ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ୭୫ ଜଣ ପୁଲିସ ନିଯୁକ୍ତ ହେବେ। ଏମାନଙ୍କୁ ଜେଟିପି ସ୍କ୍ୱାଡରେ ଅନ୍ତର୍ଭୁକ୍ତ କରାଯିବ। ଏଥିଲାଗି ୨୨୫ ଜଣ ଯୋଗ୍ୟ ପ୍ରାର୍ଥୀଙ୍କ ତଥ୍ୟ ପ୍ରଦାନ କରିବାକୁ ଏକ ତୃତୀୟ ପକ୍ଷ ଏଜେଣ୍ଟଙ୍କୁ ନିର୍ଦ୍ଦେଶ ଦେଇଛି ପ୍ରଶାସନ। ମ୍ୟାଟ୍ରିକ ପାସ୍ କରିଥିବା ୧୮ ବର୍ଷରୁ ଅଧିକ ବୟସର ଛାତ୍ର ଛାତ୍ରୀଙ୍କୁ ଏଥିଲାଗି ଯୋଗ୍ୟତା ଭାବେ ବିଚାର କରାଯାଇଛି। ତେବେ ଏହି ପ୍ରାର୍ଥୀମାନେ ପୁରୀ ଜିଲ୍ଲାର ହୋଇଥିବା ଆବଶ୍ୟକ। ପୁଣି ସେମାନେ ହିନ୍ଦୁ ଧର୍ମାବଲମ୍ବୀ ଓ କୌଣସି ଅପରାଧିକ ମାମଲାରେ ପୂର୍ବରୁ ଜଡ଼ିତ ନଥିବା ଆବଶ୍ୟକ ବୋଲି ବିଜ୍ଞପ୍ତିରେ କୁହାଯାଇଛି।
Trending Photos
ଭୁବନେଶ୍ୱର: ଶ୍ରୀ ଜଗନ୍ନାଥ ମନ୍ଦିର ପାଇଁ ପୁଲିସ ଆଉଟସୋର୍ସିଂ କରିବେ ସରକା।ର ଏଥିଲାଗି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଶ୍ରୀମନ୍ଦିର ଭିତରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରିତ କରିବା ଲାଗି ଏହି ବ୍ୟବସ୍ଥାକୁ ଆପଣାଇବା ଲାଗି ପ୍ରଶାସନ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଶ୍ରୀମନ୍ଦିରର ସେବାୟତମାନେ ଏହି ନିଯୁକ୍ତି ପ୍ରକ୍ରିୟାରେ ୫୦ ପ୍ରତିଶତ ସେବାୟତଙ୍କ ପରିବାର ପାଇଁ ସଂରକ୍ଷିତ ରଖିବା ନେଇ ଦାବି କରିଛନ୍ତି।
ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ୭୫ ଜଣ ପୁଲିସ ନିଯୁକ୍ତ ହେବେ। ଏମାନଙ୍କୁ ଜେଟିପି ସ୍କ୍ୱାଡରେ ଅନ୍ତର୍ଭୁକ୍ତ କରାଯିବ। ଏଥିଲାଗି ୨୨୫ ଜଣ ଯୋଗ୍ୟ ପ୍ରାର୍ଥୀଙ୍କ ତଥ୍ୟ ପ୍ରଦାନ କରିବାକୁ ଏକ ତୃତୀୟ ପକ୍ଷ ଏଜେଣ୍ଟଙ୍କୁ ନିର୍ଦ୍ଦେଶ ଦେଇଛି ପ୍ରଶାସନ। ମ୍ୟାଟ୍ରିକ ପାସ୍ କରିଥିବା ୧୮ ବର୍ଷରୁ ଅଧିକ ବୟସର ଛାତ୍ର ଛାତ୍ରୀଙ୍କୁ ଏଥିଲାଗି ଯୋଗ୍ୟତା ଭାବେ ବିଚାର କରାଯାଇଛି। ତେବେ ଏହି ପ୍ରାର୍ଥୀମାନେ ପୁରୀ ଜିଲ୍ଲାର ହୋଇଥିବା ଆବଶ୍ୟକ। ପୁଣି ସେମାନେ ହିନ୍ଦୁ ଧର୍ମାବଲମ୍ବୀ ଓ କୌଣସି ଅପରାଧିକ ମାମଲାରେ ପୂର୍ବରୁ ଜଡ଼ିତ ନଥିବା ଆବଶ୍ୟକ ବୋଲି ବିଜ୍ଞପ୍ତିରେ କୁହାଯାଇଛି।
ଶ୍ରୀମନ୍ଦିର ସୁରକ୍ଷା ଏବଂ ଭକ୍ତଙ୍କ ଭିଡ଼କୁ ଦେଖି ଆଇନ ଶୃଙ୍ଖଳା ବ୍ୟବସ୍ଥା ବଜାୟ ରଖିବା ଏକ ଆହ୍ୱାଲନ ଭାବେ ଏବେ ପରିଗଣିତ ହେଉଛି। ପୁଣି ଭିନ୍ନ ଭିନ୍ନ ସମୟରେ ଭକ୍ତ ଓ ପୁଲିସ ମଧ୍ୟରେ ଯୁକ୍ତି ହେଉଥିବା ମଧ୍ୟ ଲକ୍ଷ୍ୟ କରାଯାଇଛି। ଯେହେତୁ ଶ୍ରୀମନ୍ଦିର ପୁଲିସ ଭକ୍ତଙ୍କ ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସିଥାଆନ୍ତି ସେମାନଙ୍କ ପାଖରେ ଉତ୍ତମ ବ୍ୟବହାର ଆଶା କରିଥାଆନ୍ତି ଭକ୍ତ। କିନ୍ତୁ ଏପରି ଆଉଟ ସୋର୍ସିଂ ନିଯୁକ୍ତି ତାହାକୁ କିପରି ନିଶ୍ଚିତ କରିବ ତାହା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଜିଲ୍ଲା ପ୍ରଶାସନ କହିଛନ୍ତି ଏହା ବିକଳ୍ପ ନିଯୁକ୍ତି ପ୍ରକ୍ରିୟା ନୁହେଁ, ସାମୟିକ। ନିୟମିତ ନିଯୁକ୍ତି ପ୍ରକ୍ରିୟା ଯେମିତି ଚାଲିବା କଥା ଚାଲିବ। ଯେହେତୁ ଶ୍ରୀମନ୍ଦିର ଏବେ ତୁରନ୍ତ ଅଧିକ ମାନବ ସମ୍ବଳ ଆବଶ୍ୟକ କରୁଛି, ତାହକାୁ ଦୃଷ୍ଟିରେ ରଖି ଏହି ବ୍ୟବସ୍ଥା ଆପଣା ଯାଇଛି। ପ୍ରଶ୍ନ ହେଉଛି ଶ୍ରୀମନ୍ଦିର ପୁଲିସରେ ଏପରି ଭିନ୍ନ ଭିନ୍ନ ବର୍ଗ ସୃଷ୍ଟି କରାଯିବା ଦ୍ୱାରା ଅସମାନତା ସୃଷ୍ଟି ହେବ ନାହିଁକି? ଯେମିତି ପୂର୍ବରୁ ଭିନ୍ନ ଭିନ୍ନ ବର୍ଗରେ ଶିକ୍ଷକ ନିଯୁକ୍ତି ସୃଷ୍ଟି କରାଯାଇ ସମଗ୍ର ପ୍ରାଥମିକ, ମାଧ୍ୟମିକ ଏବଂ ଉଚ୍ଚ ଶିକ୍ଷାରେ କୃତ୍ରିମ ଶିକ୍ଷକ ବିଭେଦ ସୃଷ୍ଟି କରାଯାଇଛି ଠିକ୍ ସେହିପରି ଅବସ୍ଥା ଏହା ସୃଷ୍ଟି କରିବ ନାହିଁ କି?
ଅପରପକ୍ଷେ ଭକ୍ତଙ୍କ ଆବେଗ ତଥା ସରକାରଙ୍କ ସର୍ବ ପ୍ରଥମ ତାଲିକାରେ ଥିବା ଶ୍ରୀମନ୍ଦିର ପ୍ରସଙ୍ଗକୁ ଏତେ ହାଲୁକା ଭାବେ କାହିଁକି ନିଆଯାଉଛି? ସରକାର ଚାହିଁଲେ କ’ଣ ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିପାରିବ ନାହିଁ?
ଓଡ଼ିଶା ସରକାରଙ୍କ ପାଖରେ କ’ଣ ସଂରକ୍ଷିତ ପୁଲିସ ନାହାନ୍ତି ଯେଉଁମାନେ ନୂଆ ନିଯୁକ୍ତି ନହେବା ଯାଏ ଶ୍ରୀମନ୍ଦିରରେ ମୁତ୍ତୟନ ହୋଇପାରିବେ? ପୁଣି ଦେଶର ବିଭିନ୍ନ ଅନୁଷ୍ଠାନରେ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ ନିୟୋଜିତ ହେବା ଭଳି ରାଜ୍ୟରେ ଗଠନ କରାଯାଇଥିବା ଓଡ଼ିଶା ଶିଳ୍ପ ସୁରକ୍ଷା ବଳକୁ ଦୁର୍ବଳ କାହିଁକି କରିଛନ୍ତି ସରକାର?
ଯେହେତୁ ଗୃହ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ହାତରେ ରହିଛି ଏବଂ ଶ୍ରୀମନ୍ଦିରକୁ ଆମ ଅସ୍ମିତାର ପ୍ରଥମ ପାହାଚ ଭାବେ ସରକାର ଗ୍ରହଣ କରିଛନ୍ତି, ଏ ପ୍ରଶ୍ନର ଉତ୍ତର ମୁଖ୍ୟମନ୍ତ୍ରୀ ଦେବା ଆବଶ୍ୟକ। ନହେଲେ ଅମଲାଙ୍କ ଚାପରେ ସରକାର ଯେ ଚାପି ହୋଇଛନ୍ତି ତାହାର ଏହା ଆଉ ଏକ ନଗ୍ନ ଉଦାହରଣ ହେବ।
Also Read- ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠାରେ ଜନଶୁଣାଣି ପାଇଁ ସ୍କଟ୍ ବୁକିଂ ଶେଷ