Top 5 Lucky Zodiac Sign, 9 August 2025: ଦିନଟିରେ ଗଠନ ହୋଇଥିବା ଶୁଭଯୋଗ ପ୍ରଭାବରୁ ମେଷ, ମିଥୁନ, କର୍କଟ, ତୁଳା ଏବଂ ମକର ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ କେଉଁ କ୍ଷେତ୍ରରେ ଶୁଭଫଳ ମିଳିବ ଆସନ୍ତୁ ଜାଣିବା ।
Lucky Zodiac Sign: ମେଷ, ମିଥୁନ, କର୍କଟ, ତୁଳା ଏବଂ ମକର ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟି ଶୁଭ । ବିସ୍ତୁତ ତଥ୍ୟ ନିମ୍ନରେ ଦିଆଯାଇଛି ।
ମେଷ ରାଶି
ଆପଣଙ୍କ ପାଇଁ ଦିନଟି ଶୁଭ । ଚାକିରି କ୍ଷେତ୍ରରେ ଆପଣଙ୍କ ସ୍ଥିତି ଭଲ ରହିବ। ପିତୃପକ୍ଷରୁ ଲାଭ ମିଳିବାର ସମ୍ଭାବନା ରହିଛି। ପାରିବାରିକ ବ୍ୟବସାୟରେ ଜଡିତ ଥିଲେ ପୂର୍ଣ୍ଣ ସମର୍ଥନ ମିଳିବ । ଆପଣଙ୍କ ମନ ଖୁସି ରହିବ। କୌଣସି ସ୍ଥାନରୁ ଅପ୍ରତ୍ୟାଶିତ ଲାଭ ମିଳିପାରେ। ସମ୍ପତ୍ତିରେ ନିବେଶ କରିବାକୁ ତାହୁଁଥିଲେ ଦିନଟି ଶୁଭ । ରାଜନୈତିକ ଏବଂ ସାମାଜିକ ସମ୍ପର୍କରୁ ଲାଭ ପାଇବେ।
ମିଥୁନ ରାଶି
ଆପଣଙ୍କ ଉପରେ କାମର ଚାପ ରହିଲେ ମଧ୍ୟ ଚତୁରତାର ସହ ପ୍ରତିଟି ସମସ୍ୟାର ସମାଧାନ କରିବେ। ଅତୀତରେ କରିଥିବା ନିବେଶରୁ ଆପଣଙ୍କୁ ଭଲ ଲାଭ ମିଳିପାରେ । ପାରିବାରିକ ଜୀବନରେ ଜୀବନସାଥୀଙ୍କ ଠାରୁ ପୂର୍ଣ୍ଣ ସମର୍ଥନ ପାଇବେ। ଆପଣଙ୍କର କୌଣସି ଏକ ବଡ଼ ଇଚ୍ଛା ପୂରଣ ହୋଇପାରେ । ଆପଣଙ୍କ ମନ ଖୁସି ରହିବ। ନୂତନ କାମ ଆରମ୍ଭ କରିବାକୁ ଚାହୁଁଥିଲେ ଦିନଟି ଶୁଭ। ସାମାଜିକ କ୍ଷେତ୍ରରେ ଆପଣଙ୍କ ମାନ ସମ୍ମାନ ବୃଦ୍ଧି ପାଇବ।
କର୍କଟ ରାଶି
ଆପଣଙ୍କର ଅନେକ କାମ ଆଶ୍ଚର୍ଯ୍ୟଜନକ ଭାବରେ ଶେଷ ହୋଇପାରେ। କିଛି ସୁଖଦ ଖବର ମିଳିପାରେ। ଆପଣଙ୍କର ଆୟ ବୃଦ୍ଧି ପାଇବ। କୌଣସି ଲାଭଜନକ ଚୁକ୍ତି ହେବାର ସମ୍ଭାବନା ରହିଛି। ଆପଣଙ୍କର କୌଣସି ଇଚ୍ଛା ପୂରଣ ହେବା କାରଣରୁ ମନ ଖୁସି ରହିବ। ପରିବାର ସଦସ୍ୟଙ୍କ ସହିତ ସୁଖଦ ସମୟ ବିତାଇବେ। ଭାଇଭଉଣୀଙ୍କଠାରୁ ପୂର୍ଣ୍ଣ ସମର୍ଥନ ପାଇବେ। କାହା ସହ କିଛି ମତଭେଦ ଥିଲେ ତାହାର ସମାଧାନ ହୋଇଯିବ। ଧାର୍ମିକ କାର୍ଯ୍ୟରେ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ।
ତୁଳା ରାଶି
ନିଜ କାମ ପ୍ରତି ଉତ୍ସର୍ଗୀକୃତ ହେବେ । କର୍ମକ୍ଷେତ୍ରରେ ସହକର୍ମୀଙ୍କଠାରୁ ପୂର୍ଣ୍ଣ ସମର୍ଥନ ପାଇବେ। ଆପଣଙ୍କୁ ଭୌତିକ ସୁଖ ସୁବିଧା ମିଳିବ। ଯାନବାହାନ, କୋଠା କିମ୍ବା ଜମି କିଣିବା ପାଇଁ ଚେଷ୍ଟା କରୁଥିଲେ ନିଜ ପ୍ରୟାସରେ ସଫଳତା ପାଇବେ। ଜଣେ ମହିଳା ସମ୍ପର୍କୀୟ କିମ୍ବା ବନ୍ଧୁଙ୍କଠାରୁ ସମର୍ଥନ ମିଳିପାରେ । ହଠାତ୍ କୌଣସି ସ୍ଥାନରୁ ଉପହାର ମିଳିବାର ସମ୍ଭାବନା ରହିଛି। ବ୍ୟବସାୟରେ ଭଲ ଲାଭ ମିଳିବ। ଅଳ୍ପ ଚେଷ୍ଟାରେ ଅଟକି ରହିଥିବା ଟଙ୍କା ଫେରି ପାଇପାରିବେ। ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ ହେବ ।
ମକର ରାଶି
ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦରୁ ଦିନଟି ଲାଭଦାୟକ । ଆଶା କରିନଥିବା ଉତ୍ସରୁ ଲାଭ ମିଳିପାରେ । ଦୀର୍ଘକାଳୀନ ନିବେଶ କରି ଲାଭ ପାଇପାରିବେ। ପାରିବାରିକ ଜୀବନରେ ପ୍ରେମ ଏବଂ ସମନ୍ୱୟ ଭଲ ରହିବ । ଜୀବନସାଥୀଙ୍କ ସହିତ ଭଲ ସମନ୍ୱୟ ରହିବ । ଦୂରଯାତ୍ରା କରିପାରନ୍ତି । ଆପଣଙ୍କୁ ଜଣେ ବନ୍ଧୁଙ୍କଠାରୁ ସମର୍ଥନ ମିଳିପାରେ। ବ୍ୟବସାୟକୁ ବଢାଇବାରେ ସକ୍ଷମ ହେବେ । ଏକ ଦୀର୍ଘକାଳୀନ ଇଚ୍ଛା ପୂରଣ ହୋଇପାରେ ।
Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ ।
ट्रेन्डिंग फोटोज़