Odisha News: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଓଡିଶା ସରକାର ଙ୍କ ତରଫରୁ ବୋଟ୍ ମାଲିକ ତଥା ମତ୍ସ୍ୟଜୀବୀ ଙ୍କ ପାଇଁ ଜାରି ହୋଇଛି ସୂଚନା । ଭାରତୀୟ ପାଣିପାଗ ସୂଚନାନୁଯାୟୀ ବଙ୍ଗୋପସାଗର ରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବ ରେ ଜୁଲାଇ ୨୪ତାରିଖ ଠାରୁ ୨୬ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବ।
Trending Photos
Odisha News: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଓଡିଶା ସରକାର ଙ୍କ ତରଫରୁ ବୋଟ୍ ମାଲିକ ତଥା ମତ୍ସ୍ୟଜୀବୀ ଙ୍କ ପାଇଁ ଜାରି ହୋଇଛି ସୂଚନା । ଭାରତୀୟ ପାଣିପାଗ ସୂଚନାନୁଯାୟୀ ବଙ୍ଗୋପସାଗର ରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବ ରେ ଜୁଲାଇ ୨୪ତାରିଖ ଠାରୁ ୨୬ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବ। ତେଣୁ ଏହି ସମୟ ମଧ୍ୟରେ ବୋଟ୍ ଓ ଡଙ୍ଗା ମାଲିକ ଙ୍କ ସମେତ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ମଧ୍ୟକୁ ଯିବା ପାଇଁ ବାରଣ କରାଯାଇଛି। ପାରାଦୀପ ମାଛଧରା ବନ୍ଦର ସମେତ ନୂଆବଜାର ଓ ଷଣ୍ଢକୁଦ ଅଞ୍ଚଳରେ ଡାକବାଜୀ ଯନ୍ତ୍ର ଦ୍ବାରା ସମସ୍ତ ଙ୍କୁ ସୂଚନା ଦିଆଯାଇଛି। ସମୁଦ୍ର ଅଶାନ୍ତ ରହିଥିବା ରୁ ୨୪ରୁ ୨୬ତାରିଖ ପର୍ଯ୍ୟନ୍ତ ଡଙ୍ଗା ଏବଂ ବୋଟ ସମେତ ମତ୍ସ୍ୟଜୀବୀ ଙ୍କୁ ସମୁଦ୍ର କୁ ଯିବା ପାଇଁ ହୋଇଛି ବାରଣ।