭାବନା ରହିବ।
ଧନୁ ରାଶି: ଆଜି ଆପଣଙ୍କ ଜୀବନରେ ଛୋଟ ଛୋଟ ସମସ୍ୟା ଦେଖାଦେବ। ସ୍ୱାସ୍ଥ୍ୟରେ ଅସ୍ଥିରତାର ଲକ୍ଷଣ ଅଛି। ଆଜି ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ। ବ୍ୟକ୍ତିଗତ ଅଭିବୃଦ୍ଧି ଉପରେ ଧ୍ୟାନ ଦିଅନ୍ତୁ। ଆପଣ ଦୈନନ୍ଦିନ କାର୍ଯ୍ୟରୁ ବିରତି ନିଅନ୍ତୁ। ସେଲ୍ଫ କେୟାର ଆକ୍ଟିଭିଟିରେ ଅଂଶଗ୍ରହଣ କରିବେ। କାମର ଆହ୍ୱାନ ଦୂର କରିବା ପାଇଁ ସିନିୟର ମାନଙ୍କଠାରୁ ପରାମର୍ଶ ନିଅନ୍ତୁ। ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନରେ ସନ୍ତୁଳନ ବଜାୟ ରଖନ୍ତୁ।
ମକର ରାଶି: ଆଜି ଆପଣଙ୍କ ଦିନଟି ଆପଣଙ୍କୁ ମିଶ୍ରିତ ଫଳାଫଳ ଆଣିଦେବ। କାମକୁ ନେଇ ଭ୍ରମଣ କରିବାର ସମ୍ଭାବନା ରହିଛି। ଆର୍ଥିକ ପ୍ରସଙ୍ଗରେ କିଛି ସତର୍କତା ଅବଲମ୍ବନ କରନ୍ତୁ। ଟଙ୍କା ସମ୍ବନ୍ଧୀୟ କୌଣସି ନିଷ୍ପତ୍ତି ନେବାବେଳେ ନିଶ୍ଚିତ ଭାବରେ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ। ବ୍ୟବସାୟରେ ଅଭିବୃଦ୍ଧି ପାଇଁ ନୂତନ ସୁଯୋଗ ମିଳିବ। ଆପଣଙ୍କ ସାଥୀଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ଅଫିସ୍ ରାଜନୀତିରୁ ଦୂରେଇ ରୁହନ୍ତୁ ଓ ପରିବାର ସହିତ ଅଧିକ ସମୟ ବିତାନ୍ତୁ।
କୁମ୍ଭ ରାଶି: ଆଜି ଆପଣଙ୍କ ପାଇଁ ବହୁତ ଶୁଭ ଦିନ ହେବାକୁ ଯାଉଛି। ପାରିବାରିକ ଜୀବନରେ ସୁଖମୟ ରହିବ। ନୂତନ ଲୋକଙ୍କ ସହିତ ସାକ୍ଷାତ କରିବେ। ନୂତନ ଆୟର ଉତ୍ସରୁ ଆର୍ଥିକ ଲାଭ ହେବ। କୌଣସି ପ୍ରତିବନ୍ଧକ ବିନା ସମସ୍ତ କାର୍ଯ୍ୟ ସହଜରେ ସମାପ୍ତ ହେବ। ସାମାଜିକ ସ୍ଥିତି ଓ ପ୍ରତିଷ୍ଠା ବୃଦ୍ଧି ପାଇବ। ବ୍ୟବସାୟରେ ଅଭିବୃଦ୍ଧି ପାଇଁ ନୂତନ ସୁଯୋଗ ମିଳିବ। ବୃତ୍ତିଗତ ଜୀବନରେ ଆପଣ ଭଲ ଖବର ପାଇବ।
ମୀନ ରାଶି: ଆଜି ଜୀବନରେ ଅନେକ ଉତ୍ଥାନ-ପତନ ଦେଖାଦେବ। ଆର୍ଥିକ ପ୍ରସଙ୍ଗରେ ଟିକିଏ ସତର୍କ ରୁହନ୍ତୁ। କାହାକୁ ବିପୁଳ ପରିମାଣର ଧାର ଦିଅନ୍ତୁ ନାହିଁ। ବ୍ୟବସାୟରେ କୌଣସି ବଡ଼ ରିସ୍କ ନିଅନ୍ତୁ ନାହିଁ। ଆର୍ଥିକ କ୍ଷତି ହୋଇପାରେ। ପରିବାର ସହିତ ଅଧିକ ସମୟ ବିତାନ୍ତୁ। ଅଫିସ୍ ରାଜନୀତିଠାରୁ ଦୂରେଇ ରୁହନ୍ତୁ। ନିଜ କାର୍ଯ୍ୟଦକ୍ଷତା ଉପରେ ଧ୍ୟାନ ଦିଅନ୍ତୁ। ମନରେ ଥିବା କଷ୍ଟ ଜୀବନ ସାଥୀ କିମ୍ବା ପିତାମାତାଙ୍କ ସହିତ ସେୟାର କରନ୍ତୁ। ଏହା ଚାପକୁ ହ୍ରାସ କରିବ ଓ ସମସ୍ୟାର ସମାଧାନ କରିବାରେ ସାହାଯ୍ୟ କରିବ।
(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)
ट्रेन्डिंग फोटोज़