Corona Updates: ଦେଶରେ ବଢୁଛି କୋରୋନା ମାମଲା, ଜାରି ହେଲା ଗାଇଡଲାଇନ
Advertisement
Article Detail0/zeeodisha/odisha2791828

Corona Updates: ଦେଶରେ ବଢୁଛି କୋରୋନା ମାମଲା, ଜାରି ହେଲା ଗାଇଡଲାଇନ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କୋରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି। ଦେଶ ସହିତ ରାଜ୍ୟରେ ମଧ୍ୟ କୋଭିଡ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଦେଶରେ କୋଭିଡ୍ ପଜିଟିଭ୍ ସଂଖ୍ୟା ୫ ହଜାର ୭୫୦ ଟପିଥିବା ବେଳେ ଓଡ଼ିଶାରେ ୩୮ରେ ପହଞ୍ଚିଲାଣି। ଏସବୁ ଭିତରେ କୋଭିଡ୍‌କୁ ନେଇ ରାଜ୍ୟଗୁଡ଼ିକ ଲାଗି କେନ୍ଦ୍ର ଜାରି କରିଛି ଗାଇଡ ଲାଇନ୍ ଓ ପବ୍ଲିକ୍ ଆଡଭାଇ

Corona Updates: ଦେଶରେ ବଢୁଛି କୋରୋନା ମାମଲା, ଜାରି ହେଲା ଗାଇଡଲାଇନ

Corona Updates: ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କୋରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି। ଦେଶ ସହିତ ରାଜ୍ୟରେ ମଧ୍ୟ କୋଭିଡ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଦେଶରେ କୋଭିଡ୍ ପଜିଟିଭ୍ ସଂଖ୍ୟା ୫ ହଜାର ୭୫୦ ଟପିଥିବା ବେଳେ ଓଡ଼ିଶାରେ ୩୮ରେ ପହଞ୍ଚିଲାଣି। ଏସବୁ ଭିତରେ କୋଭିଡ୍‌କୁ ନେଇ ରାଜ୍ୟଗୁଡ଼ିକ ଲାଗି କେନ୍ଦ୍ର ଜାରି କରିଛି ଗାଇଡ ଲାଇନ୍ ଓ ପବ୍ଲିକ୍ ଆଡଭାଇଜରି ଜାରି କରାଯାଇଛି। 

ପ୍ରତିଦିନ ଶହ ଶହ ସଂଖ୍ୟାରେ କୋରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଫଳରେ କେନ୍ଦ୍ର ସରକାର ରାଜ୍ୟ ଗୁଡ଼ିକ ସହିତ ଆଲୋଚନା କରିବା ପରେ କୋଭିଡ ଗାଇଡଲାଇନ ଜାରି କରିଛନ୍ତି। ରାଜ୍ୟ ଗୁ଼ଡିକ କୋଭିଡ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ପର୍ଯ୍ୟାପ୍ତ ପରିମାଣରେ ଅକ୍ସିଜେନ, ଆଇସୋଲେସନ ବେଡ, ଭେଣ୍ଟିଲେଟର, ଆବଶ୍ୟକ ଔଷଧ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦେଇଚନ୍ତି କେନ୍ଦ୍ର ସରକାର।

କୋଭିଡ୍ ମୁକାବିଲା ଲାଗି ଅକ୍ସିଜେନ୍ ଯୋଗାଣ ବ୍ୟବସ୍ଥା ସହ ଡାକ୍ତରଖାନା କେତେ ପ୍ରସ୍ତୁତ ଅଛନ୍ତି, ତାହାର ମକ୍‌ଡ଼୍ରିଲ୍‌ ବି ହୋଇଛି। ଆଇଡିଏସପି ଜରିଆରେ ଇନ୍ଫ୍ଲୁଏନ୍ଜା ଲାଇକ୍ ଇଲନେସ୍- ଆଇଏଲଆଇ ଓ ସିଭିଅର ଆକ୍ୟୁଟ୍ ରେସ୍ପିରେଟୋରୀ ଇଲନେସ୍- 'ସାରି'ର ପରିଚାଳନା ପାଇଁ କୁହାଯାଇଛି। ଡାକ୍ତରଖାନାରେ ଭର୍ତ୍ତି ହେଉଥିବା ସବୁ 'ସାରି' କେସର ଓ ୫ ପ୍ରତିଶତ ଆଇଏଲଆଇ କେସ୍ ର କରୋନା ପରୀକ୍ଷା ଲାଗି ନିର୍ଦ୍ଦେଶ ଦିଆଯାଇଛି। ସବୁ କୋଭିଡ ପଜିଟିଭ ନମୁନାକୁ ଜିନମ ସିକ୍ବେନ୍ସିଂ ପାଇଁ ଆଇସିଏମ୍ଆରକୁ ପଠାଇବାକୁ କୁହାଯାଇଛି। 

ସେହିପରି ମାର୍ଗଦର୍ଶିକା ଜାରି କରି କେନ୍ଦ୍ର ସରକାର କହିଛନ୍ତି ଅସୁସ୍ଥ ବ୍ୟକ୍ତିଙ୍କୁ ଭିଡ ସ୍ଥାନ ଯିବାକୁ ବାରଣ କରିଛନ୍ତି।  ହାତ ଧୋଇବା, କାଶ-ଛିଙ୍କ ହେଲେ ମୁହଁରେ ରୁମାଲ ଓ ମାସ୍କ ପିନ୍ଧିବାକୁ କୁହାଯାଇଛି। ଶ୍ବାସରୋଗୀ ଅସୁସ୍ଥ ହୋଇପଡ଼ିଲେ, ଡାକ୍ତରଖାନା ଯାଇ ଚିକିତ୍ସିତ ହେବାକୁ ପରାମର୍ଶ ଦିଆଯାଇଛି। ସେହିପରି କୋଭିଡ୍ ନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ୱେବସାଇଟ୍ କିମ୍ବା ପିଆଇବି ରିଲିଜ୍ ଭଳି ବିଶ୍ବସ୍ତ ସୂତ୍ରରୁ ଆସୁଥିବା ଖବର ବ୍ୟତୀତ ଅନ୍ୟ କୌଣସି ଗୁଜବରେ ବିଶ୍ବାସ ନ କରିବାକୁ କୁହାଯାଇଛି।

ଏଠାରେ କହି ରଖୁ କି ୭ ତାରିଖ ସୁଦ୍ଧା ଦେଶରେ ମୋଟ ୫୭୫୫ ଜଣ କୋରୋା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୫୪୮୪ ଜଣ ବର୍ତ୍ତମାନ ଚିକିତ୍ସାଧିନ ରହିଛନ୍ତି। ୭ ତାରିଖରେ ୭୬୦ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ଓଡ଼ିଶାରେ ୨୯ ଜଣ ଚିହ୍ନଟ ହୋଇଥିବା ବେଳେ ୯ ଜଣ ବର୍ତ୍ତମାନ ଚିକିତ୍ସାଧିନ ରହିଛନ୍ତି। ୨ ଜଣ ଗତକାଲି ସୁସ୍ଥ ହୋଇ ଘରକୁ ଫେରିନ୍ତି। 

;