Weekly Horoscope Tarot Reading, 9 to 15 June 2025: ଟାରୋ କାର୍ଡ ଗଣନା ଅନୁସାରେ, ନୂଆ ସପ୍ତାହରେ କେଉଁ ରାଶି ପାଇଁ କିପରି କଟିବ ସମୟ ଆସନ୍ତୁ ଜାଣିବା ।
ମେଷଠାରୁ ମୀନ ରାଶି ପର୍ଯ୍ୟନ୍ତ ସମସ୍ତ ୧୨ଟି ରାଶିର ବ୍ୟକ୍ତିବିଶେଷଙ୍କ ଭାଗ୍ୟଫଳ ଆସନ୍ତୁ ଜାଣିବା
ମେଷ ରାଶି
ନୂଆ ସପ୍ତାହରେ ଆପଣ ନିଜ ଭିତରେ ଏକ ନୂତନ ଶକ୍ତି ଅନୁଭବ କରିବେ। ଆପଣଙ୍କ ଆତ୍ମବିଶ୍ୱାସ ବଢିବାକୁ ଲାଗିବ । ଦୀର୍ଘ ସମୟ ଧରି ଅଟକି ରହିଥିବା କାମ ମଧ୍ୟ ଶେଷ କରିବେ । ନିଜ କ୍ଷମତାକୁ ଭଲ ଭାବରେ ବୁଝିପାରିବେ। କାର୍ଯ୍ୟକ୍ଷେତ୍ରରେ ଆପଣ ନେଇଥିବା ନିଷ୍ପତ୍ତିକୁ ଅନ୍ୟମାନେ ଗ୍ରହଣ କରିବେ । ସମ୍ପର୍କରେ ସ୍ୱଚ୍ଛତା ବଜାୟ ନରଖିଲେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇପାରେ। ସାମାଜିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରନ୍ତି ।
ବୃଷ ରାଶି
ଆପଣଙ୍କ ପାଇଁ ନୂଆ ସପ୍ତାହ ପାରିବାରିକ ଏବଂ ଆର୍ଥିକ ସମସ୍ୟାର ସମାଧାନ ଆଣଇଦେବ । କୌଣସି ପୁରୁଣା ପାରିବାରିକ ବିବାଦ କିମ୍ବା ସମ୍ପତ୍ତି ସମ୍ବନ୍ଧୀୟ ମାମଲା ଚାଲିଥିଲେ ତାହାର ସମାଧାନ ହୋଇଯିବ। କୌଣସି ଅପ୍ରତ୍ୟାଶିତ ପରିସ୍ଥିତିର ସମ୍ମୁଖୀନ ହୋଇପାରନ୍ତି । ନିଜ ମଧ୍ୟରେ ଧର୍ଯ୍ୟ ବଜୟ ରଖିବା ଜରୁରୀ । ଭାବିଚିନ୍ତି ପ୍ରତ୍ୟେକ ନିଷ୍ପତ୍ତି ନେବା ଦ୍ୱାରା ଲାଭଦାୟକ ଫଳ ମିଳିବ । ଜୀବନସାଥୀଙ୍କ ସମର୍ଥନ ଆପଣଙ୍କ ଆତ୍ମବିଶ୍ୱାସକୁ ବୃଦ୍ଧି କରିବ । ଚାକିରି କିମ୍ବା ବ୍ୟବସାୟ କରୁଥିଲେ ସପ୍ତାହଟି ଅନୁକୂଳ।
ମିଥୁନ ରାଶି
ନୂଆ ସପ୍ତାହରେ ଆପଣ ଏକାଧିକ କାର୍ଯ୍ୟରେ ବ୍ୟସ୍ତ ରହିବେ । ଆପଣଙ୍କ ବ୍ୟକ୍ତିଗତ ଜୀବନରେ କୌଣସି ବିବାଦ ଥିଲେ ତାହା ବୁଝାମଣା ଦ୍ୱାରା ସମାଧାନ ହୋଇଯିବ । ନିଜ ଲକ୍ଷ୍ୟ ଉପରେ ଧ୍ୟାନ ଦେବେ ।
କର୍କଟ ରାଶି
ନୂଆ ସପ୍ତାହରେ କିଛି ନୂଆ କରିବାର ଇଚ୍ଛା ରହିବ। ନିଜ ଭାବନାକୁ ଭଲ ଭାବରେ ବୁଝିବାକୁ ଚେଷ୍ଟା କରିବେ । କୌଣସି ପୁରୁଣା ବନ୍ଧୁ କିମ୍ବା ସମ୍ପର୍କୀୟଙ୍କ ସହିତ ହଠାତ୍ ସାକ୍ଷାତ ହୋଇପାରେ । କର୍ମକ୍ଷେତ୍ରରେ ସ୍ଥିରତା ରହିବ । କୌଣସି ବଡ଼ ନିଷ୍ପତ୍ତି ନେବା ସମୟରେ ଅଧିକ ଭାବପ୍ରବଣରୁ ଦୂରେଇ ରହିବା ଗୁରୁତ୍ୱପୂର୍ଣ୍ଣ। ଆଧ୍ୟାତ୍ମିକ ଶାନ୍ତି ପାଇବେ । ସପ୍ତାହ ଶେଷରେ ଦୂରଯାତ୍ରା କରିପାରନ୍ତି ।
ସିଂହ ରାଶି
ନୂଆ ସପ୍ତାହରେ ଆପଣଙ୍କ ନେତୃତ୍ୱ ଦକ୍ଷତା ବଢିବ । ଆତ୍ମବିଶ୍ୱାସ ଉଚ୍ଚରେ ରହିବ । କର୍ମକ୍ଷେତ୍ରରେ ନୂତନ ପଦକ୍ଷେପ ଲାଭଦାୟକ ହୋଇପାରେ । ପୁରୁଣା ଯୋଜନାରୁ ଲାଭ ମିଳିବ । ଅତିଥିଙ୍କ ଆଗମନରେ ପରିବାରରେ ଖୁସିର ବାତାବରଣ ରହିବ। ଘରୋଇ ଜିନିଷପତ୍ର ପାଇଁ ଟଙ୍କା ଖର୍ଚ୍ଚ କରିପାରନ୍ତି। ସମ୍ପତ୍ତି କିମ୍ବା ଜମି ସମ୍ବନ୍ଧୀୟ ବିଷୟ ଟିକେ ଜଟିଳ ହୋଇପାରେ । ଧର୍ଯ୍ୟ ଏବଂ ବୁଝାମଣାର ଆବଶ୍ୟକତା ରହିଛି।
କନ୍ୟା ରାଶି
ନୂଆ ସପ୍ତାହରେ ନୂଆ ଯୋଜନା ଏବଂ କାର୍ଯ୍ୟ ଶୈଳୀର ପୁନର୍ବିଚାର କରିବାକୁ ପଡିବ। କର୍ମକ୍ଷେତ୍ରରେ କିଛି ନୂତନ ଦାୟିତ୍ୱ ଦିଆଯାଇପାରେ । ବ୍ୟକ୍ତିଗତ ଜୀବନରେ ସନ୍ତୁଳନ ବଜାୟ ରହିବ । ଅନାବଶ୍ୟକ ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ। ସୃଜନଶୀଳ କାର୍ଯ୍ୟ ତଥା କଳା କ୍ଷେତ୍ରରେ ଆଗ୍ରହ ବଢ଼ିପାରେ। ସ୍ୱାଦିଷ୍ଟ ଖାଦ୍ୟ ଏବଂ ବନ୍ଧୁମାନଙ୍କ ସହିତ ସମୟ ବିତାଇବେ । ନୂଆ ସପ୍ତାହରେ ଅସମ୍ପୂର୍ଣ୍ଣ କାମ ଶେଷ ହୋଇପାରେ । ପୁରୁଣା ବନ୍ଧୁଙ୍କୁ ଭେଟିବା ଆପଣଙ୍କ ପାଇଁ ସୁଖଦ ଅନୁଭୂତି ହେବ।
ତୁଳା ରାଶି
ଆପଣଙ୍କ ପାଇଁ ନୂଆ ସପ୍ତାହ ନୂଆ ଆଶା ଏବଂ ଉତ୍ସାହ ଆଣିବ। କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କଠାରୁ ମାର୍ଗଦର୍ଶନ ପାଇବେ । କିଛି ଯୋଜନାରେ ପରିବର୍ତ୍ତନ ହୋଇପାରେ । ସମ୍ପର୍କରେ ସ୍ୱଚ୍ଛତା, ଆପୋଷ ଏବଂ ଯୋଗାଯୋଗ ବଜାୟ ରଖିବା ଆପଣଙ୍କର ପ୍ରାଥମିକତା ହେବା ଉଚିତ । ଆପଣଙ୍କର କୂଟନୀତି ଏବଂ ବୁଦ୍ଧିମତା ଏକ କଷ୍ଟକର ପରିସ୍ଥିତିର ସମାଧାନ କରିବାରେ ସହାୟକ ହେବ। ପ୍ରେମ ଜୀବନରେ ମଧୁରତା ରହିବ।
ବିଛା ତୁଳା
ନୂଆ ସପ୍ତାହରେ ଆପଣଙ୍କୁ କିଛି ଗୁପ୍ତ ସତ୍ୟ ମିଳିପାରେ । ଅପ୍ରତ୍ୟାଶିତ ସୂଚନା ଆପଣଙ୍କୁ ମାନସିକ ଭାବରେ ଦ୍ୱନ୍ଦ୍ୱରେ ପକାଇପାରେ। ନିଜ ଭାବନା ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ। କାର୍ଯ୍ୟକ୍ଷେତ୍ରରେ ନୂତନ ଦିଗଦର୍ଶନ ଆସିବ । ଭିତରୁ ଆପଣ ଶକ୍ତିଶାଳୀ ଅନୁଭବ କରିବେ । ପାରିବାରିକ ଜୀବନରେ ସମର୍ଥନ ପାଇବେ । ପାରିବାରିକ କାର୍ଯ୍ୟକ୍ରମରେ ଯୋଗଦେବାର ସୁଯୋଗ ମିଳିପାରେ।
ଧନୁ ରାଶି
ଆପଣଙ୍କ ପାଇଁ ସପ୍ତାହଟି ନୂଆ ଆରମ୍ଭ ଆଣିପାରେ । ଭ୍ରମଣର ସମ୍ଭାବନା ରହିଛି । ପୁରୁଣା ସମସ୍ୟାର ସମାଧାନ ହେବ। ପାରିବାରିକ କ୍ଷେତ୍ରରେ ଯୋଗାଯୋଗ ଏବଂ ସଚ୍ଚୋଟତା ମାଧ୍ୟମରେ ଆପଣ ସମ୍ପର୍କକୁ ସୁଦୃଢ଼ କରିପାରିବେ। ମାନସିକ ଭାବରେ ଆପଣ ସୁସ୍ଥ ରହିବେ । ଜୀବନରେ ଆଗକୁ ବଢ଼ିବାକୁ ସୁଯୋଗ ପାଇବେ।
ମକର ରାଶି
ଆପଣଙ୍କ ଦୀର୍ଘକାଳୀନ ଲକ୍ଷ୍ୟ ଉପରେ ଧ୍ୟାନ ଦେବେ । ମୂଳଦୁଆକୁ ସୁଦୃଢ଼ କରିବା ପାଇଁ କାର୍ଯ୍ୟ କରିବେ । କାର୍ଯ୍ୟଭାର ବଢ଼ିପାରେ । ଆପଣ ପ୍ରତ୍ୟକ କାର୍ଯ୍ୟକୁ ସଠିକ୍ ଭାବେ ପରିଚାଳନା କରିପାରିବେ। ବ୍ୟକ୍ତିଗତ ଜୀବନରେ ସ୍ପଷ୍ଟତାର ଆବଶ୍ୟକତା ରହିଛି। କୌଣସି ଦ୍ୱନ୍ଦ୍ୱକୁ ଏଡାଇବା ପାଇଁ ଯୋଗାଯୋଗ ଏବଂ ସ୍ୱଚ୍ଛତା ଅତ୍ୟନ୍ତ ଜରୁରୀ। ଦୃଢ଼ ଚିନ୍ତାଧାରା ଆପଣଙ୍କୁ ସଠିକ ଦିଗରେ ନିଷ୍ପତ୍ତି ନେବାରେ ସାହାଯ୍ୟ କରିବ।
କୁମ୍ଭ ରାଶି
ଆପଣଙ୍କ ପାଇଁ ନୂଆ ସପ୍ତାହ ଶୁଭ ସାବ୍ୟସ୍ତ ହେବ । ସାମାଜିକ ଏବଂ ସୃଜନଶୀଳ କାର୍ଯ୍ୟରେ ଜଡିତ ରହିବେ। ଆପଣଙ୍କ ମଧ୍ୟରେ ସକାରାତ୍ମକ ଶକ୍ତି ରହିବ। ପୁରୁଣା ବନ୍ଧୁମାନଙ୍କୁ ଭେଟିବା କିମ୍ବା ଯୋଗାଯୋଗ କରିବା ସମ୍ଭବପର ହୋଇପାରେ । ଆପଣଙ୍କ ଚିନ୍ତାଧାରା ଏବଂ ସୃଜନଶୀଳତା ଅନ୍ୟମାନଙ୍କୁ ଆକର୍ଷିତ କରିବ।
ମୀନ ରାଶି
ଆପଣଙ୍କ ପାଇଁ ସମୟ ଆତ୍ମନିରୀକ୍ଷଣର । ପୁରୁଣା ସମ୍ପର୍କର ସ୍ମୃତି ଆପଣଙ୍କୁ ଅସ୍ଥିର କରିପାରେ। ସମ୍ପର୍କରେ ସତ୍ୟ ଏବଂ ସ୍ୱଚ୍ଛତା ରହିବା ଆବଶ୍ୟକ ହେବ।
Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ ।
ट्रेन्डिंग फोटोज़