ଦିନଟିରେ ଗଠିତ ହେଉଥିବା ଶୁଭଯୋଗ ପ୍ରଭାବରେ ମେଷ ସମେତ ମୋଟ ୫ଟି ରାଶିର ବ୍ୟକ୍ତିବିଶେଷ ଶୁଭଫଳ ପାଇବାକୁ ଯାଉଛନ୍ତି ।
ମେଷ, ବୃଷ. ମିଥୁନ, ବିଛା ଏବଂ କୁମ୍ଭ ରାଶିର ବ୍ୟକ୍ତିବିଶେଷ ଦିନଟିରେ କେଉଁ କ୍ଷେତ୍ରରେ ଶୁଭଫଳ ପାଇବେ ଆସନ୍ତୁ ଜାଣିବା ।
ମେଷ ରାଶି
ଆପଣଙ୍କ ପାଇଁ ଦିନଟି ଅଧିକ ରୋଜଗାରର ଦିନ । ଚନ୍ଦ୍ର ଆପଣଙ୍କ ରାଶିର ଏକାଦଶ ଘରେ ରହିବେ । ପ୍ରଭାବରୁ ଆପଣ ଅନେକ କ୍ଷେତ୍ରରେ ଶୁଭ ତଥା ସକାରାତ୍ମକ ଫଳାଫଳ ପାଇବେ। କ୍ୟାରିୟରରେ ଉନ୍ନତି କରିବେ । ବ୍ୟବସାୟରେ ଭଲ ଲାଭ ମିଳିବ । ଯୋଜନାବଦ୍ଧ କାମ ଗୁଡିକୁ ଶେଷ କରିବେ । ବନ୍ଧୁଙ୍କ ସହାୟତା ମିଳିବ । ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହୋଇପାରେ । ଚାକିରି କ୍ଷେତ୍ରରେ ଦିନଟି ଅନୁକୂଳ । ଆପଣଙ୍କୁ ପଦୋନ୍ନତି କିମ୍ବା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିପାରେ । ପରିବାର ସୁଖ ଶାନ୍ତିର ବାତାବରଣ ରହିବ । ବଡ଼ ଭାଇଭଉଣୀଙ୍କଠାରୁ ସମର୍ଥନ ମିଳିପାରେ। ବିବାହିତ ଜୀବନ ସୁଖମୟ ହେବ।
ବୃଷ ରାଶି
କଠିନ ପରିଶ୍ରମ କାରଣରୁ ଇଚ୍ଛାକୃତ ଲାଭ ପାଇପାରନ୍ତି । ଏକାଗ୍ରତାର ସହିତ ସମସ୍ତ କାର୍ଯ୍ୟ ଶେଷ କରିବାକୁ ଚେଷ୍ଟା କରିବେ । କଠିନ ପରିଶ୍ରମ ଫଳପ୍ରଦ ହେବ। ନିଜ ଲକ୍ଷ୍ୟ ହାସଲ କରିବାରେ ସଫଳ ହେବେ । ଆପଣଙ୍କ ଆତ୍ମବିଶ୍ୱାସ ବୃଦ୍ଧି ହେବାକୁ ଲାଗିବ । କର୍ମକ୍ଷେତ୍ରରେ ଉଚ୍ଚ ଅଧିକାରୀମାନେ ଆପଣଙ୍କ କାମର ପ୍ରଶଂସା କରିବେ। ସରକାରୀ ଏବଂ ପ୍ରଶାସନ କ୍ଷେତ୍ରରେ କାମ କରୁଥିଲେ ଅତିରିକ୍ତ ଲାଭ ମିଳିପାରେ । ଆପଣଙ୍କ ମାନ ସମ୍ମାନ ବୃଦ୍ଧି ପାଇବ। ରାଜନୀତି କ୍ଷେତ୍ର ସହ ଜଡିତ ଥିଲେ ଦିନଟି ବିଶେଷ ହୋଇପାରେ । ପରିବାରରେ ସୁଖ ଏବଂ ଶାନ୍ତିର ବାତାବରଣ ରହିବ। ଜୀବନସାଥୀଙ୍କ ସହିତ ଭଲ ସମନ୍ୱୟ ରହିବ।
ମିଥୁନ ରାଶି
ଆପଣଙ୍କ ପାଇଁ ଦିନଟି ଶୁଭ ସାବ୍ୟସ୍ତ ହେବ । ଚନ୍ଦ୍ର ଆପଣଙ୍କ ରାଶିର ଭାଗ୍ୟ ଘରେ ଚଳନ କରିବେ । ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ । ଅଟକି ରହିଥିବା କାମ ଶେଷ କରିବାରେ ସକ୍ଷମ ହେବେ । କୌଣସି ସ୍ଥାନରେ ଟଙ୍କା ଫସି ରହିଥିଲେ ଫେରି ମିଳିବାର ସମ୍ଭାବନା ରହିଛି । ବ୍ୟବସାୟ କାର୍ଯ୍ୟରେ ଦୂର ଯାତ୍ରା କରିପାରନ୍ତି । ଦୂରଯାତ୍ରା ଲାଭଦାୟକ ସାବ୍ୟସ୍ତ ହେବ । ଦାନ ଧର୍ମ ପ୍ରତି ମନ ବଳିବ । ଉଚ୍ଚଶିକ୍ଷା ପାଇଁ ବାହାରକୁ ଯିବାକୁ ଚେଷ୍ଟା କରୁଥିଲେ ଶୁଭ ଖବର ମିଳିପାରେ । ପରିବାର ସଦସ୍ୟଙ୍କଠାରୁ ବିଶେଷ ସମର୍ଥନ ମିଳିବ। ବୈବାହିକ ଜୀବନରେ ଜୀବନସାଥୀଙ୍କ ସହିତ ସମୟ ବିତାଇବେ ।
ବିଛା ରାଶି
ଆପଣଙ୍କ ପାଇଁ ଦିନଟି ବହୁତ ଶୁଭ ହେବାକୁ ଯାଉଛି। ପରିବାର ସଦସ୍ୟଙ୍କଠାରୁ ସମର୍ଥନ ପାଇ ଖୁସି ହେବେ । ବ୍ୟବସାୟରେ ମଧ୍ୟ ସହଯୋଗୀଙ୍କ ସମର୍ଥନ ମିଳିବ। ଆପଣଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ମାପିଚୁପି ବିପଦ ନେବାକୁ ସାହସ କରିପାରିବେ। କୌଣସି ସମ୍ପତ୍ତି କାରବାର କରୁଥିଲେ କିମ୍ୱା ଯାନବାହାନ ସମ୍ବନ୍ଧୀୟ ବ୍ୟବସାୟରେ ଜଡିତ ଥିଲେ ଦିନଟି ବିଶେଷ ଲାଭଦାୟକ । ନୂଆ ଯାନ କିଣିବାକୁ ଚାହୁଁଥିଲେ ଇଚ୍ଛା ପୂରଣ ହୋଇପାରେ। ଚାକିରି କ୍ଷେତ୍ରରେ ଉଚ୍ଚ ଅଧିକାରୀ ଏବଂ ଅଧୀନସ୍ଥ କର୍ମଚାରୀଙ୍କଠାରୁ ସମର୍ଥନ ପାଇବେ। ସମ୍ପର୍କୀୟଙ୍କଠାରୁ ସାହାଯ୍ୟ ମିଳିବ । ବୈବାହିକ ଜୀବନରେ ପ୍ରେମ ରହିବ।
କୁମ୍ଭ ରାଶି
ଆପଣଙ୍କ ପାଇଁ ଦିନଟି ଆଶାଠାରୁ ଅଧିକ ଭଲ ହେବାକୁ ଯାଉଛି। ବ୍ୟବସାୟ ଏବଂ ଚାକିରିରେ ସଫଳତା ମିଳିବାର ସମ୍ଭାବନା ଅଧିକ। ଆପଣଙ୍କ ବ୍ୟକ୍ତିତ୍ୱ ଅନ୍ୟମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ହେବ । ଆପଣଙ୍କ ପାଖରେ ସାହସ, ଶକ୍ତି ଏବଂ ନମନୀୟତାର ଏକ ବଡ଼ ମିଶ୍ରଣ ରହିବ । ପ୍ରତ୍ୟେକ ପରିସ୍ଥିତିରେ ନିଜକୁ ଖାପ ଖୁଆଇ ଚଳିପାରିବେ । ଭାବିଚିନ୍ତି ନେଇଥିବା ନିଷ୍ପତ୍ତି ଶୁଭଫଳ ଦେବ । ସାମାଜିକ କାର୍ଯ୍ୟ ପାଇଁ ଆପଣଙ୍କୁ ସମ୍ମାନିତ କରାଯାଇପାରେ। ପରିବାରରେ ଆନନ୍ଦର ପରିବେଶ ରହିବ। ପ୍ରେମ ସମ୍ପର୍କ ଦୃଷ୍ଟିରୁ ଦିନଟି ଅନୁକୂଳ । ସାଥୀଙ୍କଠାରୁ ଉପହାର ମିଳିପାରେ ।
Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ ।
ट्रेन्डिंग फोटोज़