Jollywood News: ଯାତ୍ରାରେ ବିବାଦ ଥମିବାର ନାଁ ନେଉନି। ଗତକିଛି ଦିନ ତଳେ ଅଭିନେତା ପିୟୁଷ ଯାତ୍ରା ମାଲିକଙ୍କୁ ଠାରୁ ଟଙ୍କା ନେଇ ଯାତ୍ରାରେ ଅଭିନୟ ନ କରିବା ଭଳି ସଙ୍ଗୀନ୍ ଅଭିଯୋଗ ଆସିଥିଲା। ତୁଳସୀ ଗଣନାଟ୍ୟର ମାଲିକଙ୍କ ନାଁରେ ହାସ୍ୟ ଅଭିନେତା ନରି ପଣ୍ତା ସଙ୍ଗୀନ୍ ଅଭିଯୋଗ ଆଣିଥିଲେ।
Trending Photos
Jollywood News: ଯାତ୍ରାରେ ବିବାଦ ଥମିବାର ନାଁ ନେଉନି। ଗତକିଛି ଦିନ ତଳେ ଅଭିନେତା ପିୟୁଷ ଯାତ୍ରା ମାଲିକଙ୍କୁ ଠାରୁ ଟଙ୍କା ନେଇ ଯାତ୍ରାରେ ଅଭିନୟ ନ କରିବା ଭଳି ସଙ୍ଗୀନ୍ ଅଭିଯୋଗ ଆସିଥିଲା। ତୁଳସୀ ଗଣନାଟ୍ୟର ମାଲିକଙ୍କ ନାଁରେ ହାସ୍ୟ ଅଭିନେତା ନରି ପଣ୍ତା ସଙ୍ଗୀନ୍ ଅଭିଯୋଗ ଆଣିଥିଲେ। ତାଙ୍କୁ ଯାତ୍ରାପାଟି ମାଲିକ ମାଡ଼ ମାରିବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ତେବେ, ଏହାରି ଭିତରେ (ତୁଳସୀ ଗଣନାଟ୍ୟର ମାଲିକ ମଣ୍ତୁ ବାବୁ)ଙ୍କ ନାଁରେ ଆଉ ଏକ ଅଭିଯୋଗ ଆଣିଛନ୍ତି ସେହି ଯାତ୍ରା ପାର୍ଟିରେ ଥିବା ହିରୋଇନ୍ ସୋନାଲି ପଣ୍ତାଙ୍କ ସ୍ବାମୀ ଶ୍ରୀକ୍ଷେତ୍ର ପ୍ରସାଦ ସାମନ୍ତସିଂହାର।
ALSO READ: Shani Dev Favourite Zodiac Signs: ଶନିଦେବଙ୍କ ପ୍ରିୟ ଏହି ୩ରାଶି, ଏମାନଙ୍କୁ କେବେବି ହୁଅନି ଧନର ଅଭାବ!
ALSO READ: Gold Rate Today: ଦୁଇ ଦିନ ପରେ ପୁଣି ରେକର୍ଡ ଭାଙ୍ଗିଲା ସୁନା ରେଟ୍, ଭରି ପିଛା ଏତେ ଶହ ଟଙ୍କା ହେଲା ବୃଦ୍ଧି
ସେ ନିଜ ଅଭିଯୋଗରେ କହିଛନ୍ତି ଯେ, ମୁଁ ଯେତେବେଳେ ତୁଳସୀ ଗଣନାଟ୍ୟରେ ମ୍ୟାନେଜର ଥିଲି, ସେତେବେଳେ ମୋ ସ୍ତ୍ରୀ( ସୋନାଲି)ଙ୍କୁ ଏହି ଗଣନାଟ୍ୟକୁ ଆଣିଥିଲି। ହେଲେ କିଛି ବର୍ଷ ପରେ ସେ ମୋ ସ୍ତ୍ରୀଙ୍କୁ ବିଭିନ୍ନ ପ୍ରକାର ଲୋକ ଦେଖାଇ ମୋ ଠାରୁ ଛଡାଇ ନେଲେ। ପରେ ମୋତେ ଜୀବନରୁ ମାରି ଦେବାକୁ ଧମକ ଦେବା ଯୋଗୁଁ ମୁଁ ରାତାରତି ସେଠାରୁ ଲୁଚିକି ପଳେଇ ଆସିଲି। ଜୋର ଜବଦସ୍ତ ସୋନାଲିଙ୍କୁ ସେଠାରେ ରଖାଯାଇଛି। ସୋନାଲି ଓ ତାଙ୍କ ପୁଅକୁ ଭେଟିବାକୁ ଦେଉନାହାଁନ୍ତି। ଆଉ ଜୀବନରୁ ମାରିଦେବାକୁ କହୁଛନ୍ତି। ସେ କହିଛନ୍ତି ସୋନାଲିଙ୍କ ପ୍ରକୃତ ନାଁ ହେଉଛି କାଗଜି। କେବଳ ମୋ ସ୍ତ୍ରୀ ନୁହେଁ, ଅନେକ କଳାକାରଙ୍କୁ ବ୍ଲାକ୍ ମେଲ୍ କରାଯାଉଛି। ମୋ ପରିବାରର ସୁରକ୍ଷା ପାଇଁ ମୁଁ ଏବେ ଆଇନ୍-ର ଆଶ୍ରୟ ନେବି। ଏବଂ ମୋ ସ୍ତ୍ରୀକୁ ମୋ ପାଖକୁ ଫେରାଇ ଆଣିବି।
ସେପଟେ, ସୋନାଲି ନିଜ ସ୍ବାମୀଙ୍କ ନାଁରେ ପାଲଟା ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ, କେହି ମୋତେ ଅଟକ ରଖି ନାହାନ୍ତି, ମୁଁ ଭଲରେ ଅଛି । ୧୨ ବର୍ଷ ହେବ କେଉଁଠାରେ ଥିଲେ ବୋଲି ଓଲଟା ସ୍ବାମୀ ଶ୍ରୀକ୍ଷେତ୍ର ସାମନ୍ତସିଂହାରଙ୍କୁ ପ୍ରଶ୍ନ କରିଛନ୍ତି ସୋନାଲି। ‘ସେ ମୋତେ ଛାଡ଼ିକି ପଳାଇଥିଲେ, ମୁଁ କାହାକୁ ଛାଡ଼ିନି। ୨୦୧୩ରେ ପ୍ରେମ ବିବାହ କରିଥିଲୁ, ସେ ମୋତେ ଯାତ୍ରାକୁ ଆଣିଥିଲେ।ବିବାହ ପରେ ବହୁବାର ମାଡ଼ ମାରିଛନ୍ତି, ନିର୍ଯାତନା ଦେଇଛନ୍ତି। ବିବାହ ପରେ ବି ଅନ୍ୟ ଝିଅଙ୍କ ସହ ସମ୍ପର୍କ ରଖୁଥିଲେ। ବିରୋଧ କରିବାରୁ ମାଡ଼ ମାରିନ୍ତି, ବହୁବାର ନିର୍ଯାତନା ଦେଇଛନ୍ତି। ଜାଣିଶୁଣି ମୋତେ ବଦନାମ କରିବାକୁ ଚାହୁଁଛନ୍ତି ବୋଲି ସେ କହିଛନ୍ତି।