Advertisement
Photo Details/zeeodisha/odisha2806850
photoDetails0hindi

Lucky Zodiac Sign: ୧୯ ଜୁନରେ ଗଜକେଶରୀ ଯୋଗ, ୫ ରାଶିର ଭାଗ୍ୟ ଉଜ୍ୱଳ

Top 5 Lucky Zodiac Sign, 19 June 2025: ଦିନଟିରେ ଗଠନ ହୋଇଥିବା ଶୁଭଯୋଗ ପ୍ରଭାବରେ ଧନୁ ସମେତ ମୋଟ ୫ଟି ରାଶିର ବ୍ୟକ୍ତିବିଶେଷ ଶୁଭଫଳ ପାଇବେ ।

1/7

ବୃଷ, ମିଥୁନ, କନ୍ୟା, ଧନୁ ଏବଂ କୁମ୍ଭ ରାଶିର ବ୍ୟକ୍ତିବିଶେଷ ଦିନଟିରେ କେଉଁ କ୍ଷେତ୍ରରେ ଶୁଭଫଳ ପାଇବେ ଆସନ୍ତୁ ଜାଣିବା

2/7

ବୃଷ ରାଶି

ଆପଣଙ୍କ ପାଇଁ ଦିନଟି ଆର୍ଥିକ ଲାଭ ଆଣିଦେବ । ବିଭିନ୍ନ ସୁତ୍ରରୁ ଆପଣଙ୍କ ଆୟ ବୃଦ୍ଧି ପାଇବ। ବ୍ୟବସାୟରେ ଲାଭ ପାଇବାରେ ସଫଳ ହେବେ । ନିକଟତମ ବନ୍ଧୁମାନଙ୍କ ସହଯୋଗ ପାଇବେ । କୌଣସି ପୁରୁଣା ଇଚ୍ଛା ପୂରଣ ହେବା କାରଣରୁ ଆପଣଙ୍କ ମନ ଖୁସି ରହିବ। ଆପଣଙ୍କ ମାନ ସମ୍ମାନ ବଢିବାକୁ ଲାଗିବ । ସାମାଜିକ କାର୍ଯ୍ୟ ସହିତ ଜଡିତ ଥିଲେ ପଦ ଏବଂ ପ୍ରତିଷ୍ଠାର ଲାଭ ପାଇବେ । ପରିବାରର ବଡ଼ ଭାଇଭଉଣୀଙ୍କଠାରୁ ସାହାଯ୍ୟ ପାଇବେ। ଆପଣଙ୍କ ଆତ୍ମବିଶ୍ୱାସ ବୃଦ୍ଧି ହେବାକୁ ଲାଗିବ । ବୈବାହିକ ଜୀବନ ସୁଖମୟ ହେବ। ଜୀବନସାଥୀଙ୍କ ସହିତ କୌଣସି ମତଭେଦ ଥିଲେ ତାହାର ସମାଧାନ ହୋଇଯିବ।

3/7

ମିଥୁନ ରାଶି

ଆପଣଙ୍କ ପାଇଁ ଦିନଟି ସକାରାତ୍ମକ ଫଳାଫଳ ଆଣିଦେବ । ଯୋଜନାବଦ୍ଧ କାର୍ଯ୍ୟ ଶେଷ ହେବାକୁ ଲାଗିବ । ଆପଣଙ୍କ ମନ ଖୁସି ରହିବ। ଚାକିରି କ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କଠାରୁ ସାହାଯ୍ୟ ପାଇବେ। କାହା ସହ ମତଭେଦ ଥିଲେ ତାହାର ସମାଧାନ ହୋଇଯିବ । ସେନା, ପୋଲିସ, ସୁରକ୍ଷା କ୍ଷେତ୍ରରେ କାମ କରୁଥିଲେ ଦିନଟି ବିଶେଷ ଲାଭଦାୟକ । ରାଜନୀତି କିମ୍ବା ସାମାଜିକ କ୍ଷେତ୍ର ସହିତ ଜଡିତ ଥିଲେ ଅଧିକ ସଫଳତା ପାଇପାରିବେ। ଆପଣଙ୍କର ମାନ ସମ୍ମାନ ବୃଦ୍ଧି ପାଇବ। ପରିବାରରେ ସୁଖ ଏବଂ ଶାନ୍ତିର ବାତାବରଣ ରହିବ। ଜୀବନସାଥୀଙ୍କ ସହିତ ଭଲ ସମନ୍ୱୟ ରହିବ।

4/7

କନ୍ୟା ରାଶି

ଆପଣଙ୍କ ପାଇଁ ଦିନଟି ଶୁଭଫଳ ଆଣିଦେବ । ସହଭାଗୀତାରେ କୌଣସି କାମ କରିଥିଲେ ଅଧିକ ଲାଭ ମିଳିପାରେ । ନିଜ ଲକ୍ଷ୍ୟ ହାସଲ କରିବାରେ ସକ୍ଷମ ହେବେ। ନୂତନ କାମ ଆରମ୍ଭ କରିବାକୁ ଭାବୁଥିଲେ ଦିନଟି ଅନୁକୂଳ । ବୈବାହିକ ଜୀବନରେ ମଧୁରତା ଆସିବ। ପ୍ରେମ ସମ୍ପର୍କ ଦୃଷ୍ଟିରୁ ଦିନଟି ଅନୁକୂଳ । ସାଥୀଙ୍କ ସହିତ ଭଲ ସମନ୍ୱୟ ରହିବ। ପିଲାମାନଙ୍କ ସହ ଜଡିତ କିଛି ଭଲ ଖବର ମିଳିପାରେ ।

5/7

ଧନୁ ରାଶି

ଆପଣଙ୍କ ପାଇଁ ଏକ ବିଶେଷ ହେବାକୁ ଯାଉଛି। ପରିବାର ସଦସ୍ୟଙ୍କ ସମର୍ଥନ ମିଳିବ। ବ୍ୟବସାୟ କିମ୍ବା କ୍ୟାରିଅରରେ ଅଧିକ ଧ୍ୟାନ ଦେବେ । ବୈବାହିକ ଏବଂ ଘରୋଇ ଜୀବନରେ ଭଲ ସମନ୍ୱୟ ରହିବ । ମାତୃପକ୍ଷରୁ ଭଲ ଲାଭ ମିଳିପାରେ । ସମ୍ପତ୍ତି ସମ୍ବନ୍ଧୀୟ କାମ କରୁଥିଲେ ଦିନଟି ଅଧିକ ଲାଭଦାୟକ । କୌଣସି ଭଲ ଚୁକ୍ତି ଚୂଡ଼ାନ୍ତ କରିବାର ସମ୍ଭାବନା ରହିଛି । ଆପଣଙ୍କ ଧନ ବୃଦ୍ଧି ପାଇବ । ନିବେଶ କରିବାକୁ ଭାବୁଥିଲେ ସମ୍ପତ୍ତିରେ ନିବେଶ ଭଲ ଲାଭ ଦେବ। ଯାନବାହାନ ସୁଖ ମିଳିପାରେ। ଆପଣଙ୍କ ବକେୟା କାମ ଶେଷ କରିପାରନ୍ତି । ଚାକିରି କ୍ଷେତ୍ରରେ ଏକ ଭଲ ଦିନ ହେବ। ସହକର୍ମୀଙ୍କ ସମର୍ଥନ ପାଇ ଖୁସି ହେବେ ।

6/7

କୁମ୍ଭ ରାଶି

ଆପଣଙ୍କ ପାଇଁ ଦିନଟି ଶୁଭ ହେବାକୁ ଯାଉଛି। କ୍ୟାରିୟର ଏବଂ ବ୍ୟବସାୟରେ ଅତିରିକ୍ତ ଲାଭ ମିଳିପାରେ। ଅଧିକ ଟଙ୍କା ରୋଜଗାର କରିବାରେ ସକ୍ଷମ ହେବେ । ପରିବାର ସଦସ୍ୟଙ୍କ ନିକଟରୁ ପୂର୍ଣ୍ଣ ସମର୍ଥନ ମିଳିବ। ପାରିବାରିକ ବ୍ୟବସାୟରେ ବିଶେଷ ଲାଭ ପାଇବେ। ହୋଟେଲ ଏବଂ ରେଷ୍ଟୁରାଣ୍ଟରେ କାମ କରୁଥିଲେ ଭଲ ଲାଭର ସୁଯୋଗ ପାଇବେ। ଚାକିରି ଖୋଜୁଥିଲେ ଖୁସି ଖବର ମିଳିପାରେ। ପରିବାରରେ ଖୁସିର ପରିବେଶ ରହିବ। କାହା ସହିତ ଭୁଲ ବୁଝାମଣା ଥିଲେ ଆପୋଷ ସମାଧାନ ହୋଇଯିବ । ଜୀବନସାଥୀଙ୍କ ସହିତ ଧାର୍ମିକ ଯାତ୍ରା କରିପାରନ୍ତି । ପିଲାମାନଙ୍କ ସହିତ ସମୟ ବିତାଇବାକୁ ସୁଯୋଗ ପାଇବେ ।

7/7

Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ ।

;