ସ୍ବରାଷ୍ଟ୍ର ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ପୋଲିସ ମହାନିର୍ଦ୍ଦେଶକଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ
Advertisement
Article Detail0/zeeodisha/odisha2711669

ସ୍ବରାଷ୍ଟ୍ର ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ପୋଲିସ ମହାନିର୍ଦ୍ଦେଶକଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

 ଟ୍ରାଫିକ୍‌ ସମସ୍ୟା ଏବଂ ସାଇବର ଅପରାଧ କିପରି କମିବ ସେନେଇ ମଧ୍ୟ ଆଲୋଚନା ହୋଇଛି । ଖୁବ୍‌ ଶୀଘ୍ର ଖାଲିଥିବା ୧୨ ହଜାର ପଦବୀ ପୂରଣ କରାଯିବ । ପୂର୍ବ ସରକାର ଏସବୁକୁ ଗୁରୁତ୍ବ ଦେଉ ନ ଥିଲେ କିନ୍ତୁ ଆମେ ଏହାକୁ ଗୁରୁତ୍ୱ ଦେଇ କାର୍ଯ୍ୟ କରିବୁ । ଏଥିସହ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟରେ ନକ୍ସଲ ସମସ୍ୟା କମିଛି ।

ସ୍ବରାଷ୍ଟ୍ର ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ପୋଲିସ ମହାନିର୍ଦ୍ଦେଶକଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ଦିଲ୍ଲୀରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି । ନର୍ଥ ବ୍ଲକ୍‌ରେ ସ୍ବରାଷ୍ଟ୍ର ମନ୍ତ୍ରାଳୟକୁ ଯାଇ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ।

ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ ଭେଟିଲା ପରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇ କହିଥିଲେ ଯେ, ଆଇନଶୃଙ୍ଖଳା ଓ ଅନ୍ୟାନ୍ୟ ପ୍ରସଙ୍ଗରେ ଶାହଙ୍କ ସହ ଆଲୋଚନା ହୋଇଛି । ଆଇନଶୃଙ୍ଖଳା ସହ ଜଡ଼ିତ ସମସ୍ତ ଖାଲି ପଦବୀ ଗୁଡିକ ପୂରଣ କରାଯିବ । ଟ୍ରାଫିକ୍‌ ସମସ୍ୟା ଏବଂ ସାଇବର ଅପରାଧ କିପରି କମିବ ସେନେଇ ମଧ୍ୟ ଆଲୋଚନା ହୋଇଛି । ଖୁବ୍‌ ଶୀଘ୍ର ଖାଲିଥିବା ୧୨ ହଜାର ପଦବୀ ପୂରଣ କରାଯିବ । ପୂର୍ବ ସରକାର ଏସବୁକୁ ଗୁରୁତ୍ବ ଦେଉ ନ ଥିଲେ କିନ୍ତୁ ଆମେ ଏହାକୁ ଗୁରୁତ୍ୱ ଦେଇ କାର୍ଯ୍ୟ କରିବୁ । ଏଥିସହ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟରେ ନକ୍ସଲ ସମସ୍ୟା କମିଛି । ବର୍ତ୍ତମାନ କେବଳ ୧୦ଟି ଜିଲ୍ଲାରେ ଅଳ୍ପ ନକ୍ସଲ ସମସ୍ୟା ରହିଛି । କେବଳ ସେତିକି ନୁହେଁ, ମୁଖ୍ୟ ଶାସନ ସଚିବ ଏବଂ ପୋଲିସ ମହାନିର୍ଦ୍ଦେଶକଙ୍କ ସହ ମଧ୍ୟ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ।

ନୂଆଦିଲ୍ଲୀରେ ୨ ଦିନିଆ ଇନ୍‌ଭେଷ୍ଟର୍ସ ମିଟ୍ ସାରି ଆଜି ଓଡ଼ିଶା ଫେରିଛନ୍ତି ମୁଖ୍ୟମନ୍ତ୍ରୀ । ଭୁବନେଶ୍ବର ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରାଯାଇଛି ।

Also Read- Lucky Zodiac Sign: ୧୦ ଏପ୍ରିଲରେ ଲକ୍ଷ୍ମୀ ନାରାୟଣ ଯୋଗ, ୫ ରାଶିର ଭାଗ୍ୟ ଉଜ୍ୱଳ

Also Read- ଆମେରିକା ଉପରେ ୮୪% ଟାରିଫ୍ ଲଗାଇଲା ଚୀନ

;