Advertisement
Photo Details/zeeodisha/odisha2809798
photoDetails0hindi

Lucky Zodiac Sign: ୨୧ ଜୁନରେ ସମ ଯୋଗ, ୫ ରାଶିର ଭାଗ୍ୟ ଉଜ୍ୱଳ

Top 5 Lucky Zodiac Sign, 21 June 2025: ଦିନଟିରେ ଗଠନ ହୋଇଥିବା ଶୁଭ ଯୋଗ ପ୍ରଭାବରେ ମେଷ ସମେତ ମୋଟ ୫ଟି ରାଶିର ବ୍ୟକ୍ତିବିଶେଷଙ୍କୁ ଭାଗ୍ୟର ସମର୍ଥନ ମିଳିବ।

1/7

ମେଷ, ମିଥୁନ, ସିଂହ, ତୁଳା ଏବଂ ଧନୁ ରାଶିର ବ୍ୟକ୍ତିବିଶେଷ ଦିନଟିରେ କେଉଁ କ୍ଷେତ୍ରରେ ଶୁଭଫଳ ପାଇବେ ଆସନ୍ତୁ ଜାଣିବା ।

2/7

ମେଷ ରାଶି

ଆପଣଙ୍କ ପାଇଁ ଦିନଟି ଶୁଭଫଳ ଆଣିଦେବ। ଆପଣଙ୍କର ଆତ୍ମବିଶ୍ୱାସର ବଢିବାକୁ ଲାଗିବ । ଆପଣଙ୍କ ନିଷ୍ପତ୍ତିରେ ତାହା ପ୍ରତିଫଳିତ ହେବ। ପୂର୍ଣ୍ଣ ସଚ୍ଚୋଟତା ଏବଂ ଏକାଗ୍ରତାର ସହିତ ଆପଣଙ୍କର କାମ କରିବେ। କର୍ମକ୍ଷେତ୍ରରେ ସକାରାତ୍ମକ ଶକ୍ତି ପାଇବେ । ସହକର୍ମୀମାନେ ଆପଣଙ୍କ ଦ୍ୱାରା ପ୍ରଭାବିତ ହେବେ। ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ନିଜ ଲକ୍ଷ୍ୟ ହାସଲ କରିବାରେ ସକ୍ଷମ ହେବେ । ରାଜନୈତିକ ଏବଂ ସାମାଜିକ କ୍ଷେତ୍ର ସହିତ ଜଡିତ ଥିଲେ ଅଧିକ ଲାଭ ପାଇବେ । ବ୍ୟବସାୟ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବେ । ପରିବାରର ସୁଖଦ ପରିବେଶ ରହିବ। ବୈବାହିକ ଜୀବନରେ ଖୁସି ପାଇବେ।

3/7

ମିଥୁନ ରାଶି

ଆପଣଙ୍କ ପାଇଁ ଦିନଟି ରୋଜଗାର ଆଣିଦେବ । ବନ୍ଧୁମାନଙ୍କ ସାହାଯ୍ୟ ପାଇବେ । ଆୟର ନୂଆ ଉତ୍ସ ପାଇବେ। ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ଭେଟିପାରନ୍ତି । ବ୍ୟବସାୟକୁ ଆଗକୁ ବଢାଇବାରେ ଆପଣ ସକ୍ଷମ ହେବେ । ନିଜ କଥାରେ ଅନ୍ୟମାନଙ୍କୁ ପ୍ରଭାବିତ କରିବାରେ ଆପଣ ସକ୍ଷମ ହେବେ। ଆପଣଙ୍କର ବ୍ୟକ୍ତିଗତ ଇଚ୍ଛା ପୂରଣ ହୋଇପାରେ । ଆପଣ ମାନ ସମ୍ମାନ ପାଇବେ । ଆପଣଙ୍କ ସାମାଜିକ ପରିସର ବିସ୍ତାର ହେବ। କର୍ମକ୍ଷେତ୍ରରେ ଆଶାନୁରୂପ ସମର୍ଥନ ମିଳିବ। ପରିବାରରେ ଶାନ୍ତିର ବାତାବରଣ ରହିବ। ଜୀବନସାଥୀଙ୍କ ସହିତ ସମ୍ପର୍କ ମଧୁର ହେବ।

4/7

ସିଂହ ରାଶି

ଆପଣ କାଲି ଭାଗ୍ୟର ପୂର୍ଣ୍ଣ ସମର୍ଥନ ପାଇବେ। ଅଟକି ରହିଥିବା କାମ ଗୁଡିକ ଶେଷ କରିବେ । ବ୍ୟବସାୟ କରୁଥିଲେ ଅପ୍ରତ୍ୟାଶିତ ଲାଭ ମିଳିପାରେ । ବ୍ୟବସାୟ କାର୍ଯ୍ୟରେ ଦୂର ଯାତ୍ରା କରିପାରନ୍ତି । ଉଚ୍ଚଶିକ୍ଷା ସହିତ ଜଡିତ କୌଣସି ବାଧା ଥିଲେ ତାହା ଦୂର ହୋଇଯିବ। ପାରିବାରିକ ବ୍ୟବସାୟ କରୁଥିଲେ ଘର ଲୋକଙ୍କ ନିକଟରୁ ପୂର୍ଣ୍ଣ ସମର୍ଥନ ପାଇବେ। ଧାର୍ମିକ କାର୍ଯ୍ୟ ପ୍ରତି ମନ ବଳିବ । ପରିବାରରେ ଅନୁକୂଳ ପରିବେଶ ରହିବ । ଜୀବନସାଥୀଙ୍କ ସହିତ ସମ୍ପର୍କ ମଧୁର ହେବ।

5/7

ତୁଳା ରାଶି

ଆପଣଙ୍କ ପାଇଁ ଦିନଟି ଆଶାଠାରୁ ଭଲ ଫଳାଫଳ ଆଣିଦେବ । ଆପଣ ନୂତନ ଲାଭଦାୟକ ଡିଲ୍ ପାଇପାରନ୍ତି । ସହଭାଗୀତାରେ କାମ କରୁଥିଲେ ଭଲ ଫଳାଫଳ ମିଳିପାରେ । ସାଥୀଙ୍କ ସହିତ ସମନ୍ୱୟ ଭଲ ରହିବ । ସଠିକ୍ ନିଷ୍ପତ୍ତି ନେବାରେ ସକ୍ଷମ ହେବେ । ଚାକିରି କରୁଥିଲେ ସହକର୍ମୀଙ୍କ ସମର୍ଥନ ପାଇବେ । କହା ସହ ଭୁଲ ବୁଝାମଣା ଥିଲେ ତାହା ଦୂର ହୋଇଯିବ। ପରିବାର ସଦସ୍ୟଙ୍କ ସମର୍ଥନ ମିଳିବ। ଜୀବନସାଥୀ ଆପଣଙ୍କ ମନର କଥା ବୁଝିପାରିବେ । ପ୍ରେମ ସମ୍ପର୍କ ଦୃଷ୍ଟିରୁ ଦିନଟି ଭଲ ।

6/7

ଧନୁ ରାଶି

ଆପଣଙ୍କ ପାଇଁ ଏକ ବିଶେଷ ଦିନ । ଗର୍ବ ଠାରୁ ଦୂରେଇ ରହି ସଚ୍ଚୋଟତାର ସହିତ କାମ କରିବେ । ଆପଣଙ୍କୁ ଅନେକ କ୍ଷେତ୍ରରେ ଶୁଭ ଫଳ ମିଳିବ। ସୃଜନଶୀଳ କାର୍ଯ୍ୟ କରୁଛନ୍ତି ବିଶେଷ ସଫଳତା ମିଳିପାରେ । ଅଭିନୟ, ନୃତ୍ୟ, କଳା, ଲେଖା ଇତ୍ୟାଦି ସହିତ ଜଡିତ ଥିଲେ ନୂତନ ପରିଚୟ ପାଇବେ । ସୋସିଆଲ ମିଡିଆ ମାଧ୍ୟମରେ ଆପଣଙ୍କ ପରିଚୟ ବଢିବ । ଛାତ୍ରଚାତ୍ରୀମାନଙ୍କୁ ଅତ୍ୟନ୍ତ ଶୁଭଫଳ ମିଳିବ । କୌଣସି ସ୍ଥାନରୁ ଭଲ ଖବର ଶୁଣିବାକୁ ମିଳିପାରେ । ପରିବାରରେ ଅନୁକୂଳ ପରିବେଶ ରହିବ। ଜୀବନସାଥୀଙ୍କ ସହିତ ଭଲ ସମନ୍ୱୟ ରହିବ। ବାହାରକୁ ବୁଲିବାକୁ ଯିବା ପାଇଁ ଯୋଜନା କରିବେ ।

7/7

Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ ।

;