ରେଳବାଇ ନିଯୁକ୍ତି ବୋର୍ଡ (RRB) ଆସିଷ୍ଟାଣ୍ଟ ଲୋକୋ ପାଇଲଟ୍ (ALP)ରେ ଭର୍ତ୍ତି ପାଇଁ ନିଯୁକ୍ତି ବାହାରିଛି । ଯେଉଁଥିରେ ୯୯୦୦ ଖାଲି ପଦବୀ ରହିଛି ।
ଏହି ନିଯୁକ୍ତି ସେହି ଯୁବକମାନଙ୍କୁ ମଧ୍ୟ ଏକ ବଡ଼ ସୁଯୋଗ ପ୍ରଦାନ କରୁଛି ଯେଉଁମାନେ ୨୦୨୪ ର ALP ପରୀକ୍ଷାରେ ଭାଗନେଇ ପାରି ନଥିଲେ କିମ୍ବା CBT-1 ରେ ସଫଳ ହୋଇପାରି ନଥିଲେ।
ଚୟନ ପ୍ରକ୍ରିୟା
CBT-1: ପ୍ରାର୍ଥୀମାନଙ୍କୁ ୭୫ ପ୍ରଶ୍ନର ଉତ୍ତର ପ୍ରଦାନ କରିବାକୁ ପଡିବ ଯାହାର ଅବଧି ରହିଛି ୧ ଘଣ୍ଟା
CBT-2: ଦୁଇଟି ଭାଗ - ଭାଗ A: ୧୦୦ ପ୍ରଶ୍ନକୁ ୯୦ ମିନିଟ୍ ସମୟ । ଭାଗ Bରେ ୭୫ଟି ପ୍ରଶ୍ନକୁ ୬୦ ମିନିଟ୍ ସମୟ ରହିଛି ।
କମ୍ପ୍ୟୁଟର ଆଧାରିତ ଦକ୍ଷତା ପରୀକ୍ଷା / ଡକ୍ୟୁମେଣ୍ଟ ଯାଞ୍ଚ
CBT-1 ଏବଂ CBT-2 ରେ ମଧ୍ୟ ନେଗେଟିଭ୍ ମାର୍କିଂ ପ୍ରକ୍ରିୟା ରହିଛି । ଯେଉଁଥିରେ ପ୍ରତ୍ୟେକ ଭୁଲ ଉତ୍ତର ପାଇଁ ୧/୩ ମାର୍କ କଟାଯିବ। କିନ୍ତୁ ଦକ୍ଷତା ପରୀକ୍ଷାରେ କୌଣସି ନେଗେଟିଭ୍ ମାର୍କିଂ ହେବ ନାହିଁ।
ଯୋଗ୍ୟତା
ରେଳବାଇ ପକ୍ଷରୁ ଏପର୍ଯ୍ୟନ୍ତ ଯୋଗ୍ୟତା ସମ୍ପର୍କରେ କୌଣସି ନୂଆ ସୂଚନା ପ୍ରଦାନ କରାଯାଇନାହିଁ । କିନ୍ତୁ ଯଦି ଆମେ ପୂର୍ବ ALP ନିଯୁକ୍ତି ସମ୍ପର୍କରେ ଆଲୋଚନା କରିବା, ତେବେ ପ୍ରାର୍ଥୀଙ୍କ ପାଇଁ ITI ପ୍ରମାଣପତ୍ର ସହିତ ଦଶମ ପାସ୍ କିମ୍ବା ସମ୍ପୃକ୍ତ ବିଭାଗରେ ତିନି ବର୍ଷର ଡିପ୍ଲୋମା ଥିବା ଆବଶ୍ୟକ ଥିଲା।
ବୟସ ସୀମା
ଆବେଦନ ପ୍ରକ୍ରିୟାରେ ଭାଗ ନେବାକୁ ପ୍ରାର୍ଥୀଙ୍କର ବୟସ ସୀମା ୧୮ ରୁ ୩୦ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ନିୟମ ଅନୁଯାୟୀ ସଂରକ୍ଷିତ ବର୍ଗଗୁଡ଼ିକୁ ଛାଡ଼ ଦିଆଯିବ।
ଆବେଦନ ଶୁଳ୍କ
ସାଧାରଣ ଏବଂ ଓବିସି ବର୍ଗର ପ୍ରାର୍ଥୀମାନଙ୍କୁ ୫୦୦ ଟଙ୍କା ଦେବାକୁ ପଡିବ, ଯାହା ମଧ୍ୟରୁ CBT-1 ଦେବା ପରେ ୪୦୦ ଟଙ୍କା ଫେରସ୍ତ କରାଯିବ। SC/ST, ମହିଳା, ଦିବ୍ୟାଙ୍ଗ ଏବଂ EBC ବର୍ଗର ପ୍ରାର୍ଥୀମାନଙ୍କୁ ୨୫୦ ଟଙ୍କା ଫି ଦେବାକୁ ପଡିବ, ଯାହା CBT-1 ରେ ଉପସ୍ଥିତ ହେବା ପରେ ସମ୍ପୂର୍ଣ୍ଣ ଫେରସ୍ତ କରାଯିବ।
Disclamer: ଏଠାରେ ଦିଆଯାଇଥିବା ସମସ୍ତ ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହା ପ୍ରଦାନ କରାଯାଇଛି। ଆପଣଙ୍କର କୌଣସି ଆପତ୍ତି ପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।
ट्रेन्डिंग फोटोज़