Odisha Police Transfers: ୧୫ SI ଙ୍କୁ ବଦଳି କଲେ ରାଜ୍ୟ ସରକାର, ଏଠାରେ ଦେଖନ୍ତୁ ପୂରା ତାଲିକା
Advertisement
Article Detail0/zeeodisha/odisha2855312

Odisha Police Transfers: ୧୫ SI ଙ୍କୁ ବଦଳି କଲେ ରାଜ୍ୟ ସରକାର, ଏଠାରେ ଦେଖନ୍ତୁ ପୂରା ତାଲିକା

Odisha Police Transfers: ରାଜ୍ୟ ସରକାର ଶୁକ୍ରବାର ଦିନ ୧୫ ଜଣ ପୋଲିସ ସବ-ଇନ୍ସପେକ୍ଟରଙ୍କୁ (SI) ରାଜ୍ୟର ବିଭିନ୍ନ ଜିଲ୍ଲା ଏବଂ ପ୍ରତିଷ୍ଠାନକୁ ବଦଳି କରିଛନ୍ତି। ଏହାକୁ ନେଇ ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

୧୫ SI ଙ୍କୁ ବଦଳି କଲେ ରାଜ୍ୟ ସରକାର
୧୫ SI ଙ୍କୁ ବଦଳି କଲେ ରାଜ୍ୟ ସରକାର

Odisha Police Transfers: ରାଜ୍ୟ ସରକାର ଶୁକ୍ରବାର ଦିନ ୧୫ ଜଣ ପୋଲିସ ସବ-ଇନ୍ସପେକ୍ଟରଙ୍କୁ ରାଜ୍ୟର ବିଭିନ୍ନ ଜିଲ୍ଲା ଏବଂ ପ୍ରତିଷ୍ଠାନକୁ ବଦଳି କରିଛନ୍ତି। ଏହାକୁ ନେଇ ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ ଚିନ୍ମୟୀ ବିଶ୍ୱାଳଙ୍କୁ ପୋଲିସ କମିଶନରେଟ, ଅନିରୁଦ୍ଧ ରାଉତଙ୍କୁ ଜଗତସିଂହପୁରରୁ ଅନୁଗୁଳ ଓ ଯୁଧିଷ୍ଠିର ସାହୁଙ୍କୁ ଜଗତସିଂହପୁରରୁ କେନ୍ଦ୍ରାପଡ଼ା ଓ ପ୍ରିତଜିତ୍ ସାହୁଙ୍କୁ ଅନୁଗୁଳରୁ ବାଲେଶ୍ୱରକୁ ଟ୍ରାନ୍ସଫର କରାଯାଇଛି।

ସେହିପରି ସ୍ୱର୍ଣ୍ଣପ୍ରଭା ଜେନାଙ୍କୁ ବାଲେଶ୍ୱରରୁ ପୋଲିସ କମିଶନରେଟ, ଯୁଦ୍ଧିଷ୍ଠିର ରାଉତଙ୍କୁ କଟକରୁ ପୋଲିସ କମିଶନରେଟ, ପ୍ରହଲ୍ଲାଦ ପାଣଗ୍ରାହୀଙ୍କୁ କଳାହାଣ୍ଡିରୁ ସ୍ପେଶାଲ କ୍ରାଇମ ବ୍ରାଞ୍ଚ, ଦୀପାଲିଶା ନାୟକଙ୍କୁ ଖୋର୍ଦ୍ଧାରୁ ଯାଜପୁର, ସୋମ୍ୟ ରଞ୍ଜନ ଭୋଇଙ୍କୁ ଯାଜପୁରରୁ ଢେଙ୍କାନାଳ ଟ୍ରାନ୍ସଫର କରାଯାଇଛି।

ଏତଦ ବ୍ୟତୀତ ସରିତା ଶତପଥୀଙ୍କୁ ପୋଲିସ କମିଶନରେଟରୁ CAW & CW, ସୂର୍ଯ୍ୟକାନ୍ତ ମହାନ୍ତିଙ୍କୁ ଭଦ୍ରକରୁ ପୋଲିସ୍ କମିଶନରେଟ୍, ରାଜ କିଶୋର ବାରିକଙ୍କୁ କୋରାପୁଟରୁ ସୂବର୍ଣ୍ଣପୂର, ଚିତ୍ତ ରଞ୍ଜନ ନାୟକଙ୍କୁ କୋରାପୁଟରୁ ପୋଲିସ୍ କମିଶନରେଟ ଓ କୃଷ୍ଣ ଚନ୍ଦ୍ର ସେଠୀଙ୍କୁ କୋରାପୁଟରୁ ଗଜପତିକୁ ଟ୍ରାନ୍ସଫର କରାଯାଇଛି। 

ଏଠାରେ ଦେଖନ୍ତୁ ପୂରା ତାଲିକା:

fallback

;