Ama Bus: ଆମ ବସରେ ଯାତ୍ରା କରିବେ କ୍ରୁଟ ଅଧିକାରୀ
Advertisement
Article Detail0/zeeodisha/odisha2870533

Ama Bus: ଆମ ବସରେ ଯାତ୍ରା କରିବେ କ୍ରୁଟ ଅଧିକାରୀ

ଭୁବନେଶ୍ୱର: 'ଆମ ବସ'ର ଚାଳକଙ୍କ ମନମୁଖି ଗାଡି ଚାଳନା ଉପରେ ଲାଗିବ ବ୍ରେକ। ଗାଡ଼ି ଚାଳକଙ୍କ ପ୍ରଦର୍ଶନକୁ ତଦାରଖ କରିବେ କ୍ରୁଟର ଅଧିକାରୀ। ସପ୍ତାହରେ ଦୁଇଥର ବସରେ ଯାତାୟତ କରିବେ। ଏନେଇ ସୂଚନା ଦେଇଛନ୍ତି କ୍ରୁଟର ନିର୍ଦ୍ଦେଶକ ଏନ ଥିରୁମଲା ନାଏକ। କ୍ରୁଟର ସମସ୍ତ ସଦସ୍ୟ ସପ୍ତାହରେ ଦୁଇଥର ଯାତ୍ରା କରିବାକୁ ନିର୍ଦ୍ଦେଶ ରହିଛି। ଏହା ସହିତ ବସ୍‌ରେ ଯାତ

Ama Bus: ଆମ ବସରେ ଯାତ୍ରା କରିବେ କ୍ରୁଟ ଅଧିକାରୀ

Ama Bus: ଭୁବନେଶ୍ୱର: 'ଆମ ବସ'ର ଚାଳକଙ୍କ ମନମୁଖି ଗାଡି ଚାଳନା ଉପରେ ଲାଗିବ ବ୍ରେକ। ଗାଡ଼ି ଚାଳକଙ୍କ ପ୍ରଦର୍ଶନକୁ ତଦାରଖ କରିବେ କ୍ରୁଟର ଅଧିକାରୀ। ସପ୍ତାହରେ ଦୁଇଥର ବସରେ ଯାତାୟତ କରିବେ। ଏନେଇ ସୂଚନା ଦେଇଛନ୍ତି କ୍ରୁଟର ନିର୍ଦ୍ଦେଶକ ଏନ ଥିରୁମଲା ନାଏକ। କ୍ରୁଟର ସମସ୍ତ ସଦସ୍ୟ ସପ୍ତାହରେ ଦୁଇଥର ଯାତ୍ରା କରିବାକୁ ନିର୍ଦ୍ଦେଶ ରହିଛି। ଏହା ସହିତ ବସ୍‌ରେ ଯାତ୍ରା କରି ବିସୃତ ଅନ୍‌ଲାଇନ୍ ଫର୍ମ ମାଧ୍ୟମରେ ଆମ ବସର ପ୍ରତ୍ୟେକ ସେବା ଉପରେ ମତାମତ ସଂଗ୍ରହ ହେବ। ମତାମତକୁ ଆଧାର କରି ଯଥାସମ୍ଭବ ସେବାର ଉନ୍ନତୀକରଣ ପାଇଁ କାର୍ଯ୍ୟ କରାଯିବ। 

ସେପଟେ ଡକ୍ଟର ଏନ୍ ଥିରୁମାଲା ନାଏକ ନିଜେ କ୍ରୁଟ୍‌ର ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସମେତ ବିଭିନ୍ନ ରୁଟ୍ ବସରେ କ୍ରୁଟ୍ କାର୍ଯ୍ୟାଳୟରୁ ବାହାରି ୧୦ ନମ୍ବର ରୁଟ୍‌ରେ କିଟ୍ ଛକରୁ ଇନ୍‌ଫୋସିଟି ଏବଂ ୧୩ ନମ୍ବର ରୁଟ୍‌ରେ ଟ୍ରାଇଡ଼େଣ୍ଟ ମହାବିଦ୍ୟାଳୟରୁ କେଶରୀ ଟକିଜ୍ ଯାଏଁ ଯାତ୍ରା କରି ପ୍ରକୃତ ଅବସ୍ଥା ପରଖିଛନ୍ତି। ନିଜେ ଟିକେଟ୍ କାଟି ଆମବସ୍‌ରେ ସାଧାରଣ ଯାତ୍ରୀଙ୍କ ଭଳି ଯାତ୍ରା ଅନୁଭୂତି ନେଇଛନ୍ତି।

ଏହି ଯାତ୍ରା ସମୟରେ ସେ ଅନେକ ଯାତ୍ରୀଙ୍କ ସହ ଆଲୋଚନା କରି ସେମାନଙ୍କ ଯାତ୍ରା ଅଭିଜ୍ଞତା ବିଷୟରେ ସିଧାସଳଖ ମତାମତ ସଂଗ୍ରହ କରିଛନ୍ତି। ପ୍ରଶାସନିକ ସ୍ତରରେ ନିର୍ଣ୍ଣୟ ହେଉଥିବା ଯୋଜନା ଏବଂ ଗ୍ରାଉଣ୍ଡ୍ ସ୍ତରରେ ବାସ୍ତବତା ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିବା ଏବଂ ସମସ୍ତ ବର୍ଗର ଯାତ୍ରୀମାନଙ୍କ ପାଇଁ ଆମ ବସ୍ ସେବାକୁ ଅଧିକ ସୁଗମ କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ରହିଛି।

;