Mohan Bhagwat: ଏଣୁ ଆମକୁ ଆମର ଧର୍ମ ଓ ଆଧ୍ୟାତ୍ମିକତା ଦିଗରେ ମନୋନିବେଶ କରିବା ଜରୁରୀ। ଏଥିଲାଗି ବିଶ୍ୱ ଭାରତକୁ ଆସିବାକୁ ଚାହେଁ। ଏଥିଲାଗି ବିଶ୍ୱ ଭାରତକୁ ଗୁରୁତ୍ୱ ଦିଏ। ଏହାର ଅର୍ଥନୀତି ପାଇଁ ନୁହେଁ। ଆମର ଅର୍ଥନୀତିକ ସଫଳତା ଏହି ଦେଶଗୁଡ଼ିକୁ ଚକିତ କରିବ ନାହିଁ ବୋଲି କହିଛନ୍ତି ଭାରତ। ଏଣୁ ଆମେ ସବୁ ଦିଗରୁ ବିଶଶ କରିବା ଆବଶ୍ୟକ। କିନ୍ତୁ ବିଶ୍ୱଗୁରୁ ହେବାକୁ ହେଲେ ଆମର ଆଧ୍ୟାତ୍ମିକ ବିକାଶ ଉପରେ ଗୁରୁତ୍ୱ ନିବେଶ କରିବାକୁ ହେବ। ଆମର ଧାର୍ମିକ ବିକାଶ ପାଇଁ ଧ୍ୟାନ ଦେବାକୁ ହେବ।
Trending Photos
Mohan Bhagwat: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘ ଚାଳକ ମୋହନ ଭାଗବତ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନୀତିକୁ ପରୋକ୍ଷରେ କଟାକ୍ଷ କରିଛନ୍ତି। ମହାରାଷ୍ଟ୍ରରେ ଏକ ମନ୍ଦିରରେ ସେ କହିଛନ୍ତି ଭାରତର ଅର୍ଥନୀତିକ ପ୍ରଗତୀ ବିଶ୍ୱଗୁରୁ କରିବ ନାହିଁ। ବରଂ ଏହାର ଧର୍ମ ଓ ଆଧ୍ୟାତ୍ମିକ ଜ୍ଞାନ ବିଶ୍ୱକୁ ଭାରତ ଆଡ଼କୁ ଆକର୍ଷିତ କରିବ। ତୃତୀୟ ବୃହତ ଅର୍ଥନୀତି ହେବା ବିଶ୍ୱରେ କୌଣସି ଚମତ୍କାର ବା ଆଶ୍ଚର୍ଯ୍ୟଜନକ ବିଷୟ ହେବ ନାହିଁ ବୋଲି କହିଛନ୍ତି ଭାଗବତ। ବିଗତ କିଛି ବର୍ଷ ଭିତରେ ଏକ ଭଙ୍ଗୁର ଅର୍ଥନୀତିକ ପରିବେଶରୁ ଭାରତକୁ ପଞ୍ଚମ ବୃହତ ଅର୍ଥନୀତି ଓ ଆଗକୁ ପଞ୍ଚମ ବୃହତ ଅର୍ଥନୀତିରେ ପରିଣତ କରିବା ପାଇଁ ଯୋଜନାକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଚାର ଚଳାଇଥିବା ବେଳେ ଭାଗବତଙ୍କ ଏହି ବକ୍ତବ୍ୟ ଚର୍ଚ୍ଚାର ସୂତ୍ରପାତ କରିଛି।
ସାମ୍ପ୍ରତିକ ପରିସ୍ଥିତିରେ ଭାରତର ବନ୍ଧୁତାକୁ ଦମନ କରି ଭାରତ ଉପରେ ଆମେରିକା ଅର୍ଥନୀତିକ ଯୁଦ୍ଧ ଘୋଷଣା କରିଥିବାବେଳେ ମୋହନ ଭାଗବତଙ୍କ ଏ ଉକ୍ତି ଅନେକ ଇଙ୍ଗିତ ଦେଉଛି। ସେ କହିଛନ୍ତି, ଅର୍ଥନୀତିକ ପ୍ରଗତୀ ଜରୁରୀ। କିନ୍ତୁ ଏହା ଭାରତକୁ ବିଶ୍ୱଗୁରୁ ଭାବେ ପରିଣତ କରିପାରିବ ନାହିଁ। ଭାରତର ମୂଳ ପିଣ୍ଡ ଆଧ୍ୟାତ୍ମିକତା ଓ ଧର୍ମରେ ରହିଛି, ଯାହା ଅନ୍ୟ ଦେଶରେ ନାହିଁ। ଏଣୁ ଆମକୁ ଆମର ଧର୍ମ ଓ ଆଧ୍ୟାତ୍ମିକତା ଦିଗରେ ମନୋନିବେଶ କରିବା ଜରୁରୀ। ଏଥିଲାଗି ବିଶ୍ୱ ଭାରତକୁ ଆସିବାକୁ ଚାହେଁ। ଏଥିଲାଗି ବିଶ୍ୱ ଭାରତକୁ ଗୁରୁତ୍ୱ ଦିଏ। ଏହାର ଅର୍ଥନୀତି ପାଇଁ ନୁହେଁ। ଆମର ଅର୍ଥନୀତିକ ସଫଳତା ଏହି ଦେଶଗୁଡ଼ିକୁ ଚକିତ କରିବ ନାହିଁ ବୋଲି କହିଛନ୍ତି ଭାରତ। ଏଣୁ ଆମେ ସବୁ ଦିଗରୁ ବିଶଶ କରିବା ଆବଶ୍ୟକ। କିନ୍ତୁ ବିଶ୍ୱଗୁରୁ ହେବାକୁ ହେଲେ ଆମର ଆଧ୍ୟାତ୍ମିକ ବିକାଶ ଉପରେ ଗୁରୁତ୍ୱ ନିବେଶ କରିବାକୁ ହେବ। ଆମର ଧାର୍ମିକ ବିକାଶ ପାଇଁ ଧ୍ୟାନ ଦେବାକୁ ହେବ।
ଏହା ପୂର୍ବରୁ ୨୦୨୪ ଡିସେମ୍ବରରେ ମଧ୍ୟ ସମାନ ବିଷୟ ‘ବିଶ୍ୱଗୁରୁ’ ସମ୍ବନ୍ଧରେ ଉଲ୍ଲେଖ କରି ଶ୍ରୀ ଭାଗବତ ଧାର୍ମିକ ସମନ୍ୱୟ ରକ୍ଷା ପାଇଁ ନିବେଦନ କରିଥିଲେ। ବାବ୍ରୀ ମସ୍ଜିଦକୁ ଶ୍ରୀ ରାମ ଜନ୍ମଭୂମି ଭାବେ ପ୍ରୟତିପାଦିତ କରି ସେଠାରେ ଶ୍ରୀ ରାମଲାଲାଙ୍କ ମନ୍ଦିର ସ୍ଥାପନା ପରେ ଅନ୍ୟ ମସ୍ଜିଦଗୁଡ଼ିକରେ ମନ୍ଦିର ଖୋଜା ଆରମ୍ଭ ହୋଇଥିଲା। ବିଶେଷକରତ ଜ୍ଞାନବାପୀ ମସ୍ଜିଦରେ ଶିବ ଲିଙ୍ଗ ମିଳିବା ଘଟଣା ସାରା ଦେଶକୁ ସାମ୍ପ୍ରଦାୟିକ ସମ୍ବେଦନଶୀଳତା ଆଡ଼କୁ ମୁହାଁଇଥିଲା। ଉତ୍ତରପ୍ରଦେଶରେ କହିବାକୁ ଗଲେ ପ୍ରତିଦିନ ମସ୍ଜିଦ-ମନ୍ଦିର ବିବାଦ ଦେଖିବାକୁ ମିଳୁଥିଲା। ଏପରିକି ସରକାରୀ ଶକ୍ତି ଏହାକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ ହୋଇଥିଲା। ଏହିପରି ବିବାଦକୁ ଚର୍ଚ୍ଚାରୁ ଦୂରରେ ରଖିଥିବା ମୋହନ ଭାଗବତଙ୍କ ସେତେବେଳର ଟିପ୍ପଣୀ। ମସ୍ଜିଦରେ ମନ୍ଦିର ଖୋଜିବା ପରମ୍ପରାକୁ ସେ ନିନ୍ଦା କରିଥିଲେ। ଭାରତର ଧାର୍ମିକ ସଦ୍ଭାବନା, ସାଂସ୍କୃତି ମଜଭୁତିକୁ ଗୁରୁତ୍ୱ ଦେଇଥିଲେ। ଆଉ ଏହାପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ମସ୍ଜିଦରେ ଶିବଲିଙ୍ଗ ଖୋଜା ପ୍ରକ୍ରିୟାକୁ ହତୋତ୍ସାହିତ କରିଥିଲା। ଫଳରେ ୨୦୨୫ରେ ଆଉ ଏପରି ମାମଲା ସାମ୍ନାକୁ ଆସି ନାହିଁ।
ଏବେ ଭାଗବତଙ୍କ ଏହି ବାର୍ତ୍ତା ସରକାରଙ୍କୁ ଆମର ଆଧ୍ୟାତ୍ମିକ ଜ୍ଞାନ ବୃଦ୍ଧି ଲାଗି ଉଦ୍ୟମ ସନ୍ନିବେଶିତ କରିବା ଦିଗରେ ଆହ୍ୱାନ ଜଣାଉଛି। କିନ୍ତୁ ଏହା ହେବ କିପରି?
ବିଗତ କିଛିବର୍ଷ ହେଲା ବିଶ୍ୱ ପରିପଟ୍ଟଳରେ ଭାରତର ଅର୍ଥନୀତିକ ପ୍ରତିଦ୍ୱିନ୍ଦ୍ୱିତା କ’ଣ ଭାରତକୁ ନୂଆ ଶତ୍ରୁ ଆମନ୍ତ୍ରଣ କରିଛି?
ବନ୍ଧୁ ବୋଲି ଯେଉଁ ଟ୍ରମ୍ପଙ୍କ ନିର୍ବାଚନ ପ୍ରଚାରକୁ ମୋଦୀ ସହଜ କରିଥିଲେ ସେ ଆମେରିକାର ରାଷ୍ଟ୍ରପତି ହେବା ପରେ ଭାରତ ଉପରେ ଟାରିଖ କଟକଣା ଲାଗୁ କରିବା କ’ଣ ଭାରତର ଏହି ଆର୍ଥିକ ଅଭିବୃଦ୍ଧି ପାଇଁ ଦାୟୀ ରହିଛି? ଭାରତର କ’ଣ ଏହି ଆର୍ଥିକ ପ୍ରତିଦ୍ୱନ୍ଦ୍ୱିତାରେ ନିଜକୁ ସାମିଲ କରିବା ଅନୁଚିତ?
ଏହାକୁ ବି ସ୍ପଷ୍ଟ କରିଛନ୍ତି ଶ୍ରୀ ଭାଗବତ। ସେ କହିଛନ୍ତି, ଯଦିବି ଆମେ ୩ ଟ୍ରିଲିୟନ ଡଲାରର ଅର୍ଥନୀତି ହାସଲ କରିଦେଉଛୁ ତଥାପି ତାହା ଆମେରିକା, ଚୀନ ଏବଂ ଅନ୍ୟ ଧନୀ ରାଷ୍ଟ୍ରକୁ ଚକିତ କରିବ ନାହିଁ। ଅନେକ ରାଷ୍ଟ୍ର ଏହା କରି ସାରିଛନ୍ତି। ଆଉ ଆମେ ବି କରିବା। ହେଲେ ବିଶ୍ୱ ପାଖରେ ଆମେ ଧାରଣ କରିଥିବା ଆଧ୍ୟାତ୍ମ ଓ ଧର୍ମ ନାହିଁ।
ପରୋକ୍ଷ ଭାବେ ସେ ବିଶ୍ୱରେ ଭାରତୀୟ ପରମ୍ପରା, ଧର୍ମ ଓ ସଂସ୍କୃତିର ବିକାଶ ଲାଗି ଆହ୍ୱାନ ଦେଇଛନ୍ତି। ଆମେରିକା ହେଉ ବା ଚୀନ ହେଉ ସେମାନଙ୍କ ସହ ଆର୍ଥିକ ଯୁଦ୍ଧ ଅପେକ୍ଷା ସାଂସ୍କୃତିକ ଓ ଧାର୍ମିକ ସଦ୍ଭାବ ବିକାଶ କଥାକୁ ଗୁରୁତ୍ୱ ଦେଇଛନ୍ତି। ଏହା ହେଉଛି ଭାରତର ସମ୍ପତ୍ତି, ଏଣୁ ଆମକୁ ତାହା କରିବାକୁ ହେବ।
ଏହା ମୋଦୀଙ୍କ ବିଦେଶ ନୀତିରେ ପରିବର୍ତ୍ତନକୁ ଇଙ୍ଗିତ ଦେଉଛି। ଯେମିତି ଦେଶ ଭିତରେ ସବୁ ଧର୍ମର ସମନ୍ୱୟକୁ ସଂଘ ପ୍ରମୁଖ ଗୁରୁତ୍ୱ ଦେଇଥିଲେ, ଠିକ୍ ସେମିତି ଆମ ଭିତରେ ଥିବା ଅସୁବିଧା ଓ ସମସ୍ୟାକୁ ଅବଦମିତ କରି ଆଗକୁ ଧର୍ମ ଓ ଆଧ୍ୟାତ୍ମିକତା ପ୍ରଚାର ପାଇଁ ଗୁରୁତ୍ୱ ଦେଇଛନ୍ତି। ଅର୍ଥାତ୍ ଅର୍ଥନୀତି ସମ୍ପର୍କର ସେତୁ ନୁହେଁ, ବରଂ ଆଧ୍ୟାତ୍ମିକତା ଆମ ବୈଦେଶିକ ସମ୍ପର୍କର ମୂଳବିନ୍ଦୁ ହେବା ଆବଶ୍ୟକ। ଗତ କିଛି ବର୍ଷ ହେଲା ଆମେ ବିଦେଶ ନୀତିରେ ବାଣିଜ୍ୟକୁ ଗୁରୁତ୍ୱ ଦେଇଛୁ। ଏହାର ପରିବର୍ତ୍ତନର ଆବଶ୍ୟକତାକୁ ବୋଧ ହୁଏ ଭାଗବତ ଇଙ୍ଗିତ କରିଛନ୍ତି।
ନିକଟ ଅତୀତରେ ସଂଘ ପ୍ରମୁଖ ୭୫ ବର୍ଷ ବୟସରେ ରାନୀତିରୁ ସନ୍ନ୍ୟାସ ନେବା କଥା ଉଲ୍ଲେଖ କରିଥିଲେ। ଏହା ଆମର ଆଧ୍ୟାତ୍ମିକ ଦର୍ଶନ ଏବଂ ଧାର୍ମିକ ଜୀବନ ଶୈଳୀର ଏକ ଅଂଶ ବିଶେଷ। ଆମ ସଂସ୍କୃତି ଓ ଆଧ୍ୟାତ୍ମିକ ପରିବେଶ ୭୫ ବର୍ଷ ବୟସରେ ସନ୍ନ୍ୟାସ ଜୀବନଧାରଣକୁ ଆହ୍ୱାନ ଦେଇଛି। ଏଣୁ ଯେକୌଣସି ପଦପଦବୀରେ ରହିଲେ ବି ଏହାକୁ ନୂଆ ପିଢ଼ିକୁ ହସ୍ତାନ୍ତର କରିବା ଲାଗି ଏହା ଗୁରୁତ୍ୱ ଦିଏ। ଏହିକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ଓ ଖୋଦ୍ ସଂଘ ପ୍ରମୁଖ ଚଳିତ ବର୍ଷ ୭୫ ବର୍ଷରେ ପଦାର୍ପଣ କରୁଛନ୍ତି। ଏଣୁ ରାଜୀତିରୁ ସନ୍ନ୍ୟାସ ନେଇ ନୂଆ ପିଢ଼ିକୁ ଦିଗଦର୍ଶନ କରିବାରେ ମୋଦୀ କ’ଣ ଆଦର୍ଶ ହୋଇପାରିବେ? ଏ ପ୍ରଶ୍ନକୁ ଅଧିକ ଦୃଢୀଭୂତ କରିଛି ମୋହନଙ୍କ ନୂଆ ‘ବିଶ୍ୱଗୁରୁ’ ବାର୍ତ୍ତା। ବିଜେପିର ସମ୍ବିଧାନ ଅଲଗା ବୋଲି ଉଲ୍ଲେଖ କରି ତାଙ୍କର ଅନୁଗାମୀମାନେ ଯେଉଁଭଳି ଭାବେ ମୋଦୀଙ୍କ ବିକଳ୍ପ ନାହିଁ ବୋଲି କହୁଛନ୍ତି ତାହା ବାସ୍ତବରେ ମୋଦୀଙ୍କ ନିଷ୍ପତ୍ତି ଉପରେ ହିଁ ନିର୍ଭର କରେ। ଆଉ ଯଦି ତାହା ହୁଏ ତେବେ ମୋଦୀ ଏକ ନୂଆ ଟ୍ରେଣ୍ଡ ରାଜନୀତିରେ ଆରମ୍ଭ କରିବେ। ବିଜେପିରେ ନୂଆ ନେତା ସୃଷ୍ଟି କରିବେ ଏବଂ ପ୍ରକୃତ ‘ଗୁରୁ’ର ଉଦାହରଣ ସାଜିବେ।
ବାସ୍ତବରେ ସମୟ ହିଁ କହିପାରିବ ମୋଦୀ କ୍ଷମତା ଲୋଭୀ ନା ଗୁରୁ ?
Also Read: Odisha Panipaga: ପୁରୀ ଜିଲ୍ଲାରେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା...ପୂରା ରାଜ୍ୟକୁ ମିଳିଛି ଅରେଞ୍ଜ ୱାର୍ଣ୍ଣିଂ
Also Read: Putin Trump Meeting: ଋଷ-ୟୁକ୍ରେନ ଯୁଦ୍ଧରେ ଲାଗିବ ବିରାମ ! ୧୫ ଅଗଷ୍ଟରେ ଟ୍ରମ୍ପ ପୁଟିନ୍ ବୈଠକ