Advertisement
Photo Details/zeeodisha/odisha2808265
photoDetails0hindi

Lucky Zodiac Sign: ୨୦ ଜୁନରେ କଳାନିଧି ଯୋଗ, ୫ ରାଶିର ଭାଗ୍ୟ ଉଜ୍ୱଳ

Top 5 Lucky Zodiac Sign, 20 June 2025: ଦିନଟିରେ ଗଠନ ହୋଇଥିବା ଶୁଭଯୋଗ ପ୍ରଭାବରେ କର୍କଟ ସମେତ ମୋଟ ୫ଟି ରାଶିର ବ୍ୟକ୍ତିବିଶେଷ ଶୁଭଫଳ ପାଇବାକୁ ଯାଉଛନ୍ତି ।

1/7

ମେଷ, କର୍କଟ, ତୁଳା, ମକର ଏବଂ ମୀନ ରାଶିର ବ୍ୟକ୍ତିବିଶେଷ କେଉଁ କ୍ଷେତ୍ରରେ ଶୁଭଫଳ ପାଇବେ ଆସନ୍ତୁ ଜାଣିବା ।

2/7

ମେଷ ରାଶି

ଆପଣଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବ । ଧନ ଲାଭର ଯୋଗ ରହିଛି । ମାଆ ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ରହିବ । କ୍ୟାରିୟର ଏବଂ ବ୍ୟବସାୟରେ ଇଚ୍ଛାକୃତ ସଫଳତା ମିଳିପାରେ । ଲୋକମାନେ ଆପଣଙ୍କୁ ସମ୍ମାନ କରିବେ । ଆପଣଙ୍କ ବ୍ୟକ୍ତିତ୍ୱ ଦୃଢ଼ ଦେଖାଯିବ। ବିଦେଶୀ ସୁତ୍ରରୁ ଲାଭ ମିଳିପାରେ । ପାଠପଢ଼ା କିମ୍ବା କ୍ୟାରିୟର ପାଇଁ ବିଦେଶ ଯିବାକୁ ଚେଷ୍ଟା କରୁଥିଲେ ଭଲ ଖବର ମିଳିପାରେ । କୋର୍ଟ କଚେରୀ ଜନିତ ମାମଲା ଚାଲିଥିଲେ ଦିନଟିରେ ଆଶ୍ୱସ୍ତି ମିଳିପାରେ। ଭକ୍ତି କାର୍ଯ୍ୟକ୍ର ପ୍ରତି ମନ ବଳିବ । ପ୍ରେମ ସମ୍ପର୍କ ଦୃଷ୍ଟିରୁ ଦିନଟି ଭଲ । ଜୀବନସାଥୀଙ୍କ ସମର୍ଥନ ପାଇବେ।

3/7

କର୍କଟ ରାଶି

ଆପଣଙ୍କ ପାଇଁ ଦିନଟି ଶୁଭଫଳ ଆଣିଦେବ । ଭାଗ୍ୟର ପୂର୍ଣ୍ଣ ସମର୍ଥନ ପାଇବେ । ପୁରୁଣା ସମ୍ପର୍କରୁ ଲାଭ ପାଇବେ । ଚାକିରି ଖୋଜୁଥିଲେ ସନ୍ଧାନ ଶେଷ ହେବ । ଅତୀତରେ କରିଥିବା କଠିନ ପରିଶ୍ରମରୁ ଶୁଭଫଳ ପାଇବେ । ବ୍ୟବସାୟ କାର୍ଯ୍ୟରେ ଦୂର ଯାତ୍ରା କରିପାରନ୍ତି । ଦୂରଯାତ୍ରା ଆପଣଙ୍କ ପାଇଁ ଅନୁକୂଳ ପ୍ରମାଣିତ ହେବ। ଘର ଲୋକଙ୍କଠାରୁ ସମର୍ଥନ ମିଳିବ। ଆପଣଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ସାମାଜିକ ପରିସର ବୃଦ୍ଧି ହେବାର ସମ୍ଭାବନା ରହିଛି। ଉଚ୍ଚଶିକ୍ଷା ସହ ଜଡିତ କୌଣସି ବାଧା ଥିଲେ ତାହା ଦୂର ହୋଇଯିବ । ପରିବାରରେ ସୁଖ ଏବଂ ଶାନ୍ତିର ବାତାବରଣ ରହିବ। ଜୀବନସାଥୀଙ୍କ ସହିତ ସମ୍ପର୍କ ଅନୁକୂଳ ରହିବ।

4/7

ତୁଳା ରାଶି

ଆପଣଙ୍କ ପାଇଁ ଦିନଟି ଆଶାଠାରୁ ଅଧିକ ଲାଭଦାୟକ ସାବ୍ୟସ୍ତ ହେବ। ବ୍ୟବସାୟରେ ଆପଣଙ୍କର ପ୍ରୟାସ ସଫଳ ହେବ। ଚାକିରି ପରିବର୍ତ୍ତନ କରିବାକୁ ଚେଷ୍ଟା କରୁଥିଲେ ଶୁଭ ଖବର ମିଳିପାରେ। ବ୍ୟବସାୟ କରୁଥିଲେ ପୁଞ୍ଜି ସମ୍ବନ୍ଧୀୟ ସମସ୍ୟା ଦୂର ହୋଇପାରେ। ଆପଣଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ଆପଣ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ପରିବାରରେ ମଜାଦାର ପରିବେଶ ରହିବ। ଜୀବନସାଥୀଙ୍କ ନାମରେ ନିବେଶ ଶୁଭ ସାବ୍ୟସ୍ତ ହୋଇପାରେ । ପ୍ରେମ ସମ୍ପର୍କରେ ସାଥୀଙ୍କଠାରୁ ଉପହାର ମିଳିପାରେ।

5/7

ମକର ରାଶି

ଆପଣଙ୍କ ପାଇଁ ଦିନଟି ଶୁଭ ଏବଂ ଲାଭଦାୟକ ସାବ୍ୟସ୍ତ । ବ୍ୟବସାୟରେ ସାହସର ସହ ନିଷ୍ପତ୍ତି ନେବାକୁ ପଛଘୁଞ୍ଚା ଦେବେ ନାହିଁ । ଆପଣଙ୍କ ପ୍ରତିଦ୍ୱନ୍ଦ୍ୱୀମାନଙ୍କଠାରୁ ଦୁଇ ପାଦ ଆଗରେ ରହିବେ। ଲେଖା, ଗବେଷଣା, ପ୍ରକାଶନ, ସମ୍ପତ୍ତି କାରବାର ଏବଂ ଯାନବାହାନ ସହିତ ଜଡିତ କାମ କରୁଥିଲେ ଦିନଟି ବେଶି ଶୁଭ । ଅନେକ କ୍ଷେତ୍ରରେ ଆପଣ ଲାଭଦାୟକ ଫଳାଫଳ ପାଇବେ । ବ୍ୟବସାୟ କାର୍ଯ୍ୟରେ ଦୂରଯାତ୍ରା କରିପାରନ୍ତି । ପରିବାର ସଦସ୍ୟଙ୍କ ସହିତ ଆପଣଙ୍କ ସମ୍ପର୍କ ମଜବୁତ ହେବ।

6/7

ମୀନ ରାଶି

ଆପଣଙ୍କ ପାଇଁ ଦିନଟି ବିଶେଷ ହେବାକୁ ଯାଉଛି। କର୍ମକ୍ଷେତ୍ରରେ ଚତୁରତାର ସହ ନିଷ୍ପତି ନେବାରେ ସକ୍ଷମ ହେବେ । ରାଜନୀତି ଏବଂ ସାମାଜିକ କ୍ଷେତ୍ର ସହିତ ଜଡିତ ଥିଲେ ଦିନଟି ଲାଭଦାୟକ ହେବ। ପାରିବାରିକ ବ୍ୟବସାୟ କରୁଥିଲେ ଦିନଟିରେ ବିଶେଷ ଲାଭ ପାଇବେ। ପ୍ରଭାବଶାଳୀ ବ୍ୟକ୍ତିଙ୍କ ସାହାଯ୍ୟ ମିଳିପାରେ । ଟଙ୍କା ସଞ୍ଚୟ କରିବାରେ ସକ୍ଷମ ହେବେ। ଅନାବଶ୍ୟକ ଖର୍ଚ୍ଚରୁ ରକ୍ଷା ପାଇବେ। ସଞ୍ଚିତ ଧନ ବୃଦ୍ଧି ପାଇବାକୁ ଲାଗିବ। ପରିବାର କୌଣସି ସଦସ୍ୟଙ୍କ ସହିତ ମତଭେଦ ଥିଲେ ତାହାର ସମାଧାନ ହୋଇଯିବ। ପାରିବାରିକ ସମ୍ପର୍କ ମଜବୁତ ହେବ। ବୈବାହିକ ଜୀବନ ସୁଖଦ ହେବ।

7/7

Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ ।

;