Ollywood News: ବର୍ତ୍ତମାନ କିନ୍ତୁ ଚର୍ଚ୍ଚା ପୁଣି ବଢିଲାଣି । କିଛି ଲୋକ କହୁଛନ୍ତି ମାନା କୁଆଡେ ମନୋଜଙ୍କୁ ଭୁଲି ପାରୁ ନାହାନ୍ତି । ଉଭୟେ ଦୀର୍ଘ ଦିନ ଏକାଠି ରହିଥିଲେ ଗୋଟେ ନାରୀ ପାଇଁ ବିଶେଷ ମୁହୂର୍ତ୍ତ ଭୁଲିବାଟା କଣ ଏତେ ସହଜ ? ନିକଟରେ ମାନା ସୋସିଆଲ ମିଡିଆରେ ମନୋଜ ଏବଂ ଝିଅଙ୍କ ସହ କିଛି ଫଟୋ ସେୟାର କରିଥିଲେ ।
Trending Photos
Ollywood News: ୧୯ ଅଗଷ୍ଟ ୨୦୨୪ରେ ଅଭିନେତ୍ରୀ ମମତା ନନ୍ଦ ସୋସିଆଲ୍ ମିଡିଆ ଫେସବୁକ ପେଜରେ ଏକ ଫଟୋ ସେୟାର କରିଥିଲେ ଯେଉଁଥିରେ ଲେଖାଥିଲା Forever to go ଏବଂ Newleywedsର ହ୍ୟାସ ଟ୍ୟାଗ ଥିଲା କିନ୍ତୁ ମମତାଙ୍କ ସହ ଫଟୋରେ ମନୋଜ ନଥିଲେ ଥିଲା କେବଳ ମନୋଜଙ୍କ ହାତ ଆଉ ମନୋଜଙ୍କ ହାତରେ ହାତ ରଖି ମମତା ଏହି ଫଟୋଟି ସେୟାର କରିଥିଲେ । ଏହା ସାମ୍ନାକୁ ଆସିବା ପରେ ଫ୍ୟାନ୍ସମାନେ କମେଣ୍ଟରେ ଶୁଭେଚ୍ଛା ଜଣାଇଥିଲେ ସତ କିନ୍ତୁ ଅଭିନେତା ମନୋଜ ମିଶ୍ରଙ୍କ ପ୍ରଥମ ପତ୍ନୀ ମାନା ମିଶ୍ରଙ୍କ ପାଦ ତଳୁ ଯେମିତି ମାଟି ଖସିଯାଇଥିଲା । କାରଣ ଯାହା ଚର୍ଚ୍ଚା ଆଲୋଚନା ହେଉଥିଲା ଯେଉଁ କଥାକୁ ନେଇ ସାରା ଓଲିଉଡ ଇଣ୍ଡଷ୍ଟ୍ରୀ ଟୁପର ଟାପୁର ହେଉଥିଲା ତାହା ସେଦିନ ସତ ପ୍ରମାଣିତ ହୋଇଗଲା । ଆଜ୍ଞା ହଁ, ମମତା ନନ୍ଦ ଏବଂ ମନୋଜ ମିଶ୍ର ବାହା ହୋଇସାରିଥିଲେ । ତାପରେ ଗଣମାଧ୍ୟମରେ ଏହି ଖବର ଚର୍ଚ୍ଚାର ଶିରୋନାମା ପାଲଟିଥିଲା ।
ପରେ ସେପ୍ଟେମ୍ୱର ୬ ତାରିଖରେ ମମତା ନନ୍ଦ ଆଉ ଏକ ଫଟୋ ସେୟାର କରିଥିଲେ ସୋସିଆଲ ମିଡିଆରେ ଯେଉଁଥିରେ ଉଭୟ ନବ ଦମ୍ପତି ମନୋଜ ଏବଂ ମମତାଙ୍କୁ ଏକାଠି ଦେଖିବାକୁ ମିଳିଥିଲା । ମମତାଙ୍କ ମଥାରେ ସିନ୍ଦୁର ଏବଂ ହାତରେ ଶଙ୍ଖା ଥିଲା । ଏଥିସହ ଉଭୟ ନବଦମ୍ପତି ବେକରେ ଫୁଲମାଳ ପିନ୍ଧିଥିଲେ ।
ମମତାଙ୍କୁ ବିବାହ କରିବା ପୂର୍ବରୁ ଚତୁରତାର ସହ ଆଇନ ଅନୁଯାୟୀ ପ୍ରଥମ ପତ୍ନୀ ମାନା ମିଶ୍ରଙ୍କୁ ଛାଡପତ୍ର ଦେଇଥିଲେ ଅଭିନେତା ମନୋଜ ମିଶ୍ର । କିନ୍ତୁ ମନୋଜ ଏବଂ ମାନାଙ୍କ ଔରସରୁ ଜନ୍ମିତ ଶିଶୁ କନ୍ୟା ପ୍ରତି ଛାଡିନଥିଲା ମନୋଜଙ୍କ ପ୍ରେମ । ବିବାହ ପରେ ମଧ୍ୟ ତାଙ୍କ ଝିଅକୁ ଦେଖା କରିବାକୁ ଯାଇଥିଲେ ମନୋଜ । ମାନା ରହୁଥିବା ଘର ସାମ୍ନାରେ ଗାଡି ରଖି କାର ଭିତରେ ଥାଇ ଝିଅକୁ ପାଖକୁ ଡାକିଥିଲେ କିନ୍ତୁ ମାନା ମିଶ୍ର ରୋକଠୋକ ମନା କରିଦେଇଥିଲେ ଯେ, ଝିଅ ପାଖକୁ ଯିବନି । ଏହାର ଦୃଶ୍ୟକୁ ଫୋନରେ ରେକର୍ଡ କରି ମାନା ସୋସିଆଲ ମିଡିଆରେ ସେୟାର ମଧ୍ୟ କରିଥିଲେ । ଉକ୍ତ ସମୟରେ ଆଉ ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ଯେଉଁଥିରେ ଦେଖିବାକୁ ମିଳିଥିଲା ମାନା ମିଶ୍ର ପହଞ୍ଚିଥିଲେ ମନୋଜ ମିଶ୍ରଙ୍କ ଫ୍ଲାଟରେ ଆଉ ପହଞ୍ଚିବା ପରେ ମୋବାଇଲ କ୍ୟାମେରା ମାଧ୍ୟମରେ ଅନେକ ଦୃଶ୍ୟ ଆଣିଥିଲେ ଲୋକଙ୍କ ସାମ୍ନାକୁ । ମାନା ଏ ସମ୍ପର୍କରେ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ମଧ୍ୟ ରଖିଥିଲେ । କେବଳ ସେତିକି ନୁହେଁ, ଖବର ପ୍ରସାରଣକୁ ନେଇ ମନୋଜ ମଧ୍ୟ ଗଣମାଧ୍ୟମ ଉପରେ କରିଥିଲେ କାଉଣ୍ଟର ଆଟାକ୍ । ସୋସିଆଲ ମିଡିଆରେ ଭିଡିଓ ଅପଲୋଡ କରି ସଫେଇ ଦେଇଥିଲେ ମନୋଜ । ତାଙ୍କ ନାଁରେ ମନଗଢା ଖବର ପ୍ରସାରଣ କରୁଥିବା ଅଭିଯୋଗ କରି ସାଇବର ଥାନାର ଦ୍ୱାରସ୍ତ ମଧ୍ୟ ହୋଇଥିଲେ ମନୋଜ । କିଛି ଦିନ ଖବର ଚର୍ଚ୍ଚାରେ ରହିବା ପରେ ଧିରେ ଧିରେ ମନୋଜ- ମମତା-ମାନାଙ୍କୁ ନେଇ ଚର୍ଚ୍ଚା ଥମିଥିଲା ।
ତେବେ ବର୍ତ୍ତମାନ କିନ୍ତୁ ଚର୍ଚ୍ଚା ପୁଣି ବଢିଲାଣି । କିଛି ଲୋକ କହୁଛନ୍ତି ମାନା କୁଆଡେ ମନୋଜଙ୍କୁ ଭୁଲି ପାରୁ ନାହାନ୍ତି । ଉଭୟେ ଦୀର୍ଘ ଦିନ ଏକାଠି ରହିଥିଲେ ଗୋଟେ ନାରୀ ପାଇଁ ବିଶେଷ ମୁହୂର୍ତ୍ତ ଭୁଲିବାଟା କଣ ଏତେ ସହଜ ? ନିକଟରେ ମାନା ସୋସିଆଲ ମିଡିଆରେ ମନୋଜ ଏବଂ ଝିଅଙ୍କ ସହ କିଛି ଫଟୋ ସେୟାର କରିଥିଲେ । ଫଟୋରେ କ୍ୟାପ୍ସନ ଦେଇଥିଲେ 'Manoj,me and my darling my daughter'