Odisha Congress: ଗୁରୁବାର ଦିନ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ବାହିନୀପତି କହିଛନ୍ତି, ଏ ସରକାର ଗଣତନ୍ତ୍ରକୁ ହତ୍ୟା କରିଛନ୍ତି। ‘ତାଙ୍କର ଜଣେ ମନ୍ତ୍ରୀ ଯିଏ କି ସଂସଦୀୟ ବ୍ୟାପର ମନ୍ତ୍ରୀ ଅଛନ୍ତି, ସେ ବିଧାନସଭାରେ ସଅସଭ୍ୟ ଭାଷାରେ ଗାଳି କରିଥିବା ଆପଣମାନେ ଦେଖିଛନ୍ତି।
Trending Photos
ଭୁବନେଶ୍ୱର: ଗତ କିଛି ଦିନ ହେଲା ବିଧାନସଭାରେ ମହିଳାଙ୍କ ସୁରକ୍ଷା ପ୍ରସଙ୍ଗ ଉଠାଇ ଚର୍ଚ୍ଚିତ ହେଉଥିବା କଂଗ୍ରେସ ଏବେ ରାଜରାସ୍ତାରେ ବିକ୍ଷୋଭ କରିବାକୁ ନିଷ୍ପତ୍ତି ନେଇଛି। ସଭାପତି ଭକ୍ତଚରଣ ଦାସଙ୍କ ଆହ୍ୱାନ କ୍ରମେ ୨୭ ତାରିଖ ଦିନ ବିଧାନସଭା ଘୋରାଉ କରାଯିବ ବୋଲି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି। ମହିଳାଙ୍କ ସୁରକ୍ଷା ଏବଂ ହଷ୍ଟେଲ୍ରେ ରହୁଥିବା ଆଦିବାସୀ ଛାତ୍ରୀଙ୍କ ସୁରକ୍ଷାକୁ ଏଥିରେ ମୁଖ୍ୟ ଦାବି ଭାବେ ଗ୍ରହଣ କରାଯିବ। କିଛିଦିନ ତଳେ ପ୍ରତି ଜିଲ୍ଲା ମୁଖ୍ୟାଳୟ ଘେରାଉ କରିଥିଲା କଂଗ୍ରେସ।
ଆଜି ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ବାହିନୀପତି କହିଛନ୍ତି, ଏ ସରକାର ଗଣତନ୍ତ୍ରକୁ ହତ୍ୟା କରିଛନ୍ତି। ‘ତାଙ୍କର ଜଣେ ମନ୍ତ୍ରୀ ଯିଏ କି ସଂସଦୀୟ ବ୍ୟାପର ମନ୍ତ୍ରୀ ଅଛନ୍ତି, ସେ ବିଧାନସଭାରେ ସଅସଭ୍ୟ ଭାଷାରେ ଗାଳି କରିଥିବା ଆପଣମାନେ ଦେଖିଛନ୍ତି।
ପୂର୍ବ ସରକାର ସମୟରେ ଗଣମାଧ୍ୟମର ଅଧିକାରକୁ ସଙ୍କୁଚିତ କରାଯାଉଥିବା ନେଇ ଏବେକାର ମୁଖ୍ୟମନ୍ତ୍ରୀ ଅନେକ ଥର ବିଧାନସଭାରେ କହିଥିଲେ। ହେଲେ ଏବେ ଖୋଦ ମୁଖ୍ୟମନ୍ତ୍ରୀ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଥାଇ ମଧ୍ୟ ଦିନ ଦିପ୍ରହରରେ ମିଡିଆ ତଣ୍ଟିଚିପି ଦେଇଛନ୍ତି ବୋଲି ସେ କହିଛନ୍ତି।
ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଚାଲିଛି, ହେଲେ କେନ୍ଦ୍ରରେ ଯେଉଁ ଆଚରଣ ତାହା ରାଜ୍ୟରେ ଦେଖିବାକୁ ମିଳୁ ନାହିଁ। ସଂସଦରେ ବିରୋଧୀ ଦଳର କାର୍ଯ୍ୟ ଟେଲିଭିଜନ୍ ପର୍ଦ୍ଦାରେ ଆସୁଛି। କିନ୍ତୁ ରାଜ୍ୟରେ ସରକାର ଦେଉଥିବା ଭିଡିଓ ବା ଫଟୋଗ୍ରାଫ୍ ହିଁ ଗଣମାଧ୍ୟମର ଉତ୍ସ ହେଉଛି।
ବିଧାନସଭାରେ ସଂସଦୀୟ ବ୍ୟାପର ମନ୍ତ୍ରୀଙ୍କ କାର୍ଯ୍ୟକଳାପର ଦୃଶ୍ୟ ଯେତେବଳେ ଲୋକଲୋଚନକୁ ଆସିଲା ସେତେବଳେ ଗଣମାଧ୍ୟମର ତଣ୍ଟି ଚିପିବା ଲାଗି ମୋବାଇଲ୍ ଅନୁମତି ପ୍ରଦାନ କରାଯାଇ ନଥିଲା। ପରେ ଚାପ ଆଗରେ ସରକାର ମୁଣ୍ଡ ନୁଆଁଇଛନ୍ତି। ଏଥିରେ କିଛି ସର୍ତ୍ତ ରହିଛି। ଏହି ସର୍ତ୍ତ ହେଉଛି ବିରୋଧୀ ଦଳର କୌଣସି କାର୍ଯ୍ୟକଳାପକୁ ମିଡିଆାରେ ସ୍ଥାନୀତ ନ କରିବା।
ସେଥିଲାଗି ଆମେ ବିଧାନସଭା ଭିତରେ ଯେତେ ବିରୋଧ ପ୍ରଦର୍ଶନ କରିଲେ ମଧ୍ୟ ତାହା ଲୋକ ଲୋଚନକୁ ଆସିପାରୁ ନାହିଁ। ଲୋକଙ୍କ ଅଧିକାର ରହିଛି ତାଙ୍କ ଦ୍ୱାରା ନିର୍ବାଚିତ ଲୋକପ୍ରତିନିଧିମାନେ ଭୁବନେଶ୍ୱରରେ କ’ଣ କରୁଛନ୍ତି। ହେଲେ ତାଙ୍କ ଅଧିକାରକୁ ହନନ କରାଯାଇଛି ବୋଲି ଶ୍ରୀ ବାହିନୀପତି କହିଛନ୍ତି।
Also Read: ୧ ଏପ୍ରିଲରୁ ଆରମ୍ଭ ହେବ ଭୁବନେଶ୍ୱର-ଗୋଆ ମଧ୍ୟରେ ସିଧାସଳଖ ବିମାନ ସେବା
Also Read: Bijapur Encounter: ଛତିଶଗଡ଼ରେ ନକ୍ସଲଙ୍କ ଉପରେ ବଡ଼ ଆକ୍ରମଣ; ୨୨ ନକ୍ସଲ ନିହତ, ଜଣେ ସୈନିକ ସହିଦ