Advertisement
Photo Details/zeeodisha/odisha2802157
photoDetails0hindi

Lucky Zodiac Sign: ୧୬ ଜୁନରେ ରବିଯୋଗ, ୫ ରାଶିର ଭାଗ୍ୟ ଉଜ୍ୱଳ

Top 5 Lucky Zodiac Sign, 16 June 2025: ଦିନଟିରେ ଗଠନ ହୋଇଥିବା ଶୁଭଯୋଗ ପ୍ରଭାବରେ ମକର ସମେତ ମୋଟ ୫ଟି ରାଶିକୁ ଶୁଭଫଳ ମିଳିବାକୁ ଯାଉଛି ।

1/7

ମେଷ, ମିଥୁନ, କନ୍ୟା, ତୁଳା ଏବଂ ମକର ରାଶିର ବ୍ୟକ୍ତିବିଶେଷ କେଉଁ କ୍ଷେତ୍ରରେ ଶୁଭଫଳ ପାଇବେ ଆସନ୍ତୁ ଜାଣିବା

2/7

ମେଷ ରାଶି

ଆପଣଙ୍କ ପାଇଁ ଏକ ବହୁତ ଶୁଭ ଦିନ ହେବାକୁ ଯାଉଛି। କର୍ମକ୍ଷେତ୍ରରେ କଠିନ ପରିଶ୍ରମର ପୂର୍ଣ୍ଣ ଲାଭ ପାଇବେ। ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ । କାମରେ ଆସୁଥିବା ବାଧାଗୁଡ଼ିକ ଦୂର ହୋଇଯିବ। ପ୍ରଶାସନ କ୍ଷେତ୍ରରେ କାମ କରୁଥିଲେ ଅତିରିକ୍ତ ଲାଭ ମିଳିପାରେ। ବ୍ୟବସାୟ କାର୍ଯ୍ୟରେ ଦୂରଯାତ୍ରାର ସମ୍ଭାବନା ରହିଛି । ଦୂରଯାତ୍ରା ସମୟରେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ସମ୍ପର୍କ ସ୍ଥାପନ ହୋଇପାରେ । ପରିବାର ସଦସ୍ୟଙ୍କ ପୂର୍ଣ୍ଣ ସମର୍ଥନ ପାଇବେ। ପ୍ରେମ ସମ୍ପର୍କ ଦୃଷ୍ଟିରୁ ଦିନଟି ଭଲ । ବୈବାହିକ ଜୀବନ ସୁଖମୟ ହେବ।

3/7

ମିଥୁନ ରାଶି

ଆପଣଙ୍କ ପାଇଁ ଦିନଟି ଅତିରିକ୍ତ ଆୟ ପ୍ରଦାନ କରିପାରେ । ବ୍ୟବସାୟରେ ଏକ ଚୁକ୍ତି ମିଳିପାରେ ଯାହା ଆପଣଙ୍କୁ ଆର୍ଥିକ ଲାଭ ଦେବ । ବିଭିନ୍ନ କ୍ଷେତ୍ରରେ ସକାରାତ୍ମକ ପରିବର୍ତ୍ତନ ଆସିବ । ଚାକିରି କ୍ଷେତ୍ରରେ ଇଚ୍ଛା ମୁତାବକ ସ୍ଥାନକୁ ସ୍ଥାନାନ୍ତର ହୋଇପାରେ । ଆପଣଙ୍କ ସାମାଜିକ ପରିସର ଏବଂ ମାନ ସମ୍ମାନ ବୃଦ୍ଧି ପାଇବ । ଧାର୍ମିକ କାର୍ଯ୍ୟ କରିବାକୁ ଇଚ୍ଛା ପ୍ରକାଶ କରିବେ। ଜୀବନସାଥୀଙ୍କ ପୂର୍ଣ୍ଣ ସମର୍ଥନ ଆପଣ ପାଇବେ। ଘରର ବରିଷ୍ଠ ଲୋକଙ୍କଠାରୁ କିଛି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିପାରେ । ଛାତ୍ରଛାତ୍ରୀମାନଙ୍କ ପାଇଁ ଦିନଟି ନୂଆ ଆଶାର କିରଣ ଆଣିପାରେ।

4/7

କନ୍ୟା ରାଶି

ଆପଣଙ୍କ ପାଇଁ ଦିନଟି ଆଶାଠାରୁ ଅଧିକ ଭଲ ହେବାକୁ ଯାଉଛି। ଆପଣଙ୍କର ଯୋଜନା ଫଳପ୍ରଦ ହେବ। ଯେଉଁ କାମ ବି କରିବେ ସେଥିରେ ଲାଭ ପାଇବାର ସମ୍ଭାବନା ଅଧିକ । ବ୍ୟବସାୟକୁ ବଢାଇବାକୁ ଚାହୁଁଥିଲେ ଦିନଟି ଅନୁକୂଳ । ବ୍ୟବସାୟରେ ନେଇଥିବା ନିଷ୍ପତ୍ତି ବିଶେଷ ଲାଭଦାୟକ ହୋଇପାରେ। କୋର୍ଟ କଚେରୀ ମାମଲାରେ ସଂଘର୍ଷ କରୁଥିଲେ ଦିନଟିରେ ଆଶ୍ୱସ୍ତି ପାଇବେ । ଆପଣଙ୍କୁ ଆର୍ଥିକ ଲାଭ ମିଳିପାରେ । ପ୍ରେମ ସମ୍ପର୍କରେ ଥିଲେ ସାଥୀଙ୍କ ସହିତ ବାହାରକୁ ବୁଲିବା ପାଇଁ ଯିବାକୁ ଯୋଜନା କରିପାରିବେ।

5/7

ତୁଳା ରାଶି

ଆପଣଙ୍କ ପାଇଁ ଦିନଟି ବିଶେଷ ଲାଭଦାୟକ ହୋଇପାରେ । ବ୍ୟବସାୟରେ ଅଧିକ ଲାଭ ହାସଲ କରିପାରନ୍ତି । ନିଜ ଚତୁରତା ଏବଂ ସୃଜନଶୀଳତାର ବଳରେ ଅନେକ କାମ ସହଜରେ ହାସଲ କରିବେ । ସ୍ଥାବର ସମ୍ପତ୍ତି କିମ୍ବା ଯାନବାହାନ କ୍ଷେତ୍ରରେ କାମ କରୁଥିଲେ ଅତିରିକ୍ତ ଲାଭ ହୋଇପାରେ। ଯଦି ଆପଣ ପୂର୍ବରୁ କୌଣସି ସ୍ଥାନରେ ଦୀର୍ଘକାଳୀନ ନିବେଶ କରିଛନ୍ତି, ତେବେ ସେଥିରେ ଭଲ ଲାଭ ମିଳିପାରେ । ଛାତ୍ରଛାତ୍ରୀମାନଙ୍କ ପାଇଁ ଦିନଟି ବିଶେଷ ସଫଳତା ଆଣିପାରେ। ବନ୍ଧୁ ଏବଂ ସମ୍ପର୍କୀୟଙ୍କ ସମର୍ଥନ ଆପଣଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରିବ।

6/7

ମକର ରାଶି

ଆପଣଙ୍କ ପାଇଁ ଦିନଟି ଶୁଭ ସାବ୍ୟସ୍ତ ହେବ । ଆପଣଙ୍କ ଆତ୍ମବିଶ୍ୱାସ ଅଧିକ ରହିବ । ଟଙ୍କା ରୋଜଗାର କରିବାରେ ସଫଳ ହେବ। ଦୀର୍ଘକାଳିନ ନିବେଶ କରିବାକୁ ଚାହୁଁଥିଲେ ଦିନଟି ଶୁଭ । ଅନାବଶ୍ୟକ ଖର୍ଚ୍ଚରୁ ଦୂରେଇ ରହିବାରେ ଆପଣ ସକ୍ଷମ ହେବେ । ରେଷ୍ଟୁରାଣ୍ଟ, ହୋଟେଲ, କୋଚିଂ, ଶିକ୍ଷାଦାନ ଇତ୍ୟାଦି କ୍ଷେତ୍ର ସହିତ ଜଡିତ ଥିଲେ ଅତିରିକ୍ତ ଲାଭ ମିଳିପାରେ । ନିଜ କଥାରେ ଅନ୍ୟକୁ ପ୍ରଭାବିତ କରିବାରେ ସକ୍ଷମ ହେବେ।

7/7

Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ ।

;