Advertisement
Photo Details/zeeodisha/odisha2879045
photoDetails0hindi

ICC ରାଙ୍କିଙ୍ଗରେ ବାବର ଆଜମଙ୍କୁ ବଡ଼ ଝଟକା, ପଛରେ ପକାଇଲେ ଏହି ଭାରତୀୟ ଖେଳାଳି

ICC ODI Rankings: ୱେଷ୍ଟଇଣ୍ଡିଜ୍ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ଏକଦିବସୀୟ ସିରିଜ୍ ପରେ ICC ର଼୍ୟାଙ୍କିଙ୍ଗରେ ପରିବର୍ତ୍ତନ ଦେଖିବାକୁପ ମିଳିଛି। ଖରାପ ପ୍ରଦର୍ଶନ ଯୋଗୁଁ ପୂର୍ବତନ ପାକିସ୍ତାନ ଅଧିନାୟକ ବାବର ଆଜମଙ୍କୁ ଏକ ବଡ଼ କ୍ଷତି ସହିବାକୁ ପଡିଛି। 

 

1/4

ICC Rankings: ୱେଷ୍ଟଇଣ୍ଡିଜ୍ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ଏକଦିବସୀୟ ସିରିଜ୍ ପରେ ICC ର଼୍ୟାଙ୍କିଙ୍ଗରେ ପରିବର୍ତ୍ତନ ଦେଖିବାକୁପ ମିଳିଛି। ଖରାପ ପ୍ରଦର୍ଶନ ଯୋଗୁଁ ପୂର୍ବତନ ପାକିସ୍ତାନ ଅଧିନାୟକ ବାବର ଆଜମଙ୍କୁ ଏକ ବଡ଼ କ୍ଷତି ସହିବାକୁ ପଡିଛି। ଯେତେବେଳେ କି ଭାରତୀୟ ଏକଦିବସୀୟ ଦଳର ଅଧିନାୟକ ରୋହିତ ଶର୍ମାଙ୍କୁ କିଛି ନକରି ଦ୍ୱିତୀୟ ସ୍ଥାନକୁ ଆସିବାର ସୁଯୋଗ ମିଳିଛି। ଶ୍ରେଷ୍ଠ ୧୦ ରେ ଥିବା ଅନ୍ୟ କୌଣସି ବ୍ୟାଟସମ୍ୟାନଙ୍କ ର଼୍ୟାଙ୍କିଙ୍ଗରେ ପରିବର୍ତ୍ତନ ହୋଇନାହିଁ।

 

2/4

ନମ୍ୱର ୱାନ ସ୍ଥାନରେ ଶୁବମନ ଗିଲ ଆଇସିସି ଦ୍ୱାରା ପ୍ରକାଶିତ ସଦ୍ୟତମ ଏକଦିବସୀୟ ର଼୍ୟାଙ୍କିଙ୍ଗରେ ଭାରତୀୟ ଦଳର ଓପନର ବ୍ୟାଟସମ୍ୟାନ୍ ଶୁବମନ ଗିଲ୍ ନମ୍ବର ୱାନ ସ୍ଥାନରେ ରହିଛନ୍ତି। ଶୁବମନ ଗିଲଙ୍କ ରେଟିଂ ବର୍ତ୍ତମାନ ୭୮୪ ରହିଛି। ଯଦିଓ ଗିଲ୍ କିଛି ସମୟ ଧରି କୌଣସି ଏକଦିବସୀୟ ମ୍ୟାଚ୍ ଖେଳିନାହାଁନ୍ତି ତଥାପି ତାଙ୍କ ନମ୍ୱରକୁ ନେଇ କୌଣସି ବିପଦ ନାହିଁ। ଏହି ସମୟରେ ଭାରତୀୟ ଦଳର ଏକଦିବସୀୟ ଅଧିନାୟକ ରୋହିତ ଶର୍ମା ଏବେ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛନ୍ତି। ତାଙ୍କର ରେଟିଂ ୭୫୬ ରହିଛି। ଚାମ୍ପିଅନ୍ସ ଟ୍ରଫି ପରେ ଟିମ୍ ଇଣ୍ଡିଆ କୌଣସି ଏକଦିବସୀୟ ମ୍ୟାଚ୍ ଖେଳିନାହିଁ। ଏହି ସମୟରେ ରୋହିତ ଶର୍ମା ମଧ୍ୟ କୌଣସି ମ୍ୟାଚ୍ ନ ଖେଳି ଲାଭବାନ ହୋଇଛନ୍ତି।

3/4

ଗୋଟିଏ ସ୍ଥାନ ତଳକୁ ଖସିଛନ୍ତି ବାବର ଆଜମ ବାବର ଆଜମ ପୂର୍ବ ର଼୍ୟାଙ୍କିଙ୍ଗରେ ଦ୍ୱିତୀୟ ସ୍ଥାନରେ ଥିଲେ କିନ୍ତୁ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଏକଦିବସୀୟ ସିରିଜରେ ବାବର ଆଜମଙ୍କ ପ୍ରଦର୍ଶନ ବହୁତ ଖରାପ ଥିଲା। ଏହା ପରେ ବାବର ଆଜମଙ୍କ ବ୍ୟାଟିଂ ଏଭରେଜ ମଧ୍ୟ ହ୍ରାସ ପାଇଛି ଏବଂ ସେ ର଼୍ୟାଙ୍କିଙ୍ଗରେ ମଧ୍ୟ ତଳକୁ ଖସି ଆସିଛନ୍ତି। ବାବର ଆଜମଙ୍କ ରେଟିଂ ଏବେ ୭୫୧ କୁ ଖସି ଆସିଛି। ଯଦି ବାବର ଏପରି ଖେଳିବା ଜାରି ରଖନ୍ତି ତେବେ ସେ ଚତୁର୍ଥ ସ୍ଥାନରେ ଥିବା ବିରାଟ କୋହଲିଙ୍କ ତଳକୁ ମଧ୍ୟ ଖସିଯିବେ।

4/4

ଆମେ ଯଦି ଏହି ଶ୍ରେଷ୍ଠ ୩ ଖେଳାଳିଙ୍କୁ ବାଦ୍ ଦେବା, ତେବେ ବିରାଟ କୋହଲି ଚତୁର୍ଥ ସ୍ଥାନରେ ଅଛନ୍ତି ଯାହାଙ୍କ ରେଟିଂ ବର୍ତ୍ତମାନ ୭୩୬ ରହିଛି। ଡାରିଲ ମିଚେଲ ପଞ୍ଚମ ସ୍ଥାନରେ ଅଛନ୍ତି ଏବଂ ଚାରିଥ ଆସଲାଙ୍କା ଷଷ୍ଠ ସ୍ଥାନରେ ଅଛନ୍ତି। ଆୟରଲ୍ୟାଣ୍ଡର ହ୍ୟାରି ଟେକ୍ଟର ସପ୍ତମ ସ୍ଥାନରେ ଅଛନ୍ତି ଏବଂ ଭାରତର ଶ୍ରେୟସ ଆୟର ଅଷ୍ଟମ ସ୍ଥାନରେ ଅଛନ୍ତି। ଆଫଗାନିସ୍ତାନର ଇବ୍ରାହିମ ଜାଦ୍ରାନ ନବମ ସ୍ଥାନରେ ଅଛନ୍ତି। ଯେତେବେଳେ କି ଶ୍ରୀଲଙ୍କାର କୁସାଲ ମେଣ୍ଡିସ୍ ଦଶମ ସ୍ଥାନରେ ଅଛନ୍ତି।

 

;