Mansa Devi: ମନସା ଦେବୀ ମନ୍ଦିରରେ ଅଘଟଣ, ଦଳାଚକଟାରେ ୮ ମୃତ
Advertisement
Article Detail0/zeeodisha/odisha2858017

Mansa Devi: ମନସା ଦେବୀ ମନ୍ଦିରରେ ଅଘଟଣ, ଦଳାଚକଟାରେ ୮ ମୃତ

  ନୂଆଦିଲ୍ଲୀ: ରବିବାର ସକାଳ ପ୍ରାୟ ୯ଟା ସମୟରେ ହରିଦ୍ୱାରର ମନସା ଦେବୀ ମନ୍ଦିରରେ ଦଳାଚକଟା ହୋଇଥିଲା। ଏଥିରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏହି ମନ୍ଦିର ପର୍ବତ ଉପରେ ନିର୍ମିତ। ଏଠାକୁ ପହଞ୍ଚିବା ପାଇଁ ପ୍ରାୟ ୮୦୦ ସିଡ଼ି ଚଢ଼ିବାକୁ ପଡ଼ିଥାଏ। ଜଣେ ପ୍ରତ୍ୟକ୍ଷଦର୍ଶୀ ସନ୍ତୋଷ କୁମାର କହିଛନ୍ତି ଯେ ଦୁର୍

Mansa Devi: ମନସା ଦେବୀ ମନ୍ଦିରରେ ଅଘଟଣ, ଦଳାଚକଟାରେ ୮ ମୃତ

Mansa Devi:  ନୂଆଦିଲ୍ଲୀ: ରବିବାର ସକାଳ ପ୍ରାୟ ୯ଟା ସମୟରେ ହରିଦ୍ୱାରର ମନସା ଦେବୀ ମନ୍ଦିରରେ ଦଳାଚକଟା ହୋଇଥିଲା। ଏଥିରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏହି ମନ୍ଦିର ପର୍ବତ ଉପରେ ନିର୍ମିତ। ଏଠାକୁ ପହଞ୍ଚିବା ପାଇଁ ପ୍ରାୟ ୮୦୦ ସିଡ଼ି ଚଢ଼ିବାକୁ ପଡ଼ିଥାଏ। ଜଣେ ପ୍ରତ୍ୟକ୍ଷଦର୍ଶୀ ସନ୍ତୋଷ କୁମାର କହିଛନ୍ତି ଯେ ଦୁର୍ଘଟଣା ଘଟିବା ସମୟରେ ମନ୍ଦିରରେ ପହଞ୍ଚିବା ପାଇଁ ପ୍ରାୟ ୨୫ଟି ପାହାଚ ବାକି ଥିଲା। ରବିବାର ଦିନ ସେଠାରେ ପ୍ରବଳ ଭିଡ଼ ହୋଇଥିଲା। ଏହି ସମୟରେ କିଛି ଲୋକ ସେଠାରେ ଲାଗିଥିବା ତାରକୁ ଧରି ଆଗକୁ ବଢ଼ିଥିଲେ। ଏହି ସମୟରେ କିଛି ତାର ଛିଣ୍ଡିଯାଇଥିଲା। ତେବେ ଶ୍ରଦ୍ଧାଳୁଙ୍କ କହିବା ଅନୁସାରେ ଉକ୍ତ ତାରରେ ବିଦ୍ୟୁତ ପ୍ରବାହିତ ହୋଇଥିଲା। ଫଳରେ ଭୟରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଲୋକମାନେ ସିଡ଼ିରେ ପଡ଼ି ମୃତ୍ୟୁବରଣ କଲେ।

ଏଠାରେ ହରିଦ୍ୱାର ପୋଲିସ କହିଛି ଯେ ମନ୍ଦିରରେ ବିଦ୍ୟୁତ୍ କରେଣ୍ଟ ପ୍ରବାହିତ ହେଉଥିବା ଖବର ଏକ ଗୁଜବ। ଗଡ଼ୱାଲ ଡିଭିଜନ କମିଶନର ବିନୟ ଶଙ୍କର ପାଣ୍ଡେ କହିଛନ୍ତି ଯେ ମନ୍ଦିରରେ ପ୍ରବଳ ଭିଡ଼ ଜମା ହୋଇଥିବାରୁ ଏହି ଦୁର୍ଘଟଣା ଘଟିଛି। ହରିଦ୍ୱାର ଏସଏସପି ପ୍ରମୋଦ ସିଂହ ଡୋଭାଲ କହିଛନ୍ତି - ମନସା ଦେବୀ ମନ୍ଦିରରେ ଦଳାଚକଟାରେ ୩୫ ଜଣ ଆହତ ହୋଇଥିବା ସୂଚନା ମିଳିଛି। ସେମାନଙ୍କୁ ହସ୍ପିଟାଲକୁ ଅଣାଯାଇଥିଲା, କିନ୍ତୁ ୮ ଜଣଙ୍କର ମୃତ୍ୟୁ ହୋଇଥିଲା। ଅବଶିଷ୍ଟ ଆହତଙ୍କ ଚିକିତ୍ସା ଚାଲିଛି। ସେହିପରି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଘଟଣାର ମାଜିଷ୍ଟ୍ରେଟସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ହରିଦ୍ୱାରର ଶିବାଲିକ୍ ପର୍ବତରେ ବିଲ୍ବ ପର୍ବତରେ ମନସା ଦେବୀ ମନ୍ଦିର ଅବସ୍ଥିତ। ଏହା ହର କି ପାଉଡ଼ିଠାରୁ ପ୍ରାୟ ୩ କିଲୋମିଟର ଦୂରରେ ଅବସ୍ଥିତ।

;