ଶେଷରେ ଅନୁଭବ ଧରିଲେ ଜାଗ୍ରତିଙ୍କ ହାତ। ନିର୍ବନ୍ଧ କଲେ, ମୁଦି ଦିଆନିଆ ହେଲେ। ଆଉ ଦିନ କେଇଟା ପରେ ଉଭୟଙ୍କର ପଡ଼ିବ ହାତ ଗଣ୍ଠି।
ଆଗରୁ ମନ ମିଶିଥିଲା ଏବେ ଦୁହେଁ ଏକାଠି ହେବାକୁ ପ୍ରତିଶୃତି ବଦ୍ଧ । ଉଭୟ ଉଭୟଙ୍କ ହାତଧରି ହୋଇଯିବେ ସାତ ଜନମର ସାଥି।
ତେବେ ରାଜ୍ଯ ବାହାରେ କୌଣସି ଏକ ସ୍ଥାନରେ ଶୁକ୍ରବାର ନିର୍ବନ୍ଧ ସରିଥିବା ବେଳେ ବିବାହ ମଧ୍ୟ ବାହାରେ ହେବ ବୋଲି ଚର୍ଚ୍ଚା ହେଉଛି।
ଉଭୟଙ୍କୁ ନେଇ ଅନେକ ଚର୍ଚ୍ଚା ଆଲୋଚନା ଚାଲିଥିଲା। ଶେଷରେ ଉଭୟ ଗଣମାଧ୍ୟମରେ ବିବାହ କହୁଛନ୍ତି ବୋଲି ସ୍ବୀକାର କରିଥିଲେ।
ଅଭିନେତାରୁ ସାଂସଦ ହେବା ପରେ ଅନୁଭବ ମହାନ୍ତିଙ୍କ ଜୀବନରେ ଜାଗ୍ରତି ଶୁକ୍ଳାଙ୍କର ଏଣ୍ଟ୍ରି ହୋଇଥିଲା । ଏକ ସାକ୍ଷାତକାରରୁ ବଢିଥିଲେ ସମ୍ପର୍କ ।
ଏହାପରେ ବର୍ଷାଙ୍କ ସହ ବିବାହ ବିଚ୍ଛେଦ ପାଇଁ ଅନୁଭବ ବର୍ଷ ବର୍ଷ ଧରି ଚେଷ୍ଟା ଜାରି ରଖିଥିଲେ। ଆଉ ସେଥିରେ ସଫଳ ହେବାପରେ, ଧିରେ ଧିରେ ଚର୍ଚ୍ଚା ସତରେ ପରିଣତ ହୋଇଥିଲା।
ଉଭୟ ଗଣମାଧ୍ୟମରେ ଖୋଲା ଖୋଲି ସ୍ବୀକାର କରିଥିଲେ, ଆଉ ଶେଷରେ ଏବେ ଦୁଇ ପାରିବାରର ସ୍ଵୀକୃତି କ୍ରମେ ପ୍ରତିଶ୍ରୁତି ଦିଆନିଆ ହୋଇଛନ୍ତି।
ତେବେ ଖୁବ ଶୀଘ୍ର ଅନୁଭବ ଏବଂ ଜାଗ୍ରତି ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ରଖିବେ ବୋଲି କହିଛନ୍ତି
ट्रेन्डिंग फोटोज़