Advertisement
Photo Details/zeeodisha/odisha2793906
photoDetails0hindi

Lucky Zodiac Sign: ୧୦ ଜୁନ୍ ରେ ଧନ ଯୋଗ, ୫ ରାଶିର ଭାଗ୍ୟ ଉଜ୍ୱଳ

Top 5 Lucky Zodiac Sign, 10 June 2025: ଦିନଟିରେ ଗଠନ ହୋଇଥିବା ଶୁଭ ଯୋଗ ପ୍ରଭାବରୁ ମେଷ ସମେତ ମୋଟ ୫ଟି ରାଶି ବ୍ୟକ୍ତିବିଶେଷ ଶୁଭ ଫଳ ପାଇବେ।

1/7

ମେଷ, ମିଥୁନ, ସିଂହ, ବିଛା ଏବଂ ମକର ରାଶିର ବ୍ୟକ୍ତିବିଶେଷ ଦିନଟିରେ କିପରି ଶୁଭଫଳ ପାଇବେ ଆସନ୍ତୁ ଜାଣିବା ।

2/7

ମେଷ ରାଶି

ଆପଣଙ୍କ ପାଇଁ ଦିନଟି ଭାଗ୍ୟଶାଳୀ ହେବାକୁ ଯାଉଛି। ବ୍ୟବସାୟରେ ଇଚ୍ଛା ମୁତାବକ ପରିବର୍ତ୍ତନ ହୋଇପାରେ । କାର୍ଯ୍ୟକ୍ଷେତ୍ରରେ କୌଣସି ସମସ୍ୟା ଥିଲେ ତାହାର ସମାଧାନ ହୋଇଯିବ । ଦୀର୍ଘ ସମୟ ଧରି ପଡ଼ି ରହିଥିବା କାମ ଶେଷ ହୋଇପାରେ। ଚାକିରି କ୍ଷେତ୍ରରେ ଇଚ୍ଛା ମୁତାବକ ସ୍ଥାନକୁ ବଦଳି ହୋଇପାରେ । ଆପଣ ଦିନଟିରେ ଖୁସି ରହିବେ । ଆପଣଙ୍କୁ ନୂଆ ଦାୟିତ୍ୱ ମିଳିପାରେ । ଶତ୍ରୁମାନେ ଆପଣଙ୍କ ପ୍ରତିଷ୍ଠାକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରି ସଫଳ ହୋଇପାରିବେ ନାହିଁ। ପରିବାରରେ ସୁଖ ଏବଂ ଶାନ୍ତିର ବାତାବରଣ ରହିବ। ଜୀବନସାଥୀଙ୍କ ସହିତ ସମ୍ପର୍କ ମଧୁର ହେବ।

3/7

ମିଥୁନ ରାଶି

ଆପଣଙ୍କୁ ବ୍ୟବସାୟରେ ଭଲ ଲାଭ ମିଳିବାର ସମ୍ଭାବନା ରହିଛି। ଯୋଜନାବଦ୍ଧ କାମଗୁଡିକୁ ସମୟସୀମା ମଧ୍ୟରେ ଶେଷ କରିବେ । କୌଣସି ସ୍ଥାନରୁ ଋଣ ନେଉଥିଲେ ତାହାକୁ ପରିଶୋଧ କରିବାରେ ସଫଳ ହେବେ। ବ୍ୟବସାୟକୁ ବଢାଇବାକୁ ଚାହୁଁଥିଲେ ଦିନଟି ଶୁଭ । ଆଶା କରୁଥିବା ସ୍ଥାନରୁ ସମର୍ଥନ ପାଇବେ । ନିଜ ଲକ୍ଷ୍ୟ ହାସଲ କରିବାରେ ସକ୍ଷମ ହେବେ । ଆପଣଙ୍କର ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ଯଦି କୌଣସି କୋର୍ଟ କଚେରୀ ଜନିତ ମାମଲାରେ ଫସି ରହିଛନ୍ତି, ତେବେ ସେଥିରୁ ଆରାମ ପାଇବେ । ସ୍ୱାସ୍ଥ୍ୟ ଦୃଷ୍ଟିରୁ ମଧ୍ୟ ଦିନଟି ଭଲ । କୌଣସି ପୁରୁଣା ରୋଗରେ ପୀଡିତ ଥିଲେ ଧିରେ ଧିରେ ସୁସ୍ଥ ହେବାକୁ ଲାଗିବେ । କଠିନ ପରିଶ୍ରମ କାରଣରୁ କାର୍ଯ୍ୟକ୍ଷେତ୍ରରେ ସୁଫଳ ମିଳିବ । ଉଚ୍ଚ ପଦାଧିକାରୀଙ୍କ ଠାରୁ ପ୍ରଶଂସା ମିଳିବ । ବୈବାହିକ ଜୀବନ ସୁଖମୟ ହେବ।

4/7

ସିଂହ ରାଶି

ଆପଣଙ୍କ ପାଇଁ ମଙ୍ଗଳବାର ଆଶାଠାରୁ ଭଲ ଫଳ ଆଣିଦେବ । ବ୍ୟବସାୟରେ ଇଚ୍ଛା ମୁତାବକ ଲାଭ ମିଳିପାରେ । ସମ୍ପତ୍ତି ସମ୍ବନ୍ଧୀୟ କାମରେ କାମ କରୁଥିଲେ ଅଧିକ ଲାଭ ପାଇପାରିବେ। ନୂଆ ଯାନ କିଣିବାକୁ ଚାହୁଁଥିଲେ ଦିନଟି ଶୁଭ । କୌଣସି ସମ୍ପର୍କୀୟଙ୍କ ସହିତ ମତଭେଦ ଥିଲେ ତାହା ଶେଷ ହୋଇଯିବ। ନିକଟତମ ବନ୍ଧୁମାନଙ୍କ ସାହାଯ୍ୟ ମିଳିବ । ଅଧିକ ଟଙ୍କା ରୋଜଗାର କରିବାରେ ସକ୍ଷମ ହେବେ । ଆପଣ ମାନସିକ ଶାନ୍ତି ପାଇବେ । ଜୀବନସାଥୀଙ୍କ ସହିତ ସମ୍ପର୍କ ସୁଦୃଢ ହେବ ।

5/7

ବିଛା ରାଶି

ଆପଣଙ୍କ ପାଇଁ ଦିନଟି ଖୁବ ଭଲ । ମନରେ ଆତ୍ମବିଶ୍ୱାସ ପରିପୂର୍ଣ୍ଣ ରହିବ। ଯେକୌଣସି କାମ ହାତକୁ ନେବାକୁ ଦ୍ୱିଧା କରିବେ ନାହିଁ। ନିଜ ଦକ୍ଷତାକୁ ପ୍ରଶଂସା ମିଳିବ । ଉଚ୍ଚ ଅଧିକାରୀମାନେ ଆପଣଙ୍କ କାମରେ ଖୁସି ପ୍ରକାଶ କରିବେ । ପ୍ରଶାସନ କ୍ଷେତ୍ରରେ କାମ କରୁଥିଲେ ଦିନଟି ବିଶେଷ ଲାଭଦାୟକ ହେବ। ଆପଣଙ୍କର ଏକ ପୁରୁଣା ଇଚ୍ଛା ସାକାର କରିବାରେ ସଫଳ ହେବେ। ଆପଣଙ୍କ ବ୍ୟକ୍ତିତ୍ୱରେ ଏକ ଭିନ୍ନ ଚମକ ଦେଖାଯିବ। ଆପଣ ନୂତନ ସମ୍ପର୍କ ସ୍ଥାପନ କରିବେ । ପରିବାରରେ ଅନୁକୂଳ ପରିବେଶ ରହିବ। ଜୀବନସାଥୀଙ୍କ ସହିତ କୌଣସି ମତଭେଦ ଥିଲେ ତାହା ଦୂର ହୋଇଯିବ ।

6/7

ମକର ରାଶି

ଆପଣଙ୍କ ପାଇଁ ଦିନଟି ଶୁଭଫଳ ଏବଂ ସୌଭାଗ୍ୟ ଆଣିଦେବ। ଟଙ୍କା ରୋଜଗାର କରିବାର ପ୍ରୟାସ ସଫଳ ହେବ। ବ୍ୟବସାୟରେ ଅଧିକ ଲାଭ ପାଇବା ସ୍ଥିତିରେ ରହିବେ। ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସାହାଯ୍ୟ ମିଳିପାରେ । ନୂଆ ଚାକିରି ପାଇବାକୁ ଚେଷ୍ଟା କରୁଥିଲେ ପ୍ରୟାସ ସଫଳ ହେବ । ମାର୍କେଟିଂ, ସେଲସ୍, ନେଟୱାର୍କିଂ ଇତ୍ୟାଦି ସହିତ ଜଡିତ ଥିଲେ ଅତିରିକ୍ତ ଲାଭ ମିଳିପାରେ । ପାରିବାରିକ ବ୍ୟବସାୟରେ ଦିନଟି ଅନୁକୂଳ । ଆପଣଙ୍କର ସାମାଜିକ ପ୍ରତିଛବି ମଜବୁତ ହେବ। ଆପଣଙ୍କୁ ଲୋକମାନେ ସମ୍ମାନ କରିବେ । ବନ୍ଧୁମାନଙ୍କ ସହିତ ବାହାରକୁ ଯିବା ପାଇଁ ଯୋଜନା କରିବେ । ପରିବାର ସଦସ୍ୟଙ୍କ ସମର୍ଥନ ପାଇବେ । ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ପ୍ରେମ ସମ୍ପର୍କ ଦୃଷ୍ଟିରୁ ଦିନଟି ଭଲ ।

7/7

Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ ।

;