ପୂର୍ବତନ ଗୃହ ମନ୍ତ୍ରୀ ପି ଚଦାମ୍ବରମଙ୍କ ନାଁ ନେଇ କଂଗ୍ରେସକୁ ସିଧା ଟାର୍ଗେଟ୍ କରିଛନ୍ତି ଅମିତ ଶାହ । ନିପାତ ହୋଇଥିଲା ୩ ଆତଙ୍କବାଦୀ ପାକିସ୍ତାନର ବୋଲି ଚିଦାମ୍ବରମ ପ୍ରମାଣ ମାଗିଛନ୍ତି । ପାକିସ୍ତାନ ଉପରେ କାହିଁକି ଆକ୍ରମଣ ବୋଲି ଚିଦାମ୍ବରମ ପଚାରିଥିବା ଶାହ କହିଛନ୍ତି । ସିନ୍ଧୁ ଜଳ ଚୁକ୍ତି ବାତିଲ ପ୍ରସଙ୍ଗ ଉଠାଇ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି ଶାହ ।
Trending Photos
Amit Shah in Lok Sabha: ପହଲଗାମ ଆକ୍ରମଣ ଓ ଅପରେସନ ସିନ୍ଦୂର ବିତର୍କରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ବଡ଼ ମନ୍ତବ୍ୟ ଦେଇଛନ୍ତି । ଶାହ କହିଛନ୍ତି ଯେ, ପହଲଗାମ ଆକ୍ରମଣରେ ଯେଉଁ ୩ ଆତଙ୍କୀ ଆକ୍ରମଣ କରିଥିଲେ ଅପରେସନ ମହାଦେବରେ ଉକ୍ତ ୩ ଆତଙ୍କବାଦୀ ନିହତ ହୋଇଛନ୍ତି । ଯେଉଁ ୩ ଆତଙ୍କବାଦୀ ଟୁରିଷ୍ଟଙ୍କୁ ମାରିଥିଲେ, ଆମେ ସେମାନଙ୍କୁ ମାରିବାରେ ସଫଳ ହୋଇଛୁ । ଆର୍ମି, ସିଆରପିଏଫ୍, ଜମ୍ମୁ-କାଶ୍ମୀର ପୋଲିସର ମିଳିତ ଅପରେସନରେ ଏହି ସଫଳତା ମିଳିଛି । ଉକ୍ତ ଆତଙ୍କୀମାନେ ସାଧାରଣ ନାଗରିକଙ୍କୁ ଧର୍ମ ପଚାରି ପରିବାର ପରିବାର ସାମ୍ନାରେ ମାରିଥିଲେ । ଯେଉଁମାନେ ଆତଙ୍କବାଦୀଙ୍କୁ ପଠାଇଥିଲେ ଆମେ ସେମାନଙ୍କୁ ଘରେ ପଶି ମାରିଲୁ ଏବଂ ଆଉ ଯେଉଁମାନେ ମାରିବାକୁ ଆସିଥିଲେ ସେମାନଙ୍କୁ ମଧ୍ୟ ଖୋଜି ଖୋଜି ମାରିଛୁ ।
ଶାହ ଏକଥା ମଧ୍ୟ ସୂଚନା ଦେଇଛନ୍ତି ଯେ, ଉକ୍ତ ଆତଙ୍କବାଦୀମାନେ ୨ଟି ଏକେ-୪୭ ଓ ଗୋଟିଏ କାର୍ବାଇନ ବ୍ୟବହାର କରିଥିଲେ । ଯିଏ ଏହି ୩ ଆତଙ୍କୀଙ୍କୁ ଆଶ୍ରୟ ଦେଇଥିଲେ ସେମାନଙ୍କୁ NIA ଗିରଫ କରି ସାରିଛି । ୩ ଆତଙ୍କୀଙ୍କ ମରଶରୀର ଶ୍ରୀନଗରରେ ପହଞ୍ଚିବା ପରେ ଚିହ୍ନଟ ପ୍ରକ୍ରିୟା ଶେଷ ହୋଇଛି । ସେମାନେ ବ୍ୟବହାର କରିଥିବା କାଟ୍ରିଜର FSL ରିପୋର୍ଟ ହସ୍ତଗତ ହୋଇଛି । ଏହାପରେ ଚଣ୍ଡିଗଡ଼ରେ ହୋଇଥିବା ଟେଷ୍ଟରୁ ପୂରା ପ୍ରମାଣିତ ହୋଇଛି ।
ଏଥିସହ ପୂର୍ବତନ ଗୃହ ମନ୍ତ୍ରୀ ପି ଚଦାମ୍ବରମଙ୍କ ନାଁ ନେଇ କଂଗ୍ରେସକୁ ସିଧା ଟାର୍ଗେଟ୍ କରିଛନ୍ତି ଅମିତ ଶାହ । ନିପାତ ହୋଇଥିଲା ୩ ଆତଙ୍କବାଦୀ ପାକିସ୍ତାନର ବୋଲି ଚିଦାମ୍ବରମ ପ୍ରମାଣ ମାଗିଛନ୍ତି । ପାକିସ୍ତାନ ଉପରେ କାହିଁକି ଆକ୍ରମଣ ବୋଲି ଚିଦାମ୍ବରମ ପଚାରିଥିବା ଶାହ କହିଛନ୍ତି । ସିନ୍ଧୁ ଜଳ ଚୁକ୍ତି ବାତିଲ ପ୍ରସଙ୍ଗ ଉଠାଇ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି ଶାହ ।
ଶାହ ଏକଥା ମଧ୍ୟ କହିଛନ୍ତି ଯେ, ଯେଉଁମାନେ ପାକିସ୍ତାନକୁ ସୁରକ୍ଷା ଦିଅନ୍ତି ସେମାନଙ୍କୁ କଦାପି ଛଡ଼ାଯିବ ନାହିଁ। ସେ ପୂର୍ବତନ ଗୃହମନ୍ତ୍ରୀ ଏବଂ କଂଗ୍ରେସ ନେତା ପି ଚିଦାମ୍ବରମ୍ଙ୍କୁ ସମାଲୋଚନା କରିଥିଲେ । ଆତଙ୍କବାଦୀମାନେ ପାକିସ୍ତାନର ବୋଲି ପ୍ରମାଣ ଦେବା ସମୟରେ ଶାହ କହିଥିଲେ ଯେ, ଅପରେସନ୍ ସିନ୍ଦୂରରେ 20 ମିନିଟ୍ ମଧ୍ୟରେ 9ଟି ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରାଯାଇଥିଲା। ଆମର ସେନା 100 କିଲୋମିଟର ଭିତରକୁ ପଶି ଆକ୍ରମଣ କରିଥିଲା। ଶାହଙ୍କ ଉତ୍ତର ଏସପି ମୁଖ୍ୟ ଅଖିଳେଶ ଯାଦବଙ୍କୁ ମଧ୍ୟ ଚୁପ୍ କରାଇଥିଲେ।
ଯେତେବେଳେ ଶାହ ଅପରେସନ ମହାଦେବ ବିଷୟରେ ସୂଚନା ଦେଉଥିଲେ, ଅଖିଳେଶଙ୍କ ସମେତ କିଛି ବିରୋଧୀ ଦଳ ହୋହଲ୍ଲା କରିବାକୁ ଲାଗିଥିଲେ। ଶାହ କହିଥିଲେ ମୁଁ ଆଶା କରୁଥିଲି ଯେ, ଯେତେବେଳେ ସେମାନେ ସୂଚନା ଶୁଣିବେ, ଶାସକ ଏବଂ ବିରୋଧୀ ଦଳମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯିବ। କିନ୍ତୁ ଆତଙ୍କବାଦୀଙ୍କୁ ହତ୍ୟା କରାଯିବାରେ ମଧ୍ୟ କୌଣସି ଖୁସି ନାହିଁ। ଶାହ ତାଚ୍ଛଲ୍ୟ କରି କହିଲେ, ତୁମେ ପାକିସ୍ତାନ ସହିତ କଥା ହେଉଛ କି? । ଯେତେବେଳେ ଶାହ ଲୋକସଭାରେ ଭାଷଣ ଦେଉଥିଲେ, ସେତେବେଳେ ଅଖିଳେଶ ଯାଦବ ମଧ୍ୟ ଠିଆ ହୋଇଥିଲେ ହେଲେ ଶାହଙ୍କ ଉତ୍ତର ତାଙ୍କୁ ଚୁପ୍ କରାଇ ଦେଇଥିଲା। ଶାହ କହିଥିଲେ, ଅଖିଳେଶ ଜୀ, ଆପଣ ବସିପଡ଼ନ୍ତୁ, ମୋର ସମ୍ପୂର୍ଣ୍ଣ କଥା ଶୁଣିବା ପରେ ଆପଣ ସବୁକିଛି ବୁଝିପାରିବେ ।
ଶାହ ଚିଦମ୍ବରମଙ୍କ କଥା ଉପରେ ମଧ୍ୟ ବର୍ଷିଥିଲେ ଏବଂ କହିଥିଲେ ଯେ, ଆମ ପାଖରେ ପ୍ରମାଣ ଅଛି ଯେ ସେମାନେ ପାକିସ୍ତାନୀ। ତିନି ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କ ଭୋଟର ନମ୍ବର ମଧ୍ୟ ମିଳିଛି। ଯେଉଁମାନେ କହୁଛନ୍ତି ଯେ, ସେମାନେ ପାକିସ୍ତାନୀ ନୁହଁନ୍ତି ସେମାନେ ସମଗ୍ର ବିଶ୍ୱ ସମ୍ମୁଖରେ ପାକିସ୍ତାନକୁ କ୍ଲିନ୍ ଚିଟ୍ ଦେଉଛନ୍ତି।
Also Read- August Monthly Horoscope: ୧୨ ରାଶି ପାଇଁ ଅଗଷ୍ଟ ମାସର ରାଶିଫଳ, ପଢନ୍ତୁ
Also Read- Sandalwood Benefits: ତ୍ୱଚାକୁ ପ୍ରାକୃତିକ ଚମକ ଦେଇଥାଏ ଚନ୍ଦନ, ଏପରି କରନ୍ତୁ ବ୍ୟବହାର