July 2025 Planet transit: ୨୦୨୫ ଜୁଲାଇ ମାସ ବହୁତ ସ୍ୱତନ୍ତ୍ର ହେବାକୁ ଯାଉଛି। ନ୍ୟାୟର ଦେବତା ଶନି ଦେବ ୩୦ ବର୍ଷ ପରେ ମୀନ ରାଶିରେ ଚଳନ କରିବାକୁ ଯାଉଛନ୍ତି। ସେହି ସମୟରେ ମଙ୍ଗଳ ମଧ୍ୟ ଚଳନ କରିବେ। ଏହି ଚଳନ କାରଣରୁ କିଛି ରାଶିର ଭାଗ୍ୟ ଚମକିବାକୁ ଯାଉଛି ।
ଶନି ମଙ୍ଗଳଙ୍କ ଶୁଭ ପ୍ରଭାବରୁ ମୀନ, ଧନୁ ଏବଂ ମକର ରାଶିର ବ୍ୟକ୍ତିବିଶେଷଙ୍କୁ କେଉଁସବୁ କ୍ଷେତ୍ରରେ ଶୁଭଫଳ ମିଳିବ ଆସନ୍ତୁ ଜାଣିବା
ମୀନ ରାଶି
ଶନି ଦେବ ୩୦ ବର୍ଷ ପରେ ପୁଣି ମୀନ ରାଶିରେ ଚଳନ କରିବାକୁ ଯାଉଛନ୍ତି। ଆପଣଙ୍କ ଭଲ ସମୟ ଆରମ୍ଭ ହେବ । ପ୍ରତ୍ୟେକ କାମରେ ସଫଳତାର ସୁଯୋଗ ମିଳିବ। ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିଲେ ସମୟ ଶୁଭ । ଚାକିରି ପାଇଁ ଆବେଦନ କରିଥିଲେ ଖୁସି ଖବର ମିଳିପାରେ । ଅନେକ ପ୍ରଭାବଶାଳୀ ଲୋକଙ୍କ ସହିତ ସମ୍ପର୍କ ସ୍ଥାପନ କରିବେ । ଆପଣଙ୍କର ଆତ୍ମବିଶ୍ୱାସ ଶୀର୍ଷରେ ରହିବ। ପ୍ରେମ ଜୀବନ ଖୁସିରେ ପରିପୂର୍ଣ୍ଣ ହେବ।
ଧନୁ ରାଶି
ଶନି ଏବଂ ମଙ୍ଗଳଙ୍କ ଚଳନରୁ ଆପଣଙ୍କୁ ଅନେକ ଲାଭ ମିଳିବ। ଚାକିରି ବଦଳାଇବା ପାଇଁ ଚିନ୍ତା କରୁଥିଲେ ଭଲ ପ୍ରସ୍ତାବ ମିଳିପାରେ । କର୍ମକ୍ଷେତ୍ରରେ ପଦୋନ୍ନତି ମିଳିପାରେ । ଆପଣଙ୍କୁ ଏକ ବଡ଼ ଦାୟିତ୍ୱ ମିଳିବାର ସମ୍ଭାବନା ଅଛି। ନୂଆ ଗାଡ଼ି କିଣିବାକୁ ଯୋଜନା କରିପାରନ୍ତି। ପରିବାର ସହିତ କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି ।
ମକର ରାଶି
ଆପଣଙ୍କ ପାଇଁ ମଙ୍ଗଳ ଏବଂ ଶନିଙ୍କ ଗତିରେ ପରିବର୍ତ୍ତନ ଲାଭଦାୟକ ଫଳାଫଳ ପ୍ରଦାନ କରିବ । ଉଭୟ ଶକ୍ତିଶାଳୀ ଗ୍ରହଙ୍କ ଚଳନ ଆପଣଙ୍କ ସାହସ ବଢାଇବ । ପଡ଼ି ରହିଥିବା କାମ ଗୁଡିକୁ ଶେଷ କରିବେ । ପୁରୁଣା ନିବେଶରୁ ଭଲ ଲାଭ ମିଳିପାରେ । ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ। କାର୍ଯ୍ୟକ୍ଷେତ୍ରରେ ଦୂରଯାତ୍ରା କରିବାକୁ ପଡ଼ିପାରେ। ନୂଆ ସମ୍ପତ୍ତି କିଣିପାରନ୍ତି ।
Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ ।
ट्रेन्डिंग फोटोज़