Top 10 News Headlines: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ସୁସ୍ଥ ହେଉଛନ୍ତି। ମୁମ୍ବାଇର କୋକିଳା ବେନ୍ ହସ୍ପିଟାଲରେ ସର୍ଭିକାଲ୍ ଆର୍ଥ୍ରାଇଟିସ୍ ସର୍ଜରୀ ପରେ ସେ ସୁସ୍ଥ ହୋଇଥିବା ସୂଚନା ମିଳିଛି। ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।
Trending Photos
Top 10 News Headlines 25 Jun 2025: Naveen Shifted to Private Room in Hospital: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ସୁସ୍ଥ ହେଉଛନ୍ତି। ମୁମ୍ବାଇର କୋକିଳା ବେନ୍ ହସ୍ପିଟାଲରେ ସର୍ଭିକାଲ୍ ଆର୍ଥ୍ରାଇଟିସ୍ ସର୍ଜରୀ ପରେ ସେ ସୁସ୍ଥ ହୋଇଥିବା ସୂଚନା ମିଳିଛି। ଏବେ ସେ ହସ୍ପିଲଟାଲ୍ କ୍ୟାବିନ୍ରୁ ପ୍ରାଇଭେଟ ରୁମ୍ କୁ ଆସିଥିବା ସୂଚନା ମିଳିଛି। ସେ ଜୁଲାଇ ପ୍ରଥମ ସପ୍ତାହରେ ଭୁବନେଶ୍ୱର ଫେରିବା ସୂଚନା ରହିଛି।
Odisha Crime Branch Warns Of Hotel Booking Scams: ରାଜ୍ୟରେ ଦିନକୁ ଦିନ ହୋଟେଲ୍ ବୁକିଂ ପାଇଁ ସାଇବର ଅପରାଧ ବଢ଼ିବାରେ ଲାଗିଛି। ଏହା ଏକ ସ୍କାମ ଭଳି ବ୍ୟାପୁଛି ବୋଲି କ୍ରାଇମବ୍ରାଞ୍ଚ କହିଛି। ଲୋକଙ୍କ ଅଭିଯୋଗକୁ ଆଧାର କରି କ୍ରାଇମ୍ ବ୍ରାଞ୍ଚର ସାଇବର ସେଲ୍ ୧୧ଟି ଓ୍ୱାସାଇଟକୁ ରଦ୍ଦ କରିଛି।
Rourkela Steel Plant Set for Expansion: ରାଜ୍ୟର ସର୍ବ ପୂରାତନ ସରକାରୀ ଷ୍ଟିଲ୍ ପ୍ଲାଣ୍ଟ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟର ସମ୍ପ୍ରସାରଣ ହେବ। ଏନେଇ କେନ୍ଦ୍ର ସରକାର ଏକ ପ୍ରସ୍ତାବକୁ ଗ୍ରହଣ କରିଛନ୍ତି। ଏହି ସମ୍ପ୍ରସାରଣ ଦିଗରେ ଆସୁଥିବା ପ୍ରତିବନ୍ଧକକୁ ଦୂର କରିବାକୁ କେନ୍ଦ୍ର ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟ ରାଜ୍ୟ ସରକାର ଓ ଅନ୍ୟ ଏଜେନ୍ସୀ ଗୁଡ଼ିକ ସହ ଆଲୋଚନା କରିବ ବୋଲି ସୂଚନା ମିଳିଛି।
CM Majhi Launches E-Registration App: ଇ-ରେଜିଷ୍ଟ୍ରେସନ ଆପ୍ ବ୍ୟବହାରକାରୀମାନଙ୍କୁ ବିଭିନ୍ନ ସେବା ପାଇଁ ଆବେଦନ କରିବାକୁ, ଅନଲାଇନରେ ଡକ୍ୟୁମେଣ୍ଟ ଡାଉନଲୋଡ୍ କରିବାକୁ ଏବଂ ଜମି ପଞ୍ଜିକରଣ, ଅନଲାଇନ୍ ସ୍ଲଟ୍ ବୁକିଂ, ଆୟ ପ୍ରମାଣପତ୍ର, ପ୍ରମାଣିତ କପି ଏବଂ ସବ-ରେଜିଷ୍ଟ୍ରାର ଅଫିସ୍ ବିବରଣୀ ଭଳି ସୂଚନା ପାଇବାକୁ ଅନୁମତି ଦିଏ।
CM Majhi On Emergency: ଭାରତରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା ହେବାର ୫୦ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ସରକାରଙ୍କର ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସମ୍ବିଧାନ ହତ୍ୟା ଦିବସ ୨୦୨୫ ସ୍ଥାନୀୟ ରେଳ ଅଡିଟୋରିଅମ ଠାରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେଇ, ଏହି ‘ଜରୁରୀ କାଳୀନ ପରିସ୍ଥିତି’ ସମୟକୁ ସ୍ଵାଧୀନ ଭାରତର ଇତିହାସର ଏକ କଳଙ୍କିତ ଅଧ୍ୟାୟ ବୋଲି କହିଥିଲେ।
Puri Rath Yatra 2025 Traffic Advisory: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଖେଇ ଆସୁଥିବାରୁ ପୁରୀ ପୋଲିସ ସହରରେ ଆଶା କରାଯାଉଥିବା ତୀର୍ଥଯାତ୍ରୀ ଏବଂ ଯାନବାହାନର ବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ ଏକ ବ୍ୟାପକ ଟ୍ରାଫିକ ନିୟମାବଳୀ ଜାରି କରିଛି। ଜନସାଧାରଣଙ୍କ ସୁରକ୍ଷା ଏବଂ ମହୋତ୍ସବର ଶୃଙ୍ଖଳିତ ପରିଚାଳନା ସୁନିଶ୍ଚିତ କରିବା ପାଇଁ ଉଦ୍ଦିଷ୍ଟ ଏହି ନିୟମାବଳୀରେ ସମସ୍ତ ବର୍ଗର ଯାନବାହନ ପାଇଁ ନିର୍ଦ୍ଦିଷ୍ଟ ମାର୍ଗ ଏବଂ ପାର୍କିଂ ଜୋନ୍ ବିଷୟରେ ବିସ୍ତୃତ ସୂଚନା ଦିଆଯାଇଛି।
Subhadra Scheme to Release Third Instalment: ଆଜି ସୁଭଦ୍ରା ସୋସାଇଟିର ଚତୁର୍ଥ ପରିଚାଳନା ପରିଷଦ ବୈଠକ ଲୋକ ସେବା ଭବନରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ଅଧିବେଶନ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ କରିଛି। ଏହି ପ୍ରସ୍ତାବ ଅନୁସାରେ ୯ ଅଗଷ୍ଟ ୨୦୨୫ ରାକ୍ଷୀ ପୂର୍ଣ୍ଣିମାରେ ପବିତ୍ର ଅବସରରେ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ପ୍ରଦାନ ରିଲିଜ୍ ହେବ।
Today Cabinet Decision: କେନ୍ଦ୍ର ସରକାରଙ୍କ କ୍ୟାବିନେଟ ବୁଧବାର ଦିନ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। କ୍ୟାବିନେଟ ବୈଠକରେ ପୁଣେ ମେଟ୍ରୋ ଲାଇନ୍ ୨ କୁ ସମ୍ପ୍ରସାରଣ କରିବା, ଝାଡ଼ଖଣ୍ଡର ଝରିଆ କୋଇଲା ଖଣିର ପୁନରୁଦ୍ଧାର ପାଇଁ ସଂଶୋଧିତ ମାଷ୍ଟର ପ୍ଲାନ୍ ଏବଂ ଆଗ୍ରାରେ ଅନ୍ତର୍ଜାତୀୟ ଆଳୁ କେନ୍ଦ୍ରର ଆଞ୍ଚଳିକ କାର୍ଯ୍ୟାଳୟ ସ୍ଥାପନ ପ୍ରସ୍ତାବ ଅନ୍ତର୍ଭୁକ୍ତ।
Shubhanshu Shukla Axiom-4 Mission: ଆକ୍ସିଅମ୍-୪ ମିଶନ୍ ଅନ୍ତର୍ଗତ ଭାରତୀୟ ବାୟୁସେନାର ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ISS) ରେ ପହଞ୍ଚିଛନ୍ତି ଓ ସେଠାରୁ ତାଙ୍କର ପ୍ରଥମ ବାର୍ତ୍ତା 'ଜୟ ହିନ୍ଦ' ସ୍ଲୋଗାନ ସହିତ ଭାରତକୁ ଗର୍ବିତ କରିଛନ୍ତି। ଏହି ମିଶନ୍ NASA ଏବଂ SpaceX ସହଯୋଗରେ ଲଞ୍ଚ କରାଯାଇଥିଲା। ଯେଉଁଥିରେ ଫାଲକନ୍-୯ ରକେଟ୍ କେନେଡି ସ୍ପେସ୍ ସେଣ୍ଟରରୁ ଉଡ଼ାଣ କରିଥିଲା।
Harshit Rana released from India squad: ଲିଡ୍ସରେ ଖେଳାଯାଉଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ପାଇଁ କଭର ଭାବରେ ଭାରତୀୟ ଦଳରେ ସାମିଲ ହୋଇଥିବା ଯୁବ ଦ୍ରୁତ ବୋଲର ହର୍ଷିତ ରାଣାଙ୍କୁ ବୁଧବାର ଟିମ୍ ମ୍ୟାନେଜମେଣ୍ଟ ପକ୍ଷରୁ ରିଲିଜ୍ କରାଯାଇଛି। ରାଣା ପୂର୍ବରୁ ଅଷ୍ଟ୍ରେଲିଆ ଗସ୍ତରେ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳିଥିଲେ। ସେ ଇଂଲଣ୍ଡ ଗସ୍ତରେ ଭାରତ ଏ ଦଳର ଅଂଶ ଥିଲେ କିନ୍ତୁ କ୍ୟାଣ୍ଟରବରୀର ଇଂଲଣ୍ଡ ଲାୟନ୍ସ ବିପକ୍ଷ ଅନୌପଚାରିକ ଟେଷ୍ଟରେ ସେ ବିଶେଷ ପ୍ରଭାବ ପକାଇ ପାରି ନଥିଲେ।