Advertisement
Photo Details/zeeodisha/odisha2757262
photoDetails0hindi

SBI Recruitment 2025: ୧୮ ହଜାର ପଦବୀ ପାଇଁ SBIରେ ବାହାରିଲା ନିଯୁକ୍ତି, ଏପରି କରନ୍ତୁ ଆବେଦନ

SBI Recruitment:ଯେତେବେଳେ ଦେଶର ଅନେକ କ୍ଷେତ୍ରରେ ଚାକିରି ହରାଉଛନ୍ତି ଏବଂ ନୂତନ ନିଯୁକ୍ତି ହ୍ରାସ ପାଉଛି, ସେତେବେଳେ ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ - ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଏକ ଖୁସି ଖବର ଆଣିଛି। SBI ଆର୍ଥିକ ବର୍ଷ ୨୦୨୫-୨୬ ବର୍ଷରେ ଗତ ଦଶ ବର୍ଷର ସବୁଠାରୁ ବଡ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି। ଏହି ଯୋଜନାରେ ପ୍ରାୟ ୧୮ ହଜାର ଆଶାୟୀଙ୍କୁ ନିଯୁକ୍ତି ଦିଆଯିବ।

1/8

SBI Recruitment 2025: ଭର୍ତ୍ତିର ଉଦ୍ଦେଶ୍ୟ ବ୍ୟାଙ୍କର ବୈଷୟିକ ବ୍ୟବସ୍ଥାକୁ ସୁଦୃଢ଼ ​​କରିବା ଏବଂ ସାଧାରଣ ବ୍ୟାଙ୍କ ସେବାକୁ ଉନ୍ନତ କରିବା ପାଇଁ ଏହି ବଡ଼ ନିଯୁକ୍ତି କରାଯାଉଛି। SBI ସମ୍ପ୍ରତି ଏହାର ଡିଜିଟାଲ୍ ପ୍ଲାଟଫର୍ମକୁ ସୁଦୃଢ଼ ​​କରିବା ପାଇଁ ବହୁ ପରିମାଣରେ ନିବେଶ କରିଛି ଏବଂ ଏହି ନିଯୁକ୍ତି ସମାନ ରଣନୀତିର ଏକ ଅଂଶ।

2/8

SBI Recruitment 2025:  ନିଯୁକ୍ତିର ପ୍ରମୁଖ ସୂଚନା ମୋଟ ୧୮ ହଜାର ପଦବୀରେ ଆଶାୟୀଙ୍କୁ ନିଯୁକ୍ତି ମିଳିବ। ଜୁନିୟର ଆସିଷ୍ଟାଣ୍ଟ ପାଇଁ ୧୩୫୦୦ ରୁ ୧୪୦୦୦ ପଦବୀରେ ନିଯୁକ୍ତି ମିଳିବ ବୋଲି ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ପ୍ରୋବେସନାରୀ ଅଫିସର (POs) ଓ ଲୋକାଲ ବେସଡ ଅଫିସର ପଦରେ ୩୦୦୦ ନିଯୁକ୍ତି କରାଯିବାକୁ ଥିବା ବେଳେ ଟେକ୍ନିକାଲ ଓ ଡିଜିଟାଲ ବ୍ୟାଙ୍କି ପଦରେ ୧୬୦୦ ନିଯୁକ୍ତି ପ୍ରଦାନ କରାଯିବ। 

3/8

SBI Recruitment 2025:  ନିଯୁକ୍ତି ପଛର କାରଣ ଅବସର ନେଇଥିବା ଅଧିକାରୀଙ୍କ ସ୍ଥାନରେ ଏହି ନିଯୁକ୍ତି ପ୍ରଦାନ କରାଯିବ। ସେହିପରି ସମଗ୍ର ଦେଶରେ ନୂତନ ବ୍ରାଞ୍ଚ ଖୋଲାଯିବାକୁ ରହିଥିବା ବେଳେ ଡିଜିଟାଲ ଓ ଫିନଟେକ ସେବାକୁ ମଧ୍ୟ ବୃଦ୍ଧି ପାଇଁ ଏହି ନିଯୁକ୍ତି ପ୍ରଦାନ କରାଯିବ। 

4/8

SBI Recruitment 2025:  ଯୋଗ୍ୟତା ଓ ବୟସ ସୀମା ଶିକ୍ଷାଗତ ଯୋଗ୍ୟତା: ଆଶାୟୀ ସ୍ନାତକ ବା ଗ୍ରାଜୁଏସନ ପାସ କରିଥିବାର ଆବଶ୍ୟକତା ରହିଛି । ଜୁନିଅର ଆସୋସିଏଟ୍ସ ବା କ୍ଲର୍କ ପାଇଁ: ବୟସ ସୀମା ୨୦ ରୁ ୨୮ ମଧ୍ୟରେ ହୋଇଥିବା ଜରୁରୀ।  ପ୍ରୋବେସନାରୀ ଅଫିସର ବା ପିଓ ପାଇଁ: ବୟସ ସୀମା ୨୧ରୁ ୩୦ ବର୍ଷ ବୟସ ସୀମା ରହିଛି।  ଟେକ୍ନିକାଲ/ସ୍ପେଶାଲିଷ୍ଟ ଅଫିସର: ଇଞ୍ଜିନିୟରିଂ, ITରେ ଡିଗ୍ରୀ କିମ୍ବା ପୋଷ୍ଟ ଗ୍ରାଜୁଏଟ ସହ ଅଭିଜ୍ଞତା ମଧ୍ୟ ରହିଥିବା ଜରୁରୀ।  ସଂରକ୍ଷିତ ଆସନ ପାଇଁ ବୟସ ସୀମାକୁ ବୃଦ୍ଧି କରାଯାଇପାରେ। 

5/8

SBI Recruitment 2025:  ଚୟନ ପ୍ରକ୍ରିୟା ଏହି ପଦବୀ ଗୁଡିକ ପାଇଁ ଆଶାୟୀଙ୍କୁ ତିନୋଟି ପର୍ଯ୍ୟାୟରେ ଚୟନ କରାଯିବ। ପ୍ରଥମେ ପ୍ରିଲିମ୍ସ ପରୀକ୍ଷା ଓ ପରେ ମେନ ଏବଂ ବ୍ୟକ୍ତିଗତ ସାକ୍ଷାତକାର ଆଧାରରେ ନିଯୁକ୍ତି ପ୍ରଦାନ କରାଯିବ। ଆଶାୟୀଙ୍କୁ ପ୍ରଥମେ ପ୍ରିଲିମ ପରୀକ୍ଷାରେ ପାସ ହେବାକୁ ପଡିବ। ପରେ ପିଓ ଓ ସ୍ପେଶାଲିଷ୍ଟ ପଦବୀ ପାଇଁ ସାକ୍ଷାତକାର ଦେବାକୁ ହେବ। 

 

6/8

SBI Recruitment 2025:  ଆବେଦନ ଶୁଳ୍କ ଆବେଦନ କରିବାକୁ ହେଲେ ସାଧାରଣ, EWBS ଓ ଓବିସି ବର୍ଗଙ୍କ ପାଇଁ ୭୫୦ ଟଙ୍କା ପଇଠ କରି ଆବେଦନ କରିପାରିବେ। ସେହିପରି SC, ST ଓ PwBD ବର୍ଗର ଆଶାୟୀମାନେ ଆବେଦନ କରିବାକୁ କୌଣସି ଶୁଳ୍କ ଦେବାକୁ ହେବ ନାହିଁ। ଅନଲାଇନ ମାଧ୍ୟମରେ ଆଶାୟୀମାନେ ଅର୍ଥ ପଇଠ କରିପାରିବେ। 

7/8

SBI Recruitment 2025:  ଗୁରୁତ୍ତ୍ୱପୂର୍ଣ୍ଣ ସୂଚନା।  ବର୍ତ୍ତମାନ ଆବେଦନ କରିବାକୁ ତାରିଖ ଓ ପରୀକ୍ଷା ପାଇଁ କୌଣସି ତାରିଖ ଘୋଷଣା କରାଯାଇନାହିଁ। ଏଥିପାଇଁ ଖୁବଶୀଘ୍ର ତାରିଖ ଘୋଷଣା କରାଯିବ। ବ୍ୟାଙ୍କିଙ୍ଗ କ୍ଷେତ୍ରରେ କ୍ୟାରିଅର କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ SBIର ଏହି ନିଯୁକ୍ତି ଏକ ସୁବର୍ଣ୍ଣ ସୁଯୋଗ। ବ୍ୟାଙ୍କର ଏହି ପଦକ୍ଷେପ ଦେଶର ଆର୍ଥିକ ଅବସ୍ଥାରେ କିଛି ସକାରାତ୍ମକ ପରିବର୍ତ୍ତନ ଆଣିବାର ଆଶା କରାଯାଉଛି। ଆଗ୍ରହୀ ପ୍ରାର୍ଥୀମାନଙ୍କୁ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିବାକୁ ଏବଂ ସରକାରୀ ବିଜ୍ଞପ୍ତି ପାଇଁ ଅପେକ୍ଷା କରିବାକୁ ପରାମର୍ଶ ଦିଆଯାଇଛି।

8/8

Disclaimer: ଉପରୋକ୍ତ ସୂଚନା କେବଳ ଆପଣଙ୍କ ଅବଗତି ନିମନ୍ତେ ପ୍ରଦାନ କରାଯାଇଛି। ଏହି ପଦବୀଗୁଡ଼କ ପାଇଁ ଆବେଦନ କରିବା ପୂର୍ବରୁ SBIର ୱେବସାଇଟ ଯାଞ୍ଚ କରିନିଅନ୍ତୁ। 

 

;