ଦୀଘା ଜଗନ୍ନାଥ ମନ୍ଦିର ସହ ଜଗନ୍ନାଥ ଧାମ, ଶ୍ରୀପୁରୁଷତ୍ତୋମ କ୍ଷେତ୍ର, ଶ୍ରୀକ୍ଷେତ୍ର ନାମ ଲଗାଇ କୁହାଯାଇ ପାରିବନି । ମୁକ୍ତି ମଣ୍ଡପ ମତକୁ ଆଧାର କରି ମତ ରଖିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ ।
Trending Photos
ପୁରୀ: ଦୀଘା ଜଗନ୍ନାଥ ମନ୍ଦିର ସହ ଜଗନ୍ନାଥ ଧାମ, ଶ୍ରୀପୁରୁଷତ୍ତୋମ କ୍ଷେତ୍ର, ଶ୍ରୀକ୍ଷେତ୍ର ନାମ ଲଗାଇ କୁହାଯାଇ ପାରିବନି । ମୁକ୍ତି ମଣ୍ଡପ ମତକୁ ଆଧାର କରି ମତ ରଖିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ । ଆଜି ଏକ ପ୍ରେସବାର୍ତ୍ତା ଜାରି କରି ଗଜପତି ମହାରାଜାଙ୍କ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।
ଚିଠିରେ ଉଲ୍ଲେଖ ରହିଛି ଯେ, “ଜଗନ୍ନାଥ ଚାକୁ ପଶ୍ଚିମବଙ୍ଗ ପୂର୍ବ ମେଦିନାପୁରର ଦୀଘାଠାରେ ନବନିର୍ମିତ ଶ୍ରୀଜଗନ୍ନାଥ ମନ୍ଦିରକୁ “ଜଗନ୍ନାଥ ଧାମ'' ବା ଧାମ ସାଂସ୍କୃତିକ କେନ୍ଦ୍ର” ଭାବେ ନାମିତ କରାଯିବା ବିଷୟ ବିଭିନ୍ନ ଗଣମାଧ୍ଯମରୁ ଆମେ ଜାଣିବାକୁ ପାଇଥିଲୁ ଥିଲୁ । ଏ ସଂକ୍ରାନ୍ତରେ ଗତ ୩ ମଇ, ୨୦୨୫ରେ ଏକ ଚିଠି ମାଧ୍ଯମରେ ମୁକ୍ତିମଣ୍ଡପ ପଣ୍ଡିତ ସଭାର ମତାମତ ଜାଣିବା ପାଇଁ ଚାହିଁଥୁଲୁ ଯାହାର ଉତ୍ତର ୪ ମଇ, ୨୦୨୫ରେ ଆମ୍ଭଙ୍କୁ ପ୍ରାପ୍ତ ହୋଇଅଛି । ସେଥିରେ ମୁକ୍ତିମଣ୍ଡପ ପଣ୍ଡିତ ସଭା ଉଲ୍ଲେଖ କରିଛନ୍ତି ଯେ, “ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମୂଳପୀଠ ହେଉଛି ପୁରୁଷୋତ୍ତମ କ୍ଷେତ୍ର । ପୁରୀ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ଚତୁର୍ଦ୍ଧାମୂର୍ତ୍ତୀ ବିଗ୍ରହଙ୍କର ଶାପ୍ରିୟ ଅନୁସାରେ ପ୍ରତିଷ୍ଠା ହୋଇଥିଲେ ମଧ୍ୟ ତାହା ‘ଜଗନ୍ନାଥ ଧାମ’, ‘ଶ୍ରୀପୁରୁଷୋତ୍ତମ କ୍ଷେତ୍ର’, ‘ଶ୍ରୀକ୍ଷେତ୍ର’ କିମ୍ବା ‘ନୀଳାଚଳ ଧାମ’ ମନ୍ଦିରକୁ କିମ୍ବା ସ୍ଥାନକୁ ନାମିତ କରାଯାଇପାରିବ ଏଠାରେ ପରିଶିଷ୍ଟ ୧ ଏବଂ ଭାବରେ ନାମିତ କରାଯାଇପାରିବ ନାହିଁ । ତେଣୁ ଦିଘାରେ କରାଯାଇଥିବା ଜଗନ୍ନାଥ ଶ୍ରୀ ଜଗନ୍ନାଥ ଧାମ, ଶ୍ରୀକ୍ଷେତ୍ର, ପୁରୁଷୋତ୍ତମ କ୍ଷେତ୍ର କିମ୍ବା ନୀଳାଚଳ ଧାମ ନାମରେ । “ ମୁକ୍ତିମଣ୍ଡପ ପଣ୍ଡିତ ସଭାକୁ ଆମର ଚିଠି ଏବଂ ସେଠାରୁ ପ୍ରାପ୍ତ ଉତ୍ତରକୁ ଏଠ ୨ ଭାବେ ସଂଲଗ୍ନ ସଂଲଗ୍ନ କରାଯାଇଛି ।
ଶ୍ରୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦିବ୍ୟ ମହିମା ମହର୍ଷି ବେଦବ୍ୟାସଙ୍କ ଦ୍ଵାରା ରଚିତ ସ୍କନ୍ଦ ପୁରାଣର ‘“ବୈଷ୍ଣବ ଖଣ୍ଡ"ରେ ଥିବା “ଶ୍ରୀପୁରୁଷୋତ୍ତମ କ୍ଷେତ୍ର ମହାତ୍ମ୍ୟ” ରେ ପ୍ରାମାଣିକ ଏବଂ ବ୍ୟାପକଭାବେ ଉଲ୍ଲେଖ କରାଯାଇଛି । ଅନ୍ୟ କୌଣସି ସ୍ଥାନ କିମ୍ବା ମନ୍ଦିର ନୁହେଁ, କେବଳ ପୁରୀ ହିଁ କାହିଁକି ‘“ଶ୍ରୀଜଗନ୍ନାଥ ଧାମ’” ତାହା ସ୍କନ୍ଦ ପୁରାଣର କେବଳ ଏକ ସରଳ ପଠନ ଦ୍ଵାରା ସ୍ପଷ୍ଟ ହୋଇପାରିବ । ପୁରୀ ହେଉଛି ହେ ପରମ ଆରାଧ୍ଯ ମହାପ୍ରଭୁ ଶ୍ରୀ ପୁରୁଷୋତ୍ତମ ଜଗନ୍ନାଥଙ୍କ ପବିତ୍ର ଆଦ୍ୟ ଓ ନିତ୍ଯ ପୀଠ । ଭଗବାନ ବ୍ରହ୍ମାଙ୍କ ଜୀବନକାଳର ପ୍ରଥମ ପରାଦ୍ଧ (୫୦ ବର୍ଷ) ସମୟରେ ମହାପ୍ରଭୁ ଶ୍ରୀପୁରୁଷୋତ୍ତମକ୍ଷେତ୍ର ପୁରୀରେ “ନୀଳମାଧବ” ରୂପରେ ଥିଲେ । ଏହାପରେ ଭଗବାନ ବ୍ରହ୍ମାଙ୍କର ୫୧ ତମ ବର୍ଷ ବର୍ଷରେ (ଯାହ ଯାହା ବର୍ତ୍ତମାନର ଯୁଗଭା ଭାବେ ପରିଗଣତି) ମହାପ୍ରଭୁ “ଚତୁଦ୍ଧା ଦାରୁ ବିଗ୍ରହ” ଭାବେ ଶ୍ରୀପୁରୁଷୋତ୍ତମ କ୍ଷେତ୍ର ପୁରୀରେ ଆର୍ବିଭାବ ହୋଇ ଉପାସିତ ହେଉଛନ୍ତି ।
Also Read- Shani Margi: ବୃହସ୍ପତିଙ୍କ ରାଶିରେ ଶନିଙ୍କ ସିଧା ଚଳନ, ୩ ରାଶିରେ ଶୁଭ ପ୍ରଭାବ
Also Read- ପହଲଗାମ ଆକ୍ରମଣ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ପୁଟିନଙ୍କ ବାର୍ତ୍ତାଳାପ