Advertisement
Photo Details/zeeodisha/odisha2860932
photoDetails0hindi

Gold Rate: ସୁନା ଦରରେ ବୃହତ ବୃଦ୍ଧି, ରାଜଧାନୀରେ ଭରି ପିଛା ରହିଛି ଏତିକି ଟଙ୍କା

ଆପଣ ବର୍ତ୍ତମାନ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତେବେ ଏଥିପାଇଁ ସରକାର ଏକ ଆପ୍ ପ୍ରସ୍ତୁତ କରିଛନ୍ତି। ବିଏସ୍ କେୟାର ଆପ୍ ସହିତ ଗ୍ରାହକମାନେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍ ମାଧ୍ୟମରେ, ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ ନାହିଁ, ବରଂ ଏହା ସହିତ ଜଡିତ କୌଣସି ଅଭିଯୋଗ ମଧ୍ୟ କରିପାରିବେ। 

1/7

Gold And Silver Price Today: ସୁନା ଗ୍ରାହକଙ୍କୁ ବଡ଼ ଝଟକା। ସୁନା ଦରରେ ବୁଧବାର ଦିନ ଆରମ୍ଭରୁ ବୃହତ ବୃଦ୍ଧି ଘଟିଛି। ଫଳରେ ଭରି ପିଛା ମୂଲ୍ୟ ଏକ ଲକ୍ଷ ଛୁଇଁଛି। ସେପଟେ ବୁଲିଅନ ବଜାର ଦର ଅନୁଯାୟୀ ୧୪ କ୍ୟାରେଟ୍ ସୁନା ଭରି ପିଛା ମୂଲ୍ୟ ୬୦ ହଜାର ଡେଇଁଛି। 

2/7

ବୁଧବାର ଦର ଅନୁଯାୟୀ ୧୪ କ୍ୟାରେଟ୍ ସୁନା ଭରି ପିଛା ୬୩୬୫୦ ଟଙ୍କାରେ ପହଞ୍ଚିଛି। ୧୮ କ୍ୟାରେଟ ସୁନା ଭରି ପିଛା ୭୯୯୪୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ ସୁନା ମୂଲ୍ୟ ଭରି ପିଛା ୯୬୩୨୦ ଟଙ୍କାରେ ବ୍ୟବସାୟ କରିଛି। 

3/7

୨୦ କ୍ୟାରେଟ ସୁନାର ଭରି ପିଛା ମୂଲ୍ୟ ଆଜି ୮୭୮୩୦ ରହିଥିବା ବେଳେ ୨୪ କ୍ୟାରେଟ ଭରି ପିଛା ୯୮୬୯୦ ଟଙ୍କାରେ ସୁନା ବଜାରରେ ବ୍ୟବସାୟ କରିଥିବା ଦେଖିବାକୁ ମିଳିଥିଲା।

4/7

Gold And Silver Price Today:  ଗୁଡସ ରିଟର୍ଣ୍ଣ ତଥ୍ୟ ଅନୁଯାୟୀ ବୁଧବାର ଉଭୟ ୨୨ ଓ ୨୪ କ୍ୟାରେଟ ଭରିପିଛା ମୂଲ୍ୟରେ ବୃଦ୍ଧି ଘଟିଥିବା ଦେଖିବାକୁ ମିଳିଛି।

5/7

୨୨ କ୍ୟାରେଟ ସୁନାର ଭରି ପିଛା ୬୦୦ ଟଙ୍କା ବୃଦ୍ଧି ପାଇ ୯୨୧୦୦ ଟଙ୍କାରେ କାରବାର କରିଥିବା ଦେଖିବାକୁ ମିଳିଛି। 

6/7

ସେହିପରି ୨୪ କ୍ୟାରେଟ ସୁନା ଭରିପିଛା ମୂଲ୍ୟ ଏକ ଲକ୍ଷ ପାର କରିଛି। ଆଜି ୨୪ କ୍ୟାରେଟ୍ ସୁନା ଭରି ପିଛା ୬୬୦ ଟଙ୍କା ବୃଦ୍ଧି ଘଟି ୧,୦୦,୪୮୦ ଟଙ୍କାରେ କାରବାର କରିଥିବା ଦେଖିବାକୁ ମିଳିଛି। 

7/7

ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଭରି ପିଛା ୯୨୧୦୦ ଟଙ୍କାରେ କାରବାର କରୁଥିବା ବେଳେ ୨୪ କ୍ୟାରେଟ ଭରି ପିଛା ୧,୦୦,୪୮୦ ଟଙ୍କାରେ କାରବାର କରୁଥିବା ଦେଖିବାକୁ ମିଳିଛି। ତେବେ ସୁନା କିଣିବା ପୂର୍ବରୁ ମୂଲ୍ୟ ଯାଞ୍ଚ କରି ଆପଣ ସୁନା କିଣିପାରିବେ। 

;