Boy Bites Cobra to Death: ବିଷାକ୍ତ ନାଗକୁ କାମୁଡ଼ି ଦେଲା ଏକ ବର୍ଷର ଶିଶୁ, ମରିଗଲା ସାପ
Advertisement
Article Detail0/zeeodisha/odisha2856366

Boy Bites Cobra to Death: ବିଷାକ୍ତ ନାଗକୁ କାମୁଡ଼ି ଦେଲା ଏକ ବର୍ଷର ଶିଶୁ, ମରିଗଲା ସାପ

Bihar Boy Bites Cobra to Death: ଏକ ବର୍ଷର ପିଲା ଗୋବିନ୍ଦ ନିଜ ଘରେ ଖେଳୁଥିଲା ଏବଂ ସେ ହଠାତ୍ ଏକ ନାଗ ସାପକୁ ଦେଖିଥିଲା। ଏହାକୁ ଖେଳଣା ଭାବି ସେ ସାପଟିକୁ ଧରି ଦାନ୍ତରେ କାମୁଡ଼ି ଦେଇଥିଲା। ଏହା ଫଳରେ ନାଗସାପଟି ତୁରନ୍ତ ମରି ଯାଇଥିଲା।

 

Bihar Boy Bites Cobra to Death
Bihar Boy Bites Cobra to Death

Bihar Boy Bites Cobra to Death: ନାଗ ସାପକୁ ଦେଖିଲେ ମଧ୍ୟ ଡର ଲାଗିଥାଏ। କିନ୍ତୁ ବିହାରର ବେଟିଆରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଏକ ବର୍ଷୀୟ ଶିଶୁ ଏକ ବିଷାକ୍ତ ନାଗକୁ ଦାନ୍ତରେ କାମୁଡ଼ି ଦେଇଥିଲା। ଏହା ଫଳରେ ସାପଟି ଘଟଣାସ୍ଥଳେ ମୃତ୍ୟୁବରଣ କରିଛି। କାମୁଡ଼ିବାର କିଛି ଘଣ୍ଟା ପରେ ପିଲାଟି ମଧ୍ୟ ଚେତାଶୂନ୍ୟ ହୋଇ ପଡ଼ିଥିଲା।

ଏହି ଘଟଣାଟି ପଶ୍ଚିମ ଚମ୍ପାରଣ ଜିଲ୍ଲାର ମଜୌଲିଆ ବ୍ଲକର ମୋହାଛି ବାଙ୍କଟୱା ଗାଁରେ ଘଟିଛି। ପିଲାଟିକୁ ଚେତାଶୂନ୍ୟ ଅବସ୍ଥାରେ ମଜୌଲିଆ ପିଏଚସିରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାକୁ ବେଟିଆର ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲ (GMCH)କୁ ପଠାଯାଇଥିଲା।

ସୂଚନା ଅନୁଯାୟୀ ଶୁକ୍ରବାର ଅପରାହ୍ନରେ ସୁନୀଲ ସାହଙ୍କ ଏକ ବର୍ଷର ପୁଅ ଗୋବିନ୍ଦ ତାଙ୍କ ଘରେ ଖେଳୁଥିଲା। ଜେଜେମା ମାତେଶ୍ୱରୀ ଦେବୀ କହିଛନ୍ତି ଯେ ଏହି ସମୟରେ ଘରେ ଦୁଇ ଫୁଟ ଲମ୍ବା ନାଗ ସାପ ତା'ପାଖକୁ ଚାଲି ଆସିଥିଲା। ପିଲାଟି ଖେଳଣା ଭାବି ସାପଟିକୁ ଧରିଥିଲା ଓ ଏହା ପରେ ସେ ତାକୁ ଦାନ୍ତରେ କାମୁଡ଼ି ଦେଇଥିଲା। ଏହାର କିଛି ସମୟ ପରେ ନାଗଟି ମରିଯାଇଥିଲା। କୁହାଯାଉଛି ଯେ ପିଲାଟି ସାପକୁ କାମୁଡ଼ି ଦୁଇ ଖଣ୍ଡ କରିଦେଇଥିଲା।

ବେଟିଆର GMCH ହସ୍ପିଟାଲର ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଡାକ୍ତର ଦିବାକାନ୍ତ ମିଶ୍ର କହିଛନ୍ତି ଯେ ପିଲାଟିରେ ବିଷକ୍ରିୟାର କୌଣସି ଲକ୍ଷଣ ନାହିଁ। ବର୍ତ୍ତମାନ ତା'ର ଚିକିତ୍ସା ଚାଲିଛି। ପିଲାଟିର ଅବସ୍ଥା ବିପଦମୁକ୍ତ ବୋଲି କୁହାଯାଉଛି। ଏହି ଘଟଣା ପରେ ପରିବାର ଲୋକ ଭୟଭୀତ ହୋଇ ଯାଇଥିଲେ। ସେହିପରି ପିଲାଟି କାମୁଡ଼ା ଯୋଗୁଁ ସାପର ମୃତ୍ୟୁକୁ ନେଇ ଲୋକମାନେ ଆଶ୍ଚର୍ଯ୍ୟ ପ୍ରକାଶ କରୁଛନ୍ତି।

;