Advertisement
Photo Details/zeeodisha/odisha2799806
photoDetails0hindi

Kidney Damage Signs: ରାତିରେ ଶରୀରରେ ଦେଖୁଛନ୍ତି କି ଏହି ସବୁ ଲକ୍ଷଣ? ହୋଇପାରେ କିଡନୀ ଖରାପ ହେବାର ସଙ୍କେତ

ଖରାପ ଜୀବନଶୈଳୀ ଏବଂ ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଯୋଗୁଁ ଆପଣ କିଡନୀ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଯଦି ଆପଣ ସମୟ ମଧ୍ୟରେ କିଡନୀ ସମ୍ବନ୍ଧୀୟ ସମସ୍ୟାର ଚିକିତ୍ସା ଆରମ୍ଭ ନକରନ୍ତି ତେବେ ଆପଣଙ୍କୁ ଏହାର ପରିଣାମ ଭୋଗିବାକୁ ପଡ଼ିପାରେ। ଆପଣଙ୍କ ସୂଚନା ପାଇଁ ହି ରଖୁଛୁ ଯେ ରାତିରେ ଦେଖାଯାଉଥିବା କିଛି ଲକ୍ଷଣ କିଡ

1/5

ପାଦ ଫୁଲିବା: ରାତିରେ ଶୋଇବା ପୂର୍ବରୁ ଆପଣ କ’ଣ ଆପଣଙ୍କ ପାଦ ଫୁଲା ଅନୁଭବ କରୁଛନ୍ତି? ଏପରି ଲକ୍ଷଣକୁ ଅଣଦେଖା କରିବାର ଭୁଲ କରନ୍ତୁ ନାହିଁ। ଶରୀରରେ ପାଣି ଏବଂ ସୋଡିୟମ୍ ଜମା ହେବା ଯୋଗୁଁ ପାଦ ଫୁଲା ହୋଇପାରେ। ଏହି ଲକ୍ଷଣ ଆପଣଙ୍କୁ ସୂଚାଏ ଯେ କିଡନୀ ଠିକ୍ ଭାବରେ କାମ କରୁନାହିଁ।

 

2/5

ବାରମ୍ବାର ପରିସ୍ରା ଲାଗିବା: ରାତିରେ ବାରମ୍ବାର ପରିସ୍ରା, ଏପରି ଲକ୍ଷଣ କିଡନୀ ଫେଲର ଲକ୍ଷଣ ହୋଇପାରେ। ଯଦି ଆପଣଙ୍କୁ ମଧ୍ୟ ରାତିରେ ଅନେକ ଥର ପରିସ୍ରା କରିବାକୁ ପଡୁଥାଏ ତେବେ ବିଳମ୍ବ ନକରି ଜଣେ ଭଲ ଡାକ୍ତରଙ୍କ ଦ୍ୱାରା ନିଜର ଯାଞ୍ଚ କରାଇବା ଉଚିତ।

 

3/5

ଶ୍ୱାସକ୍ରିୟାରେ କଷ୍ଟ: ରାତିରେ ଶ୍ୱାସକ୍ରିୟାରେ ଅସୁବିଧା ହେବା କିଡନୀ ସମସ୍ୟାକୁ ସୂଚାଇପାରେ। ଯଦି ଆପଣ ମଧ୍ୟ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରୁଛନ୍ତି ତେବେ ଆପଣଙ୍କୁ ଯଥାଶୀଘ୍ର ଜଣେ ଭଲ ଡାକ୍ତରଙ୍କ ଠାରୁ ନିଜର ପରୀକ୍ଷା କରାଇବା ଉଚିତ। ନଚେତ୍ ଆପଣଙ୍କୁ ଏହାର ପରିଣାମ ଭୋଗିବାକୁ ପଡ଼ିପାରେ।

 

4/5

ଅଧିକ ଶୋଷ ଲାଗିବା: ଆପଣଙ୍କୁ ରାତିରେ ଅଧିକ ଶୋଷ ଲାଗିବା ଆରମ୍ଭ କରିଛନ୍ତି କି? ଯଦି ହଁ, ତେବେ ଏହି ଲକ୍ଷଣକୁ ସାମାନ୍ୟ ଭାବି ଅଣଦେଖା କରନ୍ତୁ ନାହିଁ। ଆପଣଙ୍କ ସୂଚନା ପାଇଁ କହି ରଖୁଛୁ ଯେ କିଡନୀ ଫେଲ୍ ଯୋଗୁଁ ଶରୀରରେ ପାଣିର ଅଭାବ ଦେଖାଯାଏ ଏବଂ ରୋଗୀ ଅଧିକ ଶୋଷିଲା ଅନୁଭବ କରିବାକୁ ଲାଗେ।

 

5/5

Disclaimer: ଏହି ଆର୍ଟିକିଲଟି ସାଧାରଣ ସୂଚନା ଉପରେ ଆଧାରିତ। ଏହାକୁ କୌଣସି ପ୍ରତିକାର ଭାବେ ଗ୍ରହଣ କରିବା ପୂର୍ବରୁ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ। ଜୀ ଓଡି଼ଶା ଏହାକୁ ନିଶ୍ଚିତ କରେ ନାହିଁ।

 

;