Shubhanshu shukla: ୧୮ ଦିନ ଧରି ମହାକାଶରେ କେମିତି ସମୟ ବିତାଉଥିଲେ ଶୁଭାଂଶୁ, ଜାଣନ୍ତୁ
Advertisement
Article Detail0/zeeodisha/odisha2841497

Shubhanshu shukla: ୧୮ ଦିନ ଧରି ମହାକାଶରେ କେମିତି ସମୟ ବିତାଉଥିଲେ ଶୁଭାଂଶୁ, ଜାଣନ୍ତୁ

ଜୁନ୍ ୨୫, ୨୦୨୫ରେ ଫ୍ଲୋରିଡାର କେନେଡି ସ୍ପେସ୍ ସେଣ୍ଟରରୁ SpaceXର Falcon 9 ରକେଟ୍ ଯୋଗେ ମହାକାଶ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ ଶୁଭାଂଶୁ । ଜୁନ୍ ୨୬ରେ ଭାରତୀୟ ସମୟ ଅନୁସାରେ ଅପରାହ୍ନ ୪:୦୧ ସମୟରେ ସେ ISSରେ ଯୋଗ ଦେଇଥିଲେ। ପ୍ରଥମ ଥର ପାଇଁ ISSରେ ପହଞ୍ଚିବାରେ ଶୁଭାଂଶୁ ପ୍ରଥମ ଭାରତୀୟ ହୋଇଛନ୍ତି। ନିଜ ୧୮ ଦିନିଆ ମହାକାଶ ଯାତ୍ରାରେ ସେ ବୈଜ୍ଞାନିକ ଗବେଷଣା, ଜନସମ୍ପର୍କ ଏବଂ ଭାରତର ଗଗନଯାନ ମିଶନ ନିମନ୍ତେ ଅନେକ ପ୍ରସ୍ତୁତି ସମେତ କିଛି କାର୍ଯ୍ୟକଳାପରେ ଅଂଶଗ୍ରହଣ କରିଥିଲେ।

Shubhanshu shukla: ୧୮ ଦିନ ଧରି ମହାକାଶରେ କେମିତି ସମୟ ବିତାଉଥିଲେ ଶୁଭାଂଶୁ, ଜାଣନ୍ତୁ

Shubhanshu shukla: ୧୮ ଦିନ ଧରି ସ୍ପେଶ୍ ଷ୍ଟେସନରେ ରହିଥିଲେ ଶୁଭାଂଶୁ ଶୁକ୍ଳା। ସେ ସମୟ ୬୦ଟି ଭିନ୍ନ ଭିନ୍ନ ପରୀକ୍ଷଣର ଅଂଶ ହୋଇଥିଲେ ଶୁଭାଂଶୁ। ଇସ୍ରୋର ସାତଟି ପରୀକ୍ଷଣ ସେ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ଆରମ୍ଭ କରି ଇସ୍ରୋ ମୁଖ୍ୟ ଏବଂ ସ୍କୁଲ ପିଲାମାନଙ୍କ ସହ ମଧ୍ୟ ସେ କଥା ହୋଇଥିଲେ। ଏହି ମିଶନରେ ବୈଜ୍ଞାନିକ ଗବେଷଣା, ଜନସମ୍ପର୍କ ଏବଂ ଭାରତର ଗଗନଯାନ ମିଶନ ପାଇଁ ବିଭିନ୍ନ ପ୍ରସ୍ତୁତି ସେ କରିଥିଲେ ।

ଭାରତୀୟ ମହାକାଶଚାରୀ ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା ୧୮ ଦିନିଆ ଆନ୍ତର୍ଜାତୀୟ ମହାକାଶ ଷ୍ଟେସନ (ISS) ଯାତ୍ରା ଶେଷ କରି ସଫଳତାର ସହ ପୃଥିବୀ ପୃଷ୍ଠକୁ ଫେରି ଆସିଛନ୍ତି। ନିଜ ପ୍ରଥମ ମହାକାଶ ଯାତ୍ରାରେ ଶୁଭାଂଶୁ ଖୁବ ଖୁସି ପ୍ରକାଶ କରିଛନ୍ତି । ଏହି ମହାକାଶ ଯଆତ୍ରା ଆକ୍ସିଅମ୍ ମିଶନ ୪ (Ax-4)ର ଅଂଶ ଥିଲା। ଏହି ସମୟ ମଧ୍ୟରେ, ସେ କେବଳ ବିଭିନ୍ନ ବୈଜ୍ଞାନିକ ପରୀକ୍ଷଣ କରିଥିଲେ ତାହା ନୁହେଁ ବରଂ ଭାରତର ମହାକାଶ କାର୍ଯ୍ୟକ୍ରମ ପାଇଁ ଅନେକ ଅଭିଜ୍ଞତା ସାଉଣ୍ଟିଥିଲେ । ଆସନ୍ତୁ ଜାଣିବା ଶୁଭାଂଶୁ ୧୮ ଦିନ କେମିତି ବିତାଇଥିଲେ ।

ଜୁନ୍ ୨୫, ୨୦୨୫ରେ ଫ୍ଲୋରିଡାର କେନେଡି ସ୍ପେସ୍ ସେଣ୍ଟରରୁ SpaceXର Falcon 9 ରକେଟ୍ ଯୋଗେ ମହାକାଶ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ ଶୁଭାଂଶୁ । ଜୁନ୍ ୨୬ରେ ଭାରତୀୟ ସମୟ ଅନୁସାରେ ଅପରାହ୍ନ ୪:୦୧ ସମୟରେ ସେ ISSରେ ଯୋଗ ଦେଇଥିଲେ। ପ୍ରଥମ ଥର ପାଇଁ ISSରେ ପହଞ୍ଚିବାରେ ଶୁଭାଂଶୁ ପ୍ରଥମ ଭାରତୀୟ ହୋଇଛନ୍ତି। ନିଜ ୧୮ ଦିନିଆ ମହାକାଶ ଯାତ୍ରାରେ ସେ ବୈଜ୍ଞାନିକ ଗବେଷଣା, ଜନସମ୍ପର୍କ ଏବଂ ଭାରତର ଗଗନଯାନ ମିଶନ ନିମନ୍ତେ ଅନେକ ପ୍ରସ୍ତୁତି ସମେତ କିଛି କାର୍ଯ୍ୟକଳାପରେ ଅଂଶଗ୍ରହଣ କରିଥିଲେ।

ନିଜ ସହଯୋଗୀମାନଙ୍କ ସହ ISSରେ ପ୍ରାୟ 60ଟି ପରୀକ୍ଷଣ କରିଥିଲେ ଶୁଭାଂଶୁ । ଯେଉଁଥିରୁ 7ଟି ପରୀକ୍ଷଣ ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଦ୍ୱାରା ସ୍ୱତନ୍ତ୍ର ଭାବରେ ଡିଜାଇନ୍ କରାଯାଇଥିଲା। ଏହି ପରୀକ୍ଷଣ ଭାରତର ଭବିଷ୍ୟତ ମହାକାଶ ମିଶନ, ବିଶେଷକରି ଗଗନଯାନ ଏବଂ ଚନ୍ଦ୍ର ମିଶନ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଇଛି ।

ଶୁଭାଂଶୁ ମହାକାଶର ମାଇକ୍ରୋଗ୍ରାଭିଟିରେ ମାଂସପେଶୀର କ୍ଷତି ସମ୍ପର୍କରେ ଅଧ୍ୟୟନ କରିଥିଲେ। କିପରି କୌଣସି ଗୁରୁତ୍ୱାକର୍ଷଣରେ ମାଂସପେଶୀ ଦୁର୍ବଳ ହୋଇଯାଏ ତାହା ସେ ଉପଲବ୍ଧି କରିଥିଲେ। ଏହାକୁ ରୋକିବାର ଉପାୟ ମଧ୍ୟ ସେ ଖୋଜି ପାଇଥିଲେ। ଏହା ପୃଥିବୀରେ ଅଷ୍ଟିଓପୋରୋସିସ୍ ଭଳି ରୋଗର ଚିକିତ୍ସାରେ ସାହାଯ୍ୟ କରିପାରେ।

ଏଥିସହ ଶୁଭାଂଶୁ ଛୋଟ ସୂକ୍ଷ୍ମ ପ୍ରାଣୀ (ଟାର୍ଡିଗ୍ରେଡ୍ସ) ସମ୍ପର୍କରେ ଅଧୟନ କରିଥିଲେ । ସେ ଅନୁଭବ କରିଥିଲେ ଯେ, ସେମାନେ ମହାକାଶରେ କିପରି ଅଧିକ ସମୟ ବିତାଇ ହେବ ଏବଂ ଯାହା ଭବିଷ୍ୟତର ଦୀର୍ଘ ମିଶନ (ଯେପରିକି ମଙ୍ଗଳ ଗ୍ରହ ଯାତ୍ରା) ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇପାରେ।

ଶୁଭାଂଶୁ ମହାକାଶରେ ଫସଲ ଚାଷ ସମ୍ଭାବନା ଅନୁସନ୍ଧାନ କରିଥିଲେ । ସେ 6 ପ୍ରକାରର ଫସଲ ବିହନ ଉପରେ ଗବେଷଣା କରିଥିଲେ । ସେଗୁଡିକ ମହାକାଶରେ କିପରି ବୃଦ୍ଧି ପାଆନ୍ତି। ପରେ ଏହି ବିହନଗୁଡ଼ିକୁ ପୃଥିବୀରେ ଅନେକ ପିଢ଼ି ପର୍ଯ୍ୟନ୍ତ ଚାଷ କରାଯିବ ଯାହା ଦ୍ୱାରା ଜେନେଟିକ୍ ପରିବର୍ତ୍ତନଗୁଡ଼ିକୁ ବୁଝିହେବ। 

ଏଥିସହ ଶୁଭାଂଶୁ ସାୟାନୋବ୍ୟାକ୍ଟେରିଆ (ଜଳ ବ୍ୟାକ୍ଟେରିଆ) ର ବୃଦ୍ଧି ଏବଂ କାର୍ଯ୍ୟକଳାପ ସମ୍ପର୍କରେ ଅଧ୍ୟୟନ କରିଥିଲେ। ଭବିଷ୍ୟତରେ ଚନ୍ଦ୍ର କିମ୍ବା ମଙ୍ଗଳ ଗ୍ରହରେ ଜୀବନ ସହାୟକ ପ୍ରଣାଳୀ ପାଇଁ ଅମ୍ଳଜାନ ଏବଂ ଇନ୍ଧନ କିପରି ସୃଷ୍ଟି କରାଯାଇପାରିବ ସେନେଇ ସେ ଅଭିଜ୍ଞତା ହାସଲ କରିଛନ୍ତି।

ମହାକାଶରେ ଖାଦ୍ୟ, ଅମ୍ଳଜାନ ଏବଂ ଜୈବ ଇନ୍ଧନର ଉତ୍ସ ହୋଇପାରେ ବୋଲି ସୂକ୍ଷ୍ମ ଶୈବାଳ ପରୀକ୍ଷା କରିଥିଲେ। ଏହା ଦୀର୍ଘଦିନର ମହାକାଶ ମିଶନ ପାଇଁ ଆବଶ୍ୟକ।

ମାଇକ୍ରୋଗ୍ରାଭିଟିର ପ୍ରଭାବ ଆଖି ଏବଂ ମସ୍ତିଷ୍କ ଉପରେ କିପରି ପଡ଼ିଥାଏ ସେନେଇ ଶୁଭାଂଶୁ ଅନୁସନ୍ଧାନ କରିଛନ୍ତି । ତାହା ଦେଖିବା ପାଇଁ କମ୍ପ୍ୟୁଟର ସ୍କ୍ରିନ୍ ବ୍ୟବହାର ବିଷୟରେ ଅଧ୍ୟୟନ କରିଥିଲେ। ଏହା ମହାକାଶରେ ଡିଜିଟାଲ ସିଷ୍ଟମର ଉତ୍ତମ ବ୍ୟବହାର ପାଇଁ।

ଏହା ବ୍ୟତୀତ, ସେ ହାଡ଼ ସ୍ୱାସ୍ଥ୍ୟ, ବିକିରଣ ସଂସ୍ପର୍ଶ ଏବଂ ମାନସିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପରୀକ୍ଷଣ କରିଛନ୍ତି। ଏହି ପରୀକ୍ଷଣ ପୃଥିବୀରେ ବିଭିନ୍ନ ରୋଗର ଚିକିତ୍ସା ଏବଂ ମହାକାଶଚାରୀଙ୍କ ସୁରକ୍ଷା ପାଇଁ ଅତ୍ୟନ୍ତ ଉପଯୋଗୀ ହେବ।

ଶୁଭାଂଶୁ ମହାକାଶରେ କେବଳ ପରୀକ୍ଷଣ କରିନଥିଲେ, ବରଂ ଜନସାଧାରଣଙ୍କ ସହ ସଂଯୋଗ ସ୍ଥାପନ ପାଇଁ କାମ କରିଥିଲେ। ୨୮ ଜୁନ୍ ରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଭିଡିଓ କଲ୍ ମାଧ୍ୟମରେ ସେ କଥା ହୋଇଥିଲେ। ସେ ମହାକାଶର ସୌନ୍ଦର୍ଯ୍ୟ ବିଷୟରେ ପ୍ରଧାନମନ୍ତ୍ରୀଙ୍କ ସାମ୍ନାରେ ବର୍ଣ୍ଣନା କରିଥିଲେ। ୪ ଏବଂ ୮ ଜୁଲାଇରେ ସେ ଆମେଚର ରେଡିଓ ମାଧ୍ୟମରେ ସ୍କୁଲ ପିଲାମାନଙ୍କ ସହିତ ଆଲୋଚନା କରିଥିଲେ । ଯେଉଁଥିରେ ସେ ମହାକାଶ ଜୀବନ ବିଷୟରେ କହିଥିଲେ। ସେ କହିଥିଲେ ଯେ, ମହାକାଶରୁ ଦେଖିଲେ କୌଣସି ସୀମା ନାହିଁ ।

ଶୁଭାଂଶୁଙ୍କ ଏହି ମହାକାଶ ଯାତ୍ରା ଭାରତର ଗଗନଯାନ ମିଶନ (୨୦୨୭ ରେ ଆରମ୍ଭ ହେବାକୁ ଥିବା) ପାଇଁ ତାଲିମ ଭଳି ଥିଲା। ସେ ମହାକାଶରେ ରହିବା, କାମ କରିବା ଏବଂ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା କରିବାର ଅଭିଜ୍ଞତା ହାସଲ କରିଛନ୍ତି । ଯାହା ଗଗନଯାନ ଟିମ୍ ପାଇଁ ଅତ୍ୟନ୍ତ ଉପଯୋଗୀ ହେବ ବୋଲି ବିବେଚନା କରାଯାଉଛି।

ଶୁଭାଂଶୁଙ୍କ ଦୈନନ୍ଦିନ କାର୍ଯ୍ୟ ଖୁବ ବ୍ୟସ୍ତବହୁଳ ରହିଥିଲା। ସେ ସକାଳ ସମୟରୁ ପରୀକ୍ଷଣ କରୁଥିଲେ । ଡାଟା ରେକର୍ଡ କରିବା ସହ ଟିମ୍ ସହିତ କାମ କରୁଥିଲେ। ସେ ମହାକାଶର ମାଇକ୍ରୋଗ୍ରାଭିଟିରେ ରୋଷେଇ କରିବା, ଶୋଇବା ଏବଂ ବ୍ୟାୟାମ କରିବା ମଧ୍ୟ ଶିଖିଥିଲେ ।

Also Read- Gold Rate: ଖସିଲା ସୁନା ରୂପା ଦର, ଜାଣନ୍ତୁ ଅପଡେଟ୍ ମୂଲ୍ୟ

Also Read- Aloe Vera: ମୁହଁରେ ଏପରି ଲଗାଉଛନ୍ତି କି ଆଲୋଭେରା ? ହୋଇପାରେ କ୍ଷତିକାରକ

;