Weekly Luckiest Zodiac Sign, 23 to 29 June 2025: ନୂଆ ସପ୍ତାହରେ ମେଷ, ମିଥୁନ ସମେତ ୫ଟି ରାଶି ପାଇଁ ବହୁତ ଲାଭଦାୟକ ଫଳାଫଳ ମିଳିବ ।
ମେଷ, ମିଥୁନ, ଧନୁ, ମକର ଏବଂ କୁମ୍ଭ ରାଶିର ବ୍ୟକ୍ତିବିଶେଷ କେଉଁ କ୍ଷେତ୍ରରେ ଶୁଭଫଳ ପାଇବେ ଆସନ୍ତୁ ଜାଣିବା ।
ମେଷ ରାଶି
ଆପଣଙ୍କ ପାଇଁ ସପ୍ତାହଟି ନୂଆ ଆତ୍ମବିଶ୍ୱାସ ଆଣିଦେୂ । ଆପଣଙ୍କୁ ଭଲ ସୁଯୋଗ ମିଳିବ। ପରିବାର ସମ୍ବନ୍ଧୀୟ ସମସ୍ୟାରୁ ଆଶ୍ୱସ୍ତି ଅନୁଭବ କରିବେ। ସମ୍ପର୍କରେ ଥିବା ଉତ୍ତେଜନା ଦୂର ହୋଇଯିବ। କର୍ମଜୀବୀମାନଙ୍କ ପାଇଁ ସପ୍ତାହଟି ବହୁତ ଭଲ ରହିବ । ବୃତ୍ତିଗତ ଜୀବନରେ ସହକର୍ମୀଙ୍କ ସମର୍ଥନ ମିଳିବ। ଅନେକ କାର୍ଯ୍ୟ ସହଜରେ ଶେଷ ହେବ। କିନ୍ତୁ ନିବେଶ କରିବା ସମୟରେ ଭଲ ଭାବରେ ଚିନ୍ତା କରନ୍ତୁ।
ମିଥୁନ ରାଶି
ଆପଣଙ୍କ ପାଇଁ ସପ୍ତାହଟି ବହୁତ ଲାଭଦାୟକ ହେବ । ଆପଣ ବହୁତ ଉତ୍ସାହଜନକ ଅନୁଭବ କରିବେ। ଆପଣଙ୍କ ମଧ୍ୟରେ ଏକ ଭିନ୍ନ ଉତ୍ସାହ ରହିବ । ସାମାଜିକ କାର୍ଯ୍ୟରେ ଯୋଗ ଦେବାକୁ ସୁଯୋଗ ପାଇବେ । ନିଜ ପ୍ରୟାସରେ ଏପରି କିଛି କରିବାକୁ ଚାହିଁବେ ଯାହାକୁ ନେଇ ଆପଣ ଗର୍ବ କରିପାରିବେ। ଆପଣଙ୍କର ଆତ୍ମବିଶ୍ୱାସ ନୂଆ ଉଚ୍ଚତାରେ ପହଞ୍ଚିବ । କର୍ମକ୍ଷେତ୍ରରେ ଆପଣ କଠିନ ପରିଶ୍ରମର ଲାଭ ପାଇବେ । ଘରେ ଉତ୍ସବମୁଖର ପରିବେଶ ରହିବ । ଚାକିରି କରୁଥିଲେ ଭଲ ଲାଭ ପାଇବେ ।
ଧନୁ ରାଶି
ନୂଆ ସପ୍ତାହଟି ଆପଣଙ୍କ ପାଇଁ ଭଲ ସୁଯୋଗ ଆଣିଦେବ । ଜୀବନରେ ସ୍ଥାୟୀ ପରିବର୍ତ୍ତନ ଦେଖିବେ। ଆତ୍ମବିଶ୍ୱାସ ଅଧିକ ରହିବା ଫଳରେ ସଫଳତା ଆଡକୁ ଗତିକରିବେ । ଚାକିରି କିମ୍ବା ବ୍ୟବସାୟ ସହିତ ଜଡିତ ଥିଲେ କର୍ମକ୍ଷେତ୍ରରେ ସ୍ଥିରତା ଏବଂ ସନ୍ତୁଳନ ବଜାୟ ରଖିବାରେ ସଫଳ ହେବେ। ଜୀବନରେ ସମ୍ପର୍କର ଗଭୀରତାକୁ ଭଲ ଭାବରେ ବୁଝିପାରିବେ। ପରିବାର ଏବଂ ବନ୍ଧୁମାନଙ୍କ ସହିତ ସୁଖଦ ସମୟ ବିତାଇବେ । ଜୀବନର କଷ୍ଟକର ମୋଡ଼ରେ ନିଜ ଅଭିଜ୍ଞତାକୁ ବ୍ୟବହାର କରିବେ। ବ୍ୟକ୍ତିଗତ ଜୀବନରେ ସୁଖ, ଶାନ୍ତି ଏବଂ ସମୃଦ୍ଧି ବଜାୟ ରହିବ। ଘରେ ସକାରାତ୍ମକ ପରିବେଶ ରହିବ । କର୍ମକ୍ଷେତ୍ରରେ ସନ୍ତୁଳନ ବଜାୟ ରଖିବାରେ ସକ୍ଷମ ହେବେ ।
ମକର ରାଶି
ଆର୍ଥିକ କ୍ଷେତ୍ରରେ ଆପଣଙ୍କ ପାଇଁ ସମୟ ଲାଭଦାୟକ । ଲାଭଜନକ ନିବେଶ କରିବା ସମ୍ପର୍କରେ ଚିନ୍ତା କରିବେ । ପୈତୃକ ସମ୍ପତ୍ତିରୁ ଲାଭ ମିଳିପାରେ । ଧନ ସଞ୍ଚୟ କରିବାରେ ସକ୍ଷମ ହେବେ । ବିବାହିତ ଜୀବନ ଏବଂ ପ୍ରେମ ସମ୍ପର୍କରେ ସାଥୀଙ୍କ ପରାମର୍ଶ ଆପଣଙ୍କ ପାଇଁ ବହୁତ ଉପଯୋଗୀ ପ୍ରମାଣିତ ହୋଇପାରେ। ପାରସ୍ପରିକ ବୁଝାମଣା ଉନ୍ନତ ହେବ। ଆପଣ ଅନେକ ଗୁରୁତ୍ୱପୂର୍ଣ୍ଣ ଜୀବନ ଶିକ୍ଷା ପାଇବେ । ଯାହା ଆପଣଙ୍କ ବ୍ୟକ୍ତିତ୍ୱକୁ ଆହୁରି ମଜବୁତ କରିବ। ଆପଣଙ୍କ ମନୋବଳ ଉଚ୍ଚରେ ରହିବ ।
କୁମ୍ଭ ରାଶି
ଆପଣଙ୍କ ଜୀବନରେ କିଛି ସୃଜନଶୀଳ ପରିବର୍ତ୍ତନ ଆସିପାରେ । ଏହି ପରିବର୍ତ୍ତନ ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହୋଇପାରେ। ପାରିବାରିକ ଜୀବନରେ ଭାଇଭଉଣୀଙ୍କ ସହ ସମ୍ପର୍କ ମଜବୁତ ହେବ । ସପ୍ତାହର ଶେଷରେ ପରିବାର ସହିତ ବାହାରକୁ ବୁଲିବାକୁ ଯିବା ପାଇଁ ଯୋଜନା କରିବେ । ଆପଣ ମାନସିକ ଶାନ୍ତି ପାଇବେ। ବୃତ୍ତିଗତ ଜୀବନରେ ସ୍ଥିରତା ରହିବ। ସାମଗ୍ରିକ ଭାବରେ ଏହି ସପ୍ତାହ ଅତ୍ୟନ୍ତ ଅନୁକୂଳ।
Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ ।
ट्रेन्डिंग फोटोज़