Padma Awards-2026 : ଘୁଞ୍ଚିଲା ପଦ୍ମ ସମ୍ମାନ ପାଇଁ ନାମାଙ୍କର ଶେଷ ତାରିଖ
Advertisement
Article Detail0/zeeodisha/odisha2861048

Padma Awards-2026 : ଘୁଞ୍ଚିଲା ପଦ୍ମ ସମ୍ମାନ ପାଇଁ ନାମାଙ୍କର ଶେଷ ତାରିଖ

ନୂଆଦିଲ୍ଲୀ: ଘୁଞ୍ଚିଲା ପଦ୍ମ ସମ୍ମାନ ପାଇଁ ନାମାଙ୍କନ ଦାଖଲର ଶେଷ ତାରିଖ। ପୂର୍ବରୁ ଏହା ଜୁଲାଇ ୩୧ ତାରିଖ ରହିଥିବା ବେଳେ ଏହାକୁ ଅଗଷ୍ଟ ୧୫ ବା ସ୍ୱାଧିନତା ଦିବସ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ପଦ୍ମ ପୁରସ୍କାର ପାଇଁ ନାମାଙ୍କନ କେବଳ ଜାତୀୟ ପୁରସ୍କାର ପୋର୍ଟାଲରେ (https://awards.gov.in) ଅନଲାଇନ ମାଧ୍ୟମରେ ଆବେଦନ କରିବାକୁ ହେବ।

Padma Awards-2026 : ଘୁଞ୍ଚିଲା ପଦ୍ମ ସମ୍ମାନ ପାଇଁ ନାମାଙ୍କର ଶେଷ ତାରିଖ

Padma Awards-2026 : ନୂଆଦିଲ୍ଲୀ: ଘୁଞ୍ଚିଲା ପଦ୍ମ ସମ୍ମାନ ପାଇଁ ନାମାଙ୍କନ ଦାଖଲର ଶେଷ ତାରିଖ। ପୂର୍ବରୁ ଏହା ଜୁଲାଇ ୩୧ ତାରିଖ ରହିଥିବା ବେଳେ ଏହାକୁ ଅଗଷ୍ଟ ୧୫ ବା ସ୍ୱାଧିନତା ଦିବସ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ପଦ୍ମ ପୁରସ୍କାର ପାଇଁ ନାମାଙ୍କନ କେବଳ ଜାତୀୟ ପୁରସ୍କାର ପୋର୍ଟାଲରେ (https://awards.gov.in) ଅନଲାଇନ ମାଧ୍ୟମରେ ଆବେଦନ କରିବାକୁ ହେବ। ଗଣତନ୍ତ୍ର ଦିବସ, ୨୦୨୬ ଅବସରରେ ଘୋଷଣା ହେବାକୁ ଥିବା ପଦ୍ମ ପୁରସ୍କାର-୨୦୨୬ ପାଇଁ ନାମାଙ୍କନ ପ୍ରକ୍ରିୟା ଚଳିତ ବର୍ଷ ଗତ ମାର୍ଚ୍ଚ ମାସ ୧୫ ତାରିଖରୁ ଆରମ୍ଭ ହୋଇଥିଲା।

ପଦ୍ମ ପୁରସ୍କାର ଯଥା ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଏବଂ ପଦ୍ମଶ୍ରୀ ଦେଶର ସର୍ବୋଚ୍ଚ ନାଗରିକ ପୁରସ୍କାର ମଧ୍ୟରୁ ଅନ୍ୟତମ। ୧୯୫୪ ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ପୁରସ୍କାରଗୁଡ଼ିକ ପ୍ରତିବର୍ଷ ଗଣତନ୍ତ୍ର ଦିବସରେ ଘୋଷଣା କରାଯାଏ। ଏହି ପୁରସ୍କାରଗୁଡ଼ିକ 'ଉତ୍କୃଷ୍ଟ କାର୍ଯ୍ୟ'କୁ ସ୍ୱୀକୃତି ଦିଏ। କଳା, ସାହିତ୍ୟ ଏବଂ ଶିକ୍ଷା, କ୍ରୀଡା, ଚିକିତ୍ସା, ସମାଜସେବା, ବିଜ୍ଞାନ ଏବଂ ଇଞ୍ଜିନିୟରିଂ, ସାର୍ବଜନୀନ କାର୍ଯ୍ୟ, ନାଗରିକ ସେବା, ବ୍ୟବସାୟ ଏବଂ ଶିଳ୍ପ ଇତ୍ୟାଦି ସମସ୍ତ କ୍ଷେତ୍ର / ବିଷୟଗୁଡ଼ିକରେ ବିଶିଷ୍ଟ ଏବଂ ଅସାଧାରଣ ସଫଳତା / ସେବା ପାଇଁ ପଦ୍ମ ପୁରସ୍କାର ପ୍ରଦାନ କରାଯାଏ। ଜାତି, ବୃତ୍ତି, ପଦବୀ କିମ୍ବା ଲିଙ୍ଗର କୌଣସି ଭେଦଭାବ ବିନା ସମସ୍ତ ବ୍ୟକ୍ତି ଏହି ପୁରସ୍କାର ପାଇଁ ଯୋଗ୍ୟ। ଡାକ୍ତର ଏବଂ ବୈଜ୍ଞାନିକଙ୍କ ବ୍ୟତୀତ ସରକାରୀ କର୍ମଚାରୀ, ସାର୍ବଜନୀନ କ୍ଷେତ୍ରର କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ ମଧ୍ୟ ପଦ୍ମ ପୁରସ୍କାର ପାଇଁ ଯୋଗ୍ୟ ନୁହଁନ୍ତି।

;