ମୋର ବିବାହ ସରିଛି! ଅନୁଭବଙ୍କ ପରିବାର ମୋ ନିଜର.. ଜାଗୃତିଙ୍କ ମନ୍ତବ୍ୟ ଭାଇରାଲ୍
Advertisement
Article Detail0/zeeodisha/odisha2609606

ମୋର ବିବାହ ସରିଛି! ଅନୁଭବଙ୍କ ପରିବାର ମୋ ନିଜର.. ଜାଗୃତିଙ୍କ ମନ୍ତବ୍ୟ ଭାଇରାଲ୍

ବର୍ଷାଙ୍କ ୱାଇଫ୍ ସିନେମା ରିଲିଜ୍ ହେବା ପରେ ଗଣମାଧ୍ୟମରେ ଏବେ ସେ ହେଡଲାଇନରେ ରହିଛନ୍ତି। କାରଣ ବର୍ଷା ନିଜ କାହାଣୀକୁ ନେଇ ଏହି ସିନେମା କରିଥିବା ସମସ୍ତେ କହୁଛନ୍ତି। 

ମୋର ବିବାହ ସରିଛି! ଅନୁଭବଙ୍କ ପରିବାର ମୋ ନିଜର.. ଜାଗୃତିଙ୍କ ମନ୍ତବ୍ୟ ଭାଇରାଲ୍

jagrati shukla: ବିବାହ କରିସାରିଛନ୍ତି ଜାଗୃତି, ଆଜ୍ଞା ହଁ ଜାଗୃତିଙ୍କ ବିବାହ ସରିଛି। ଏମିତି ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଘୁରିବୁଲୁଛି। ଆଉ ଏହି କଥା ନିଜେ ଜାଗୃତି ଏକ ଇଣ୍ଟରଭ୍ୟୁରେ ମାନିଛନ୍ତି । ଏହା ସହିତ ସେ କହିଛନ୍ତି ଅନୁଭବଙ୍କ ପରିବାର ମୋ ପରିବାର। ଜାଗୃତିଙ୍କ ଏହି ମନ୍ତବ୍ୟ ଏବେ ସୋସିଆଲ ମିଡ଼ିଆକୁ ହଇଚଇ କରିଛି। ତେବେ ଏହା କେତେ ସତ ତାହା ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ। ଅନୁଭବ ବର୍ଷାଙ୍କ ବିବାହ ବିଚ୍ଛେଦ ପରେ ଏବେ ସେମାନଙ୍କ ପାଇଁ ବିବାହ କରିବାକୁ ରାସ୍ତା ଖୋଲି ଯାଇଛି। ଆଗରୁ ଉଭୟଙ୍କୁ ବିଭିନ୍ନ ଇଭେଣ୍ଟରେ ଏକାଠି ଦେଖିବାକୁ ମିଳିଛି। ସେମାନଙ୍କ ସମ୍ପର୍କ ସବୁବେଳେ ହେଡଲାଇନରେ ରହିଥିବା ବେଳେ କେବେବି ଉଭୟ ସ୍ବୀକାର କରିନାହାନ୍ତି। ଅନୁଭବ ସବୁବେଳେ ତାଙ୍କୁ ଏକ ଭଲ ବାନ୍ଧବୀ ବୋଲି କହି ଆସିଛନ୍ତି। ତେବେ ନିକଟରେ ଏକ ଗଣମାଧ୍ୟମର ପ୍ରଶ୍ନରେ ଅନୁଭବ କହିଥିଲେ, ସେ ଜାଗୃତିଙ୍କୁ ବିବାହ କରିବେ କି ନାହିଁ ତାହା ସମୟ କହିବ । ଯଦି ବିବାହ କରୁଛନ୍ତି ତେବେ ଲୋକଙ୍କ କଥା ତାଙ୍କୁ କିଛି ପ୍ରଭାଵ ପକାଇବ ନାହିଁ। ଏଭଳି ସ୍ଥିତିରେ ଜାଗୃତିଙ୍କ ଏହି ଭିଡିଓ ଚର୍ଚ୍ଚାର ଖୋରାକ ଯୋଗାଇଛି। 

ନିକଟରେ ଜାଗୃତି ଅନୁଭବଙ୍କ ଜନ୍ମ ଦିନରେ ଏକ ବହି ଗିଫ୍ଟ କରିଥିଲେ। ଯେଉଁଥିରେ ଜାଗୃତି ଅନୁଭବଙ୍କ ଜୀବନରେ ଘଟିଥିବା କାହାଣୀ ବିଷୟରେ ଉଲ୍ଲେଖ କରିଛନ୍ତି। ଏସବୁ ଭିତରେ ଅନୁଭବ ବର୍ଷାଙ୍କ ସମ୍ପର୍କକୁ ନେଇ ମଧ୍ୟ କମ୍ ଚର୍ଚ୍ଚା ହେଉନାହିଁ। ବର୍ଷାଙ୍କ ୱାଇଫ୍ ସିନେମା ରିଲିଜ୍ ହେବା ପରେ ଗଣମାଧ୍ୟମରେ ଏବେ ସେ ହେଡଲାଇନରେ ରହିଛନ୍ତି। କାରଣ ବର୍ଷା ନିଜ କାହାଣୀକୁ ନେଇ ଏହି ସିନେମା କରିଥିବା ସମସ୍ତେ କହୁଛନ୍ତି।  ଆଉ ଯଦି ଏହା ସତ ତେବେ କାହାଣୀରେ ଅନୁଭବଙ୍କୁ ଭିଲିଆନ୍ ସଜା ଯାଇଛି। ଯାହାକୁ ନେଇ ଅନୁଭବ ଖୋଲାଖୋଲି ଚର୍ଚ୍ଚା ପାଇଁ ବର୍ଷାଙ୍କୁ ଆହ୍ବାନ କରିଛନ୍ତି।  ଆଉ ବିଭିନ୍ନ ଗଣମାଧ୍ୟମରେ ବର୍ଷା ତାଙ୍କୁ କେତେ ନିର୍ଯାତିତ କରିଛନ୍ତି କହି ବୁଲୁଛନ୍ତି। ଆଗକୁ ନିଜର ଜୀବନୀକୁ ନେଇ ଅନୁଭବ ଏକ ସିନେମା ମଧ୍ୟ କରିବେ ବୋଲି ଚର୍ଚ୍ଚା ହେଉଛି। ବର୍ଷାଙ୍କ ନିଜ ୱାଇଫ ସିନେମାରେ ଏକପାଖିଆ କାହାଣୀ ଦର୍ଶାଇଛନ୍ତି ବୋଲି ଅନୁଭବ ଅଭଯୋଗ କରିଆସୁଛନ୍ତି। ସେ କହିଛନ୍ତି, ତାଙ୍କ ନାଁ ନେଇ ସିନେମା ପ୍ରମୋସନ କରାଯାଉଛି। ସିନେମାରେ ମିଛ ତଥ୍ୟ ଦିଆ ଯାଉଛି। ସେ ମୋ ନୁହଁ ବରଂ ମୁଁ ତାଙ୍କ ପାଇଁ ନିର୍ଯାତିତ ହୋଇଛି। ବର୍ଷା ତାଙ୍କୁ କୌଣସି ସୁଖ ଦେଇ ନାହାଁନ୍ତି। ସ୍ତ୍ରୀ ଭାବରେ କୌଣସି କର୍ତ୍ତବ୍ୟ କରିନାହାନ୍ତି। ଏମିତିକି ନିର୍ବାଚନ ସମୟରେ ମଧ୍ୟ ସେ ତାଙ୍କଠାରୁ ଟଙ୍କା ନେଇ ପ୍ରଚାର କରିଥିବା କହିଛନ୍ତି। 

ସେପଟେ ବର୍ଷାଙ୍କ ମୁହଁରୁ କିନ୍ତୁ ଅନୁଭବଙ୍କ ପାଇଁ କୌଣସି କଟୁ କଥା ଶୁଣିବାକୁ ମିଳିନାହିଁ। ବର୍ଷା ସବୁବେଳେ ଶାନ୍ତ ରହି ଆସିଛନ୍ତି। ଏମିତିକି ଅନୁଭବ ବାରମ୍ବାର ସୋସିଆଲ ମିଡ଼ିଆରେ ତାଙ୍କ ବିରୋଧରେ ମନ୍ତବ୍ୟ ରଖିଥିବା ବେଳେ ବର୍ଷା କେବେବି ତାଙ୍କ ବିରୋଧରେ କୌଣସି ଜବାବ ରଖିନାହାନ୍ତି। ଜାଗୃତି ଶୁକ୍ଳାଙ୍କ ପାଇଁ ଅନୁଭବ ବର୍ଷାଙ୍କୁ ଛାଡିଥିବା ସାଧାରଣ ଲୋକେ ପ୍ରତିକ୍ରିୟା ରଖୁଛନ୍ତି । ତେବେ ଜାଗୃତି ଆଉ ଅନୁଭବଙ୍କ ସମ୍ପର୍କ କେତେ ସତ, କିଏ ସତ କହୁଛି ଆଉ କିଏ ମିଛ ତାହା ସମୟ ଆସିଲେ ଜଣାପଡ଼ିବ। ଆପଣଙ୍କୁ କେଉଁ ଯୋଡ଼ି ପସନ୍ଦ ଅନୁଭଙ୍କ ସହ ଜାଗୃତି ନା ବର୍ଷା କମେଣ୍ଟ ବକ୍ସରେ ନିଶ୍ଚିତ ଲେଖନ୍ତୁ।

Also Read- Durlabh Shathghrahi Yog: ଶନିଙ୍କ ସମେତ ୬ବଡ଼ ଗ୍ରହ ମୀନ ରାଶିରେ ହେବେ ଏକାଠି, ଏହି ରାଶିକୁ ବଡ଼ ଲାଭ

Also Read- RG Kar Case: ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସଂଜୟ ରାୟଙ୍କୁ ଆଜୀବନ କାରାଦଣ୍ଡ

Bollywood News , Entertainment News, हिंदी सिनेमा, टीवी और हॉलीवुड की खबरें पढ़ने के लिए देश की सबसे विश्वसनीय न्यूज़ वेबसाइट Zee News Hindi का ऐप डाउनलोड करें. सभी ताजा खबर और जानकारी से जुड़े रहें बस एक क्लिक में.

;