Bahuda Yatra: ମୁଖ୍ୟମନ୍ତ୍ରୀ ସ୍ଥିତି ସମୀକ୍ଷା ପରେ ରିଅଲ ଟାଇମ୍ ଏଷ୍ଟିମେସନ ବେଶିସ୍ ରେ ଚାଲିଛି କାର୍ଯ୍ୟ। କ୍ରାଉଡ କଣ୍ଟ୍ରୋଲ ସେକ୍ଟର ୧ ଠାରୁ ୫ ଉପରେ ରହିଛି ମୁଖ୍ୟ ଫୋକସ୍। କ୍ରାଉଡ ଓ ଟ୍ରାଫିକ ମୋବିଲିଟି ପ୍ଲାନ୍ ସହ ପ୍ରସ୍ତୁତ ହୋଇଛି ରୁଟ ମ୍ୟାପ । କର୍ଡନ ପାସ କୁ ସୀମିତ ରଖିବା ସହ ଫ୍ଲ ଲେସ ମ୍ୟାନେଜମେଣ୍ଟ ପାଇଁ ମୁଖ୍ୟମନ୍ତ୍ରୀ ଦେଇଛନ୍ତି କଡା ନିର୍ଦ୍ଦେଶ।
Trending Photos
Bahuda Yatra: ନୀଳାଦ୍ରି ନୀଳକନ୍ଦରକୁ ବାହୁଡ଼ିବେ ମହାବାହୁ। ଆରମ୍ଭ ହେଲାଣି ବାହୁଡ଼ା ପ୍ରସ୍ତୁତି ।ଗତକାଲି ତାଳଧ୍ଵଜ,ଦେବଦଳନ ଓ ଆଜି ନନ୍ଦିଘୋଷ ରଥ ଦକ୍ଷିଣ ମୋଡ଼ ହୋଇ ଶରଧାବାଲିରେ ଶ୍ରୀମନ୍ଦିର ମୁହାଁ ହୋଇ ଦଣ୍ଡାୟମାନ। ଆସନ୍ତାକାଲି ସଂଧ୍ୟା ଦର୍ଶନ। ଆଡ଼ପ ମଣ୍ଡପରେ ଶ୍ରୀଜୀଉଙ୍କୁ ବର୍ଷର ଶେଷ ଦର୍ଶନ କରିବେ ଶ୍ରଦ୍ଧାଳୁ। ଫେରିବା ବାଟରେ ମାଉସୀ ମା ମନ୍ଦିର ରେ ଅଟକିବ ରଥ। ବ୍ରହ୍ମାଣ୍ଡ କର୍ତ୍ତାଙ୍କ ପାଇଁ ପୋଡ ପିଠା ପ୍ରସ୍ତୁତ କରୁଛନ୍ତି ମାଉସୀ ମାଆ। ଫୋକସରେ ଦର୍ଶନ,ସୁରକ୍ଷା,ଶୃଙ୍ଖଳା। କଡାକଡି ହେବ କର୍ଡନ। ଆଇପି ଏସ ,ଆଇ ଏ ଏ ସ୍ତରରେ ଅଦଳବଦଳ ପରେ ସୁରକ୍ଷା ଓ ଶୃଙ୍ଖଳା କଡା ଚ୍ୟାଲେଞ୍ଜ।
ସରି ଆସିଲାଣି ଆଡ଼ପ ମଣ୍ଡପ ରେ ଦାରୁ ଦିଅଁଙ୍କ ଲୀଳାଖେଳା ।ଆସନ୍ତା ୫ ତାରିଖ ଶନିବାର ଦଶମୀ ତିଥିରେ ନୀଳାଦ୍ରି ବାହୁଡିବେ ବିଶ୍ଵ ନିଅନ୍ତା। ଆସନ୍ତାକାଲି ସନ୍ଧ୍ୟା ଦର୍ଶନ। ଆଡ଼ପ ମଣ୍ଡପରେ ବର୍ଷର ଶେଷ ଦର୍ଶନ ଦେବେ ମହାପ୍ରଭୁ। ଆଜି ଠାରୁ ଲାଗିଛି ଦର୍ଶନ ପାଇଁ ଲମ୍ବା ଲାଇନ୍। ବାହୁଡ଼ା ପାଇଁ ଦକ୍ଷିଣ ମୋଡ଼ ହୋଇ ଶରଧାବାଲିରେ ଦଣ୍ଡାୟମାନ ହୋଇଛି ତିନି ରଥ। ଆସନ୍ତାକାଲି ସଂଧ୍ୟା ଦର୍ଶନ ପାଇଁ ହୋଇଛି ବ୍ୟାରିକେଡ଼ ସମ୍ପ୍ରସାରଣ। ସନ୍ଧ୍ୟା ଧୂପ ପର୍ଯ୍ୟନ୍ତ ଅର୍ଥାତ୍ ୫ ଟାରୁ ୬ ଟା ମଧ୍ୟରେ ଆସନ୍ତାକାଲି ଦର୍ଶନ ବନ୍ଦ୍ ରହିବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। କୁସୁମୀ ଲାଗି ,ସେନାପଟା ଲାଗି ଇତ୍ୟାଦି ନୀତି ପାଇଁ ଦର୍ଶନ ବନ୍ଦ୍ ରହିବ। ତେବେ ଭିଡକୁ ଦୃଷ୍ଟିରେ ରଖି ଦର୍ଶନ ଅବଧି ବଢ଼ାଇବାକୁ ଦାବି କରିଛନ୍ତି ଶ୍ରୀମନ୍ଦିର ସେବକ ଓ ଭକ୍ତ। ଆଡପମଣ୍ଡପ ଦର୍ଶନ କରି କୃତାର୍ଥ ହେଉଛନ୍ତି ଭକ୍ତ।
ସେପଟେ ଉଭୟ ସନ୍ଧ୍ୟା ଦର୍ଶନ ଓ ବାହୁଡା଼ ନୀତି ପାଇଁ ସୁରକ୍ଷା ଶୃଙ୍ଖଳା ବଡ ଚ୍ୟାଲେଞ୍ଜ ରହିଛି। ବାହାରେ ଜିଗଜାଗ ବ୍ୟାରିକେଡ଼,ଭିତରେ ଜର୍ମାନ ହ୍ୟାଙ୍ଗର ,ଦର୍ଶନ ସହ ବାହାରେ ଶରଧାବାଲି ହୋଇଛି ଅବରୋଧ ମୁକ୍ତ।ତେବେ ଅଧିକାରୀ ସ୍ତରରେ ବଡ ଧରଣର ଅଦଳବଦଳ ପରେ ନୀତି ସହ ,ଦର୍ଶନ ହେବ ତ ଶୃଙ୍ଖଳିତ ! ସେନେଇ ଚାଲିଛି ମାନସ ମନ୍ଥନ। ରିଅଲ ଟାଇମ୍ କ୍ରାଉଡ ମ୍ୟାନେଜମେଣ୍ଟ ରେ ଗ୍ୟାପ ଯୋଗୁଁ ହୋଇଥିଲା ବଡ଼ ଅଘଟଣ। କୋଉଠି ନା କୋଉଠି ଫେଲ ମାରିଥିଲା ସ୍ପେକୁଲେଶନ। ଏବେ ମୁଖ୍ୟମନ୍ତ୍ରୀ ସ୍ଥିତି ସମୀକ୍ଷା ପରେ ରିଅଲ ଟାଇମ୍ ଏଷ୍ଟିମେସନ ବେଶିସ୍ ରେ ଚାଲିଛି କାର୍ଯ୍ୟ। କ୍ରାଉଡ କଣ୍ଟ୍ରୋଲ ସେକ୍ଟର ୧ ଠାରୁ ୫ ଉପରେ ରହିଛି ମୁଖ୍ୟ ଫୋକସ୍। କ୍ରାଉଡ ଓ ଟ୍ରାଫିକ ମୋବିଲିଟି ପ୍ଲାନ୍ ସହ ପ୍ରସ୍ତୁତ ହୋଇଛି ରୁଟ ମ୍ୟାପ । କର୍ଡନ ପାସ କୁ ସୀମିତ ରଖିବା ସହ ଫ୍ଲ ଲେସ ମ୍ୟାନେଜମେଣ୍ଟ ପାଇଁ ମୁଖ୍ୟମନ୍ତ୍ରୀ ଦେଇଛନ୍ତି କଡା ନିର୍ଦ୍ଦେଶ।
ସେପଟେ ନବଦିନାତ୍ମକ ଘୋଷଯାତ୍ରା ସାରି ଫେରିବା ବାଟରେ ବଡ଼ଦାଣ୍ଡସ୍ଥିତ ମା ମାଉସୀମା ମନ୍ଦିରରେ ରଥ ଅଟକିବ।ଶ୍ରଦ୍ଧାରେ ମାଉସୀମା ପ୍ରସ୍ତୁତ କରୁଛନ୍ତି ପୋଡ଼ ପିଠା। ଏହି ପୋଡ଼ ପିଠା ବ୍ରହ୍ମାଣ୍ଡକର୍ତ୍ତାକୁ ଖୁଆଇ ବିଦାୟ ଦେବେ ମାଉସୀ ମାଆ ।ଵିଧି ଓ ପରମ୍ପରା ଅନୁଯାଇ ହେରାପଞ୍ଚମୀ ଦିନ ପାରମ୍ପରିକ ବିଧିରେ ଚୁଲି ନିର୍ମାଣ କରାଯାଇ ପୋଡ଼ପିଠା ପ୍ରସ୍ତୁତ ହେଉଛି। ଛେନା,ଅଟା, ଚିନି ଅଳେଇଚ,ଲବଙ୍ଗ,ପିସ୍ତା ବାଦାମ ଏବଂ ଭଲ ଘିଅ ମିଶ୍ରଣରେ ପ୍ରସ୍ତୁତ ହେଉଛି ପୋଡପିଠା।ଆଜି ଆଡ଼ପ ମଣ୍ଡପରେ ଚତୁର୍ଥ ଦିନରେ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ ।ଲମ୍ବା ଲାଇନ୍ ସତ୍ତ୍ୱେ ଚାଲିଛି ଶୃଙ୍ଖଳିତ ଦର୍ଶନ।