Trending Photos
USA India Relation: ବିଶ୍ୱର ସର୍ବବୃହତ ଅର୍ଥନୀତି ବୋଲି ଦାବି କରୁଥିବା ଯୁକ୍ତ ରାଷ୍ଟ୍ର ଆମେରିକାର ଭାରତ ବିରୋଧୀ ଆଭିମୁଖ୍ୟ ଓ ଛଳନାକୁ ପଦାରେ ପକାଇଛି ଭାରତ। ଖୋଦ୍ ଆମେରିକା ଓ ୟୁରୋପୀୟ ରାଷ୍ଟ୍ର ସଂଘ ଋଷରୁ ବିପୁଳ ପରିମାଣରେ ରାସାୟନିକ, ସାର ଓ ବିରଳ ମୃତ୍ତିକା, ଧାତୁ କିଣୁଥିବା ବେଳେ ଭାରତ ଉପରେ କଟକଣା ଲଗାଯାଉଥିବା କହିଛି ଭାରତ। ୟୁକ୍ରେନ୍ ଯୁଦ୍ଧ ପରେ ବିଶ୍ୱରେ ଶକ୍ତି ସୁରକ୍ଷାରେ ଭାରସାମ୍ୟ ଆଣିବା ଲାଗି ଖୋଦ୍ ଆମେରିକା ଋଷରୁ ତେଲ କିଣିବା ଉପରେ ଭାରତକୁ ପ୍ରୋତ୍ସାହିତ କରିଥିଲା। ଏବେ ଏହାକୁ ଟାର୍ଗେଟ କରି ଶୁଳ୍କ ବୃଦ୍ଧି ଓ ଅନ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ବୋଲି ଭାରତ ପକ୍ଷରୁ ଜାରି ଏକ ପ୍ରେସ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ଏହି ପ୍ରେସ ବିଜ୍ଞପ୍ତିରେ ରହିଛି ଅନେକ ବିଷୟ, ଜାଣନ୍ତୁ ନିମ୍ନ ୫ ବିନ୍ଦୁରେ:
୧) ଭାରତର ଋଷରୁ ପେଟ୍ରଲିୟମ ବା ଅଶୋଧିତ ତୈଳ କିଣୁଛି। ଏହା ଭାରତର ଜନସାଧାରଣଙ୍କୁ ସୁଲଭ ମୂଲ୍ୟରେ ତୈଳ ଯୋଗାଣ ପାଇଁ ଆବଶ୍ୟ। ବୈଶ୍ୱିକ ବଜାରରେ ଭାରସାମ୍ୟ ଆଣିବା ଲାଗି ଏହା ଆବଶ୍ୟକ। ଏବେ ଆମେରିକା ଓ ୟୁରୋପୀୟ ରାଷ୍ଟ୍ରମାନେ ଭାରତକୁ ଏ ଦିଗରେ ସମାଲୋଚନା କରୁଛନ୍ତି କିନ୍ତୁ, ଏହି ସମାଲୋଚନା କରୁଥିବା ରାଷ୍ଟ୍ରମାନେ ଋଷରୁ ଅନେକ ସାମଗ୍ରୀ କିଣୁଛନ୍ତି। ଏହା ସେମାନଙ୍କର ଜାତୀୟ ଆବଶ୍ୟକତା ନୁହେଁ ବା ଆମେରିକୀୟ ଜନସାଧାରଣଙ୍କ ପାଇଁ ଉପଭୋକ୍ତା ସାମଗ୍ରୀ ନୁହେଁ ବୋଲି ଭାରତ ସ୍ପଷ୍ଟ କରିଛି।
୨) ଭାରତ ପକ୍ଷରୁ କୁହାଯାଇଛି ଯେ, ୨୦୨୪ ମସିହାରେ ୟୁରୋପୀୟ ୟୁନିୟନ୍ ରାଷ୍ଟ୍ରମାନେ ଋଷରୁ ୬୭.୫ ବିଲିୟନ ଡଲାର ମୂଲ୍ୟର ଉତ୍ପାଦ କାରବାର କରିଛନ୍ତି। ଏହାସହ ୨୦୨୩ ମସିହାରେ ୟୁରୋପୀୟ ୟୁନିୟନ ୧୭.୨ ବିଲିୟନ ଡଲାରର କାରବାର ବିଭିନ୍ନ ସେବା ଲାଗି କରିଛନ୍ତି। ଏହା ଭାରତର ସମୁଦାୟ କାରବାରଠାରୁ ଯଥେଷ୍ଟ ଅଧିକ। ଭାରତ ନିଜ ଘରୋଇ ଚାହିଦା ଲାଗି ଅଶୋଧିତ ତୈଳ ଋଷରୁ କିଣୁଥିବା ବେଳେ ୟୁରୋପୀୟ ରାଷ୍ଟ୍ରମାନେ ୨୦୨୪ ମସିହାରେ ୧୬.୫ ମିଲିୟନ ଟନ୍ ଗ୍ୟାସ ବା ଏଲ୍ଏନ୍ଜି କିଣିଛନ୍ତି। ୨୦୨୨ ମସିହାରେ ୧୫.୨୧ ମିଲିୟନ ଟନ୍ ଏଲ୍ଏନ୍ଜି ଋଷଠାରୁ ୟୁରୋପୀୟ ୟୁନିୟନ କିଣିଥିଲା।
୩) କେବଳ ଇନ୍ଧନ ନୁହେଁ। ୟୁରୋପ ଋଷରୁ ରାସାୟନିକ ଦ୍ରବ୍ୟ, ସାର, ଖଣିଜ ଉତ୍ପାଦ, ପରିବହନ ପାଇଁ ଆବଶ୍ୟକ ଜିନିଷ, ଲୁହା ଓ ଷ୍ଟିଲ ଆମଦାନୀ କରିଥାଏ।
୪) ସେହିପରି ଯଦି ଯୁକ୍ତରାଷ୍ଟ୍ର ଆମେରିକାକୁ ଦେଖିବା ତେବଳେ ଏହି ଦାଶ ଋଷରୁ ୟୁରାନିୟମ ହେକ୍ସା ଫ୍ଲୋରାଇଡ୍ କିଣିଥାଏ। ଏହା ଆଣବିକ ଶକ୍ତି କ୍ଷେତ୍ରରେ ବ୍ୟବହାର କରାଯାଇଥାଏ। ଖାଲି ସେତିକି ନୁହେଁ, ବୈଦ୍ୟୁତିକ ବ୍ୟାଟେରି ଲାଗି ପାଲାଡିୟମ କିଣିବା ସହ ସାର ଓ ଅନ୍ୟ ରାସାୟନିକ ମଧ୍ୟ କିଣିଥାଏ।
୫) ଏହି କାରଣରୁ ଭାରତକୁ ଟାର୍ଗେଟ କରାଯାଉଛି ବୋଲି ଅଭିଯୋଗ କରାଯିବା ସହ ଏହାକୁ ଅକାରଣ ଓ ଅଯୌକ୍ତିକ ବୋଲି ଦର୍ଶାଇଛି ବହିର୍ବ୍ୟାପାର ମନ୍ତ୍ରଣାଳୟ। ଅନ୍ୟ ବଡ଼ ଅର୍ଥନୀତିଗୁଡ଼ିକ ଭଳି ଭାରତ ଏହାର ଅର୍ଥନୀତିକ ସୁରକ୍ଷା ଓ ଜାତୀୟ ସ୍ୱାର୍ଥକୁ ଗୁରୁତ୍ୱ ଦେଉଛି ବୋଲି ଏହି ବାର୍ତ୍ତାରେ ସ୍ପଷ୍ଟ ଭାବେ ଭାରତ ଦର୍ଶାଇଛି।
ଭାରତର ଏହି ମନ୍ତବ୍ୟ ୟୁରୋପ ଏବଂ ଆମେରିକାର ଦୋମୁହାଁ ଆଚରଣକୁ ସ୍ପଷ୍ଟ କରୁଛି। କିପରି ଆମେରିକା ଭାରତକୁ ଟାର୍ଗେଟ କରୁଛି ତାହା ସ୍ପଷ୍ଟ କରୁଛି।