Kendra Trikona Rajyog: ଚଳିତ ବର୍ଷ ମୀନ ରାଶିରେ ଶନିଙ୍କ ଚଳନ କେନ୍ଦ୍ର ତ୍ରିକୋଣ ରାଜଯୋଗ ଗଠନ କରିଛି। ଫଳରେ ଏହାର ଶୁଭ ଏବଂ ସକାରାତ୍ମକ ପ୍ରଭାବ କିଛି ରାଶିର ବ୍ୟକ୍ତିବିଶେଷଙ୍କୁ ମିଳିବ ।
ଯେତେବେଳେ ଶନିଦେବ ରାଶି କିମ୍ବା ଗତି ପରିବର୍ତ୍ତନ କରନ୍ତି ତାହାର ଉଭୟ ସକରାତ୍ମକ ଏବଂ ନକରାତ୍ମକ ପ୍ରଭାବ ପଡିଥାଏ ପ୍ରତ୍ୟକ ରାଶିରେ । ଶନି ୩୦ ବର୍ଷ ପରେ ବୃହସ୍ପତିଙ୍କ ମାଲିକାନାରେ ଥିବା ମୀନ ରାଶିରେ ଚଳନ କରିଛନ୍ତି । ଶନି ଏହି ରାଶିରେ ଜୁନ ୨୦୨୭ ପର୍ଯ୍ୟନ୍ତ ରହିବା ପରେ ମେଷ ରାଶିରେ ଚଳନ କରିବେ। ୩୦ ବର୍ଷ ପରେ, ଶନିଙ୍କ କେନ୍ଦ୍ର ତ୍ରିକୋଣ ରାଜଯୋଗର ଗଠନ କିଛି ରାଶି ପାଇଁ ଶୁଭ ସାବ୍ୟସ୍ତ ହୋଇପାରେ।
ମିଥୁନ ରାଶି
ଆପଣଙ୍କ ପାଇଁ କେନ୍ଦ୍ର ତ୍ରିକୋଣ ରାଜଯୋଗ ବହୁତ ଶୁଭ ପ୍ରମାଣିତ ହୋଇପାରେ। ଏହା ଆପଣଙ୍କ ରାଶିର ଦଶମ ଘରେ ଗଠିତ ହେଉଛି। ଶନି ଆପଣଙ୍କ ରାଶିର ଭାଗ୍ୟ ଘରର କର୍ତ୍ତା । ଆପଣଙ୍କ କେନ୍ଦ୍ର ଘରେ ଶନିଙ୍କ ଚଳନ ଦ୍ୱାରା କେନ୍ଦ୍ର ତ୍ରିକୋଣ ରାଜଯୋଗ ସୃଷ୍ଟି ହେଉଛି। ଦଶମ ଘରେ କେନ୍ଦ୍ର ତ୍ରିକୋଣ ରାଜଯୋଗ ଗଠନ ହେବା କାରଣରୁ ଆପଣଙ୍କୁ ବହୁତ ଲାଭ ମିଳିବାର ସମ୍ଭାବନା ଅଛି। ଚାକିରି କ୍ଷେତ୍ରରେ ପଦୋନ୍ନତି ଏବଂ ଦରମା ବୃଦ୍ଧିର ସମ୍ଭାବନା ଅଛି। ଅସମ୍ପୂର୍ଣ୍ଣ କାମ ଗୁଡିକ ଶେଷ କରିବେ । ବ୍ୟବସାୟ ସହିତ ଜଡିତ ଥିଲେ ଭଲ ଲାଭ ପାଇବେ। ଜମି, କୋଠା ଏବଂ ସମ୍ପତ୍ତି ଇତ୍ୟାଦି କିଣିବାକୁ ଯୋଜନା କରୁଥିଲେ ସଫଳତା ପାଇପାରିବେ। ସମାଜରେ ମାନ ସମ୍ମାନ ବଢିବ ।
ମକର ରାଶି
ମୀନ ରାଶିରେ ଶନିଙ୍କ ପରିବର୍ତ୍ତନ କାରଣରୁ ଶନି ମକର ରାଶି ଲୋକଙ୍କ କୁଣ୍ଡଳୀର ତୃତୀୟ ଘରେ ଭ୍ରମଣ କରୁଛନ୍ତି। ମକର ରାଶି ଲୋକଙ୍କ ଉପରେ ଶନିଙ୍କ ସାଢେସତୀ ଶେଷ ହୋଇଛି। ଶନିଙ୍କ କେନ୍ଦ୍ର ତ୍ରିକୋଣ ରାଜଯୋଗ ଆପଣଙ୍କ ପାଇଁ ବହୁତ ଭାଗ୍ୟବାନ ପ୍ରମାଣିତ ହେବ। କାମରେ ବାଧା ସୃଷ୍ଟି ହେଉଥିଲେ ସେଥିରୁ ମୁକ୍ତି ପାଇବେ। ନୂତନ ଯୋଜନାରେ ସଫଳତା ମିଳିବ। ଆପଣଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇବାକୁ ଲାଗିବ। କୌଣସି ସୁତ୍ରରୁ ହଠାତ୍ ଆର୍ଥିକ ଲାଭର ସମ୍ଭାବନା ଅଛି।
ମୀନ ରାଶି
ଆପଣଙ୍କ ପାଇଁ, ଶନି ଏକାଦଶ ଘରର କର୍ତ୍ତା । ଆପଣଙ୍କ ଲଗ୍ନ ଘରେ ଶନି ବସିଛନ୍ତି। ଜୀବନରେ ଚାଲିଥିବା ଶନିଙ୍କ ସାଢେସତୀ ପ୍ରଥମ ପର୍ଯ୍ୟାୟ ଶେଷ ହୋଇଛି । ଏବେ ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି। ଅନ୍ୟପକ୍ଷରେ, ଯେତେବେଳେ କେନ୍ଦ୍ର ତ୍ରିକୋଣ ରାଜଯୋଗ ଗଠନ ହୁଏ, ସେତେବେଳେ ଆପଣ ଆପଣ ଆୟରେ ବୃଦ୍ଧି ଦେଖିବେ। ସଂଚୟିତ ଧନ ବୃଦ୍ଧି ହୋଇପାରେ । ଅଧିକ ଲାଭ ପାଇଁ ଭଲ ସୁଯୋଗ ମିଳିପାରେ। ରାଜନୀତି କ୍ଷେତ୍ରରେ ଥିଲେ ସଫଳତା ମିଳିପାରେ।
Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ ।
ट्रेन्डिंग फोटोज़