Fm College Case: କ୍ରାଇମବ୍ରାଞ୍ଚର ଛାନଭିନ୍ ,କେଉଁଠୁ ପେଟ୍ରୋଲ ଆଣିଲେ ଏଫଏମ କଲେଜ ପୀଡ଼ିତା?
Advertisement
Article Detail0/zeeodisha/odisha2845102

Fm College Case: କ୍ରାଇମବ୍ରାଞ୍ଚର ଛାନଭିନ୍ ,କେଉଁଠୁ ପେଟ୍ରୋଲ ଆଣିଲେ ଏଫଏମ କଲେଜ ପୀଡ଼ିତା?

Fm College Case: ଏଫଏମ କଲେଜ୍ ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ ଛାନଭିନ୍ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ। କଲେଜ୍ ନିକଟସ୍ଥ ପେଟ୍ରୋଲ ପମ୍ପରେ କ୍ରାଇମବ୍ରାଞ୍ଚର ତନାଘନା ଚଳାଇଛି। 

Fm College Case: କ୍ରାଇମବ୍ରାଞ୍ଚର ଛାନଭିନ୍ ,କେଉଁଠୁ ପେଟ୍ରୋଲ ଆଣିଲେ ଏଫଏମ କଲେଜ ପୀଡ଼ିତା?

Fm College Case: ଏଫଏମ କଲେଜ୍ ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ ଛାନଭିନ୍ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ। କଲେଜ୍ ନିକଟସ୍ଥ ପେଟ୍ରୋଲ ପମ୍ପରେ କ୍ରାଇମବ୍ରାଞ୍ଚର ତନାଘନା ଚଳାଇଛି। କେଉଁଠୁ ଆସିଲା ପେଟ୍ରୋଲ? ଏଫଏମ୍ ପୀଡ଼ିତା ନିଜେ ପେଟ୍ରୋଲ ଆଣିଥିଲେ ନା କିଏ ଆଣି ଦେଇଥିଲା ତା’ ଉପରୁ  ଏପର୍ଯ୍ୟନ୍ତ ସସପେନ୍ସ ଉଠୁନି। କଲେଜ ନିକଟ ପେଟ୍ରୋଲ ପମ୍ପରେ କ୍ରାଇମବ୍ରାଞ୍ଚ ଯାଂଚ ଆରମ୍ଭ କରିଛି। ତଦନ୍ତ ଅଧିକାରୀ ପାଞ୍ଚାଳୀ ରାଉତଙ୍କ ସମେତ ଟିମର ଅନ୍ୟ ଅଧିକାରୀ ପହଞ୍ଚି ତନାଘନା କରିଛନ୍ତି । ପେଟ୍ରୋଲ ପମ୍ପର ସିସିଟିଭି ହାର୍ଡ ଡିସ୍କ ଜବତ ହୋଇଛି । ପେଟ୍ରୋଲ ପମ୍ପ ମ୍ୟାନେଜର ଓ ଅନ୍ୟ କର୍ମଚାରୀଙ୍କୁ ମଧ୍ୟ ପଚରାଉଚୁରା କରାଯାଇଛି। 

ସୂଚନା ଅନୁଯାୟୀ, ଫକୀର ମୋହନ ମହାବିଦ୍ୟାଳୟର ଇଣ୍ଟିଗ୍ରେଟେଟ୍ ବିଇଡିର ଦ୍ବୀତିୟ ବର୍ଷର ଛାତ୍ରୀ ଥିଲେ ସୌମ୍ୟାଶ୍ରୀ ବିଷି। ବିଭାଗୀୟ ଅଧ୍ୟାପକ ସମୀର  ସାହ ତାଙ୍କୁ ନିର୍ଯ୍ୟାତନା ଦେବା ନେଇ ଅଭିଯୋଗ ହୋଇଥିଲା। ଏନେଇ ସେ ମାସଷିକ ଚାପରେ ରହୁଥିଲେ। ହେଲେ ଗତ ଶନିବାର ଦିନ(୧୨ ତାରିଖ) ସେ କଲେଜ ପ୍ରିନ୍ସପାଲ୍ ଙ୍କ ରୁମ୍ ଆଗରେ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ ପୀଡ଼ିତା। ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ବାଲେଶ୍ବର ମେଡିକାଲ୍ ଓ ପରେ ଏମ୍ସରେ ଭର୍ତ୍ତି କରାଯାଇଥିଲା। ହେଲେ ଶରୀରର ୯୮ ପ୍ରତିଶତ ଜଳି ଯାଇଥିବାରୁ  ମଙ୍ଗଳବାର ଦିନ ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତଦେହକୁ ବ୍ୟବଚ୍ଛେଦ ପରେ ପଳାସିଆ ଗାଁକୁ ପଠାଯାଇଥିଲା। ଗାଁ ଶ୍ମଶାନରେ ଶେଷକୃତ୍ୟୁ ସମ୍ପନ୍ନ ହୋଇଛି। ପୀଡ଼ିତାଙ୍କ ମୃତ୍ୟୁକୁ ନେଇ ଉଠୁଛୁ ପଡୁଛି ରାଜ୍ୟ ରାଜନୀତି। ଯାହାକୁ ନେଇ ବାଲେଶ୍ବର ବନ୍ଦ କରାଯାଇଥିବା ବେଳେ (ଗୁରୁବାର) ସାରା ଓଡ଼ିଶା ବନ୍ଦ ଡାକରା ଦିଆଯାଇଥିଲା। ପୀ଼ଡ଼ିତାଙ୍କ ଙ୍କ ପାଇଁ  ୨୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରାଯାଇଛି। 

 

;