Best Country to Buy Gold: ସୁନାର ବୃଦ୍ଧି ପାଉଥିବା ମୂଲ୍ୟ ମଧ୍ୟରେ ଏହା ନିବେଶର ସବୁଠାରୁ ପ୍ରଥମ ପସନ୍ଦ ହୋଇଛି। ଆଜିକାଲି ସମସ୍ତେ ଗୋଲ୍ଡ ETF ଏବଂ ଗୋଲ୍ଡ ବଣ୍ଡ ମାଧ୍ୟମରେ ଶୁଦ୍ଧ ସୁନାରେ ନିବେଶ କରୁଛନ୍ତି ଓ ଅଳଙ୍କାର ମଧ୍ୟ କିଣୁଛନ୍ତି। ତେବେ ଆପଣ ଜାଣିଛନ୍ତି କି ବିଶ୍ୱର ସବୁଠାରୁ ଶସ୍ତା ସୁନା କେଉଁଠାରୁ ମିଳିଥାଏ?
ବିଶ୍ୱର ଅନେକ ଦେଶରେ ସୁନା କିଣାବିକା ହୁଏ। କିନ୍ତୁ ସବୁଠାରୁ ଶସ୍ତା ସୁନା ଭୁଟାନରେ ମିଳେ। ଏହା ପଛରେ ସବୁଠାରୁ ବଡ଼ କାରଣ ହେଉଛି ସେଠାରେ ଏହା ଉପରେ କୌଣସି ଟିକସ ନାହିଁ। ଏହା ବ୍ୟତୀତ ଭୁଟାନରେ ସୁନା ଉପରେ ଆମଦାନୀ ଶୁଳ୍କ ମଧ୍ୟ ବହୁତ କମ୍। ଯାହା ଯୋଗୁଁ ଏଠାରେ ସୁନା ବହୁତ କମ୍ ମୂଲ୍ୟରେ ଉପଲବ୍ଧ।
ଭୁଟାନରେ ଭାରତୀୟ ପୁରୁଷମାନେ ୨୦ ଗ୍ରାମ ପର୍ଯ୍ୟନ୍ତ ଶୁଳ୍କମୁକ୍ତ ସୁନା କିଣିପାରିବେ। ଯେତେବେଳେ କି ମହିଳାଙ୍କ ପାଇଁ ସର୍ବାଧିକ ସୀମା ୪୦ ଗ୍ରାମ ପର୍ଯ୍ୟନ୍ତ ରହିଛି। ରାଜଧାନୀ ଥିମ୍ପୁ ଏବଂ ଫୁଏଣ୍ଟଶୋଲିଙ୍ଗରେ ଶୁଳ୍କମୁକ୍ତ ଦୋକାନ ଅଛି। ଯେଉଁଠାରୁ ଆପଣ ସୁନା କିଣିପାରିବେ।
ଅନେକ ସମୟରେ ଯେତେବେଳେ ପର୍ଯ୍ୟଟକମାନେ ଭୁଟାନ ବୁଲି ଯାଆନ୍ତି ସେତେବେଳେ ସମାନଙ୍କ ମନରେ ଏହି ଭାବନା ଆସେ ଯେ ଏଠାରୁ ଶସ୍ତା ସୁନା କିଣି ନେବେ। ଭାରତ ଓ ଭୁଟାନରେ ୨୪ କ୍ୟାରେଟ୍ ସୁନାର ମୂଲ୍ୟରେ ପ୍ରତି ୧୦ ଗ୍ରାମରେ ପ୍ରାୟ ୨୦୦୦ ଟଙ୍କା ପାର୍ଥକ୍ୟ ଅଛି।
ଭୁଟାନରେ ଆପଣ ସୁନା କିଣିବା ପାଇଁ କେବଳ ଆମେରିକୀୟ ଡଲାରରେ ପମେଣ୍ଟ କରିପାରିବେ। ଏହା ବ୍ୟତୀତ ଏକ ନିର୍ଦ୍ଧିଷ୍ଟ ସୀମାଠାରୁ ଅଧିକ କିଣିବା ପାଇଁ ଆପଣଙ୍କୁ ଅତିରିକ୍ତ ଶୁଳ୍କ ଦେବାକୁ ପଡିବ। ଭୁଟାନରେ ଗୋଲ୍ଟ ବାର୍ କିଣିବା ପାଇଁ କୌଣସି ଉତ୍ପାଦନ ଖର୍ଚ୍ଚ ଲାଗେ ନାହିଁ।
ଆପଣ ଯଦି ସର୍ବୋତ୍ତମ ଗୁଣବତ୍ତାର ସୁନା କିଣିବାକୁ ଚାହାଁନ୍ତି ତେବେ ଆପଣ ଏହାକୁ କେବଳ ସ୍ୱିଜରଲ୍ୟାଣ୍ଡରେ ପାଇବେ। ଏଠାରେ ଗୋଲ୍ଡ ବାର୍ ୯୯.୯୯% ଶୁଦ୍ଧ। ଯାହା ବିଶ୍ୱର ଅନ୍ୟ କୌଣସି ଦେଶରେ ମିଳିବା ଅସମ୍ଭବ। ଏହା ବ୍ୟତୀତ କାନାଡା, ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ, ଚୀନ୍ ଓ ଋଷିଆରେ ମିଳୁଥିବା ସୁନାର ଗୁଣବତ୍ତା ମଧ୍ୟ ବହୁତ ଭଲ।
ट्रेन्डिंग फोटोज़