Entertainment News: ଗତ କିଛି ଦିନ ହେବ କଳା ଜଗତରୁ ଲଗାତର ଦୁଃଖଦ ଖବର ଆସିବାରେ ଲାଗିଛି। ତେବେ, ଏହାରି ଭିତରେ ଆଉ ଏକ କୋହଭରା ଖବର ଟିଭି ଇଣ୍ତଷ୍ଟ୍ରିରୁ ସାମ୍ନାକୁ ଆସିଛି।
Trending Photos
Entertainment News: ଗତ କିଛି ଦିନ ହେବ କଳା ଜଗତରୁ ଲଗାତର ଦୁଃଖଦ ଖବର ଆସିବାରେ ଲାଗିଛି। ତେବେ, ଏହାରି ଭିତରେ ଆଉ ଏକ କୋହଭରା ଖବର ଟିଭି ଇଣ୍ତଷ୍ଟ୍ରିରୁ ସାମ୍ନାକୁ ଆସିଛି। 'ନିଶା ଆୈର ଇସକେ କଜନ୍ସ'ଧାରାବାହିକ ଲୋକପ୍ରିୟ ଅଭିନେତା ବୈଭବ କୁମାର ସିଂହ ଓରଫ ବିଭୁ ରାଘବେଙ୍କ ଦେହାନ୍ତ ହୋଇଛି। କ୍ୟାନସର ଜନିତ ରୋଗରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ୍ୟୁ ବେଳକୁ ତାଙ୍କୁ ୩୭ ବର୍ଷ ବୟସ ହୋଇଥିଲା। ତାଙ୍କର ମୃତ୍ୟୁକୁ ଫ୍ୟାନ୍ସମାନେ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି। ଆଜି ତାଙ୍କର ଅନ୍ତିମ ସଂସ୍କାର ହେବ।
ALSO READ: Gold Rate Today: ପୁଣି ବଢିଲା ସୁନା ଦର, ଭୁବନେଶ୍ବରରେ କେତେ ରହିଛି ରେଟ୍;ଜାଣନ୍ତୁ ଗୋଟିଏ କ୍ଲିକ୍ ରେ...
ସୂଚନା ଅନୁସାରେ, ବିଭୁ ରାଘବେ ୨୦୨୨ ମସିହାରୁ ନ୍ୟୁରୋଏଣ୍ଡୋକ୍ରାଇନ କୋଲୋନ କ୍ୟାନସରରେ ପୀଡିତ ଥିଲେ। ଚିକିତ୍ସା ମଧ୍ୟ ଜାରି ରହିଥିଲା। ମେଡିକାଲ୍ ରେ ଚିକିତ୍ସିତ ହେଉଥିବାର ଫଟୋ ମଧ୍ୟ ସେ ସୋସିଆଲ୍ ମିଡିଆରେ ସେୟାର ନିକଟରେ ସେୟାର କରିଥିଲେ। ଯାହାକୁ ଦେଖି ଫ୍ୟାନ୍ସ ମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତେବେ, ଗତ ୨ ଦିନ ତଳେ ସୁଟିଂ ସେଟ୍ ରେ ତାଙ୍କର ଅବସ୍ଥା ଖରାପ ହୋଇ ପଡିଥିଲା। ପରେ ମୁମ୍ବାଇର ଏ-କ ଘରୋଇ ମେଡିକାଲରେ ତାଙ୍କୁ ଭର୍ତ୍ତୀ କରାଯାଇଥିଲା। ହେଲେ ସେଠାରେ ଗତକାଲି ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁଖବର ଜଣାପଡିବା ପରେ ତାଙ୍କ ସାଥୀ କଳାକାର ଓ ଫ୍ୟାନ୍ସ ତାଙ୍କୁ ଶେଷ ଦର୍ଶନ କରିବା ଲାଗି ମୁମ୍ବାଇ ସ୍ଥିତ ବାସଭବନରେ ଭିଡ଼ ଜମାଇଛନ୍ତି।
ଟିଭି ସୋ 'ନିଶା ଆରୈ ଉସେକେ କଜେନ୍ସ' ରେ ବିଭୁ ରାଘବେ ଙ୍କ ଦମଦାର ଅଭିନୟ ଦର୍ଶକଙ୍କ ମନକିଣେ। ଏହା ଛଡା ସେ ସାବଧାନ୍ ଇଣ୍ତିଆ ଓ 'ସୁଭରିନ୍ ଗୁଗଲ୍'ଭଳି ଟିଭି ସୋ ରେ ତାଙ୍କୁ ଦେଖିବାକୁ ମିଳିଛି। ତେବେ, ବିଭୁ ଦିର୍ଘ ତିନି ବର୍ଷ ହେବ କ୍ୟାନସର ରୋଗ ସହ ଲଢୁଥିଲେ। ଟଙ୍କା- ପଇସାର ଅଭାବ ହେତୁ ତାଙ୍କର ଉପଯୁକ୍ତ ଚିକିତ୍ସା ହୋଇ ପାରି ନଥିଲା ବୋଲି ସାଥୀ କଳାକାର ମାନେ ଅଭିଯୋଗ କରିଛନ୍ତି।